ETV Bharat / bharat

ନେପାଳ ମ୍ୟାପରେ କାଲାପାନୀ: ଭାରତର ସାର୍ବଭୌମତ୍ବକୁ ସମ୍ମାନ ଦେବାକୁ ନେପାଳକୁ ନିର୍ଦ୍ଦେଶ

author img

By

Published : May 21, 2020, 11:11 AM IST

ନେପାଳ ଏହାର ନୂତନ ରାଜନୈତିକ ମାନଚିତ୍ରରେ ଭାରତୀୟ ଅଞ୍ଚଳକୁ ଦେଖାଇଛି, ଯାହାକୁ ନେଇ ଭାରତ ପ୍ରତିକ୍ରିୟା ରଖିଛି। ଭାରତର ସାର୍ବଭୌମତ୍ବକୁ ସମ୍ମାନ କରିବାକୁ ନେପାଳକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।

MEA
ନେପାଳ ମ୍ୟାପରେ କାଲାପାନୀ

ନୂଆଦିଲ୍ଲୀ: ନେପାଳ ଏହାର ନୂତନ ରାଜନୈତିକ ମାନଚିତ୍ରରେ ଭାରତୀୟ ଅଞ୍ଚଳକୁ ଦେଖାଇଛି, ଯାହାକୁ ନେଇ ଭାରତ ପ୍ରତିକ୍ରିୟା ରଖିଛି। ଭାରତର ସାର୍ବଭୌମତ୍ବକୁ ସମ୍ମାନ କରିବାକୁ ନେପାଳକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ବୁଧବାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ‘ଆମେ ନେପାଳ ସରକାରଙ୍କୁ ଏପରି କୃତ୍ରିମ କାର୍ଟୋଗ୍ରାଫିକ୍ ପ୍ରକାଶନରୁ ନିବୃତ୍ତ ହେବାକୁ ନିବେଦନ କରୁଛୁ। ଭାରତର ସାର୍ବଭୌମତ୍ବ ଓ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦିଅନ୍ତୁ ’।

ଭାରତ ଏହା ମଧ୍ୟ କହିଛି ଯେ ନେପାଳ ସରକାର ନିଜ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ଉଚିତ । ନେପାଳ ସରକାର ଏହି ପ୍ରସଙ୍ଗରେ ଭାରତର ସ୍ଥିତିକୁ ଭଲଭାବେ ଜାଣିଛନ୍ତି। ପ୍ରକାଶଥାଉକି, ନେପାଳ ସରକାରଙ୍କ ଦ୍ବାରା ଏକ ନୂତନ ରାଜନୈତିକ ମାନଚିତ୍ର ପ୍ରକାଶ ପାଇଛି, ଯେଉଁଥିରେ କାଲାପାନି, ଲିପୁଲେଖ ଓ ଭାରତର ଲିମ୍ପିୟାଧୁରା ମଧ୍ୟ ଅନ୍ତର୍ଭୁକ୍ତ । ନେପାଳର ଏହି ସଂଶୋଧିତ ମାନଚିତ୍ର ସୋମବାର ନେପାଳ କ୍ୟାବିନେଟ ବୈଠକରେ ଭୂମୀ ସମ୍ବଳ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶ ପାଇଛି। ବୈଠକରେ ଉପସ୍ଥିତ କ୍ୟାବିନେଟ ସଦସ୍ୟମାନେ ଏହାକୁ ସମର୍ଥନ କରିଥିଲେ।

ପ୍ରକାଶଥାଉକି, ମେ 1ରେ ଭାରତ କୈଳାଶ ମାନସରୋବର ଯିବା ପାଇଁ ରାସ୍ତା ଉଦଘାଟନ କରିଥିଲା । ନେପାଳ ଏହାକୁ ନେଇ ଦୃଢ ଆପତ୍ତି ଉଠାଇଥିଲା। ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏହା ମଧ୍ୟ କହିଛନ୍ତି ଯେ ସେ ଭାରତକୁ ଏକ ଇଞ୍ଚ ଜମି ଦେବେ ନାହିଁ। ଏଥି ସହ ନେପାଳ ସରକାରଙ୍କ ଜଣେ ମନ୍ତ୍ରୀ କହିଛନ୍ତି ଯେ ସରକାର ଦୀର୍ଘ ଦିନ ଧରି ଭାରତର ଏନକାଉଣ୍ଟରକୁ ସହ୍ୟ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.