ETV Bharat / bharat

ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ: ଆବେଦନ ସ୍ବୀକାର କଲେ କୋର୍ଟ, ନଭେମ୍ବର 18ରେ ଶୁଣାଣି

author img

By

Published : Oct 16, 2020, 8:31 PM IST

ଶ୍ରୀକୃଷ୍ଣ ଜନ୍ମସ୍ଥାନ ପରିସରରେ ଶାହୀ ଇଦଗାହ ମସଜିଦ ଦଖଲରେ ଥିବା 13.37 ଏକର ଜମିକୁ ଶ୍ରୀକୃଷ୍ଣ ବିରାଜମାନକୁ ହସ୍ତାନ୍ତର କରିବା ପାଇଁ କୋର୍ଟରେ ଦାଖଲ ହୋଇଥିଲା ଯାଚିକା । ଏହାକୁ ସ୍ବୀକାର କରିଛନ୍ତି ଜିଲ୍ଲା କୋର୍ଟ । ଅଧିକ ପଢନ୍ତୁ...

ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ: ଆବେଦନ ସ୍ବୀକାର କଲେ କୋର୍ଟ, ନଭେମ୍ବର 18ରେ ଶୁଣାଣି
ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ: ଆବେଦନ ସ୍ବୀକାର କଲେ କୋର୍ଟ, ନଭେମ୍ବର 18ରେ ଶୁଣାଣି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମଥୁରାର କୃଷ୍ଣ ଜନ୍ମଭୂମି ବିବାଦରେ ଶୁଣାଣି ପାଇଁ ହୋଇଥିବା ଆବେଦନକୁ ସ୍ବୀକାର କରିଛନ୍ତି କୋର୍ଟ । କୃଷ୍ଣ ନଗରୀ ମଥୁରା ସ୍ଥିତ ଶ୍ରୀକୃଷ୍ଣ ଜନ୍ମସ୍ଥାନ ପରିସରରେ ଶାହୀ ଇଦଗାହ ମସଜିଦ ଦଖଲରେ ଥିବା 13.37 ଏକର ଜମିକୁ ଶ୍ରୀକୃଷ୍ଣ ବିରାଜମାନକୁ ହସ୍ତାନ୍ତର କରିବା ପାଇଁ କୋର୍ଟରେ ଦାଖଲ ହୋଇଥିଲା ଯାଚିକା ।

ଶୁକ୍ରବାର ମଥୁରା ଜିଲ୍ଲାଜଜ କୋର୍ଟ ଏହି ଯାଚିକାକୁ ସ୍ବୀକାର କରିଛନ୍ତି । ତେବେ ନଭେମ୍ବର 18ରେ ଏହି ଯାଚିକାର ଶୁଣାଣି ହେବ । ଯାଚିକାରେ ଶ୍ରୀକୃଷ୍ଣ ଜନ୍ମସ୍ଥାନ ନିକଟରେ ନିର୍ମାଣ ହୋଇଥିବା ଇଦଗାହ ହଟାଇବାକୁ ଦାବି କରାଯାଇଛି । ବର୍ତ୍ତମାନ ଜିଲ୍ଲା କୋର୍ଟରେ ଏହି ମାମଲାର ଶୁଣାଣି ଚାଲିବ ।

ଶ୍ରୀକୃଷ୍ଣ ଜନ୍ମସ୍ଥାନ ମାମଲାରେ ଶ୍ରୀକୃଷ୍ଣ ବିରାଜମାନ ତଥା ରଞ୍ଜନା ଅଗ୍ନିହୋତ୍ରୀଙ୍କ ସମେତ 8 ଜଣଙ୍କ ପକ୍ଷରୁ ଜିଲ୍ଲା ଜଜକୋର୍ଟରେ ଅପିଲ କରାଯାଇଥିଲା । ଏହି ମାମଲାରେ ବିପକ୍ଷଙ୍କୁ ନୋଟିସ ପଠାଇବା ପ୍ରକ୍ରିୟା ଜାରି ରହିଛି ।

ନିକଟରେ ସିଭିଲ ଜଜ ସିନିୟର ଡିଭିଜନ କୋର୍ଟରେ 1968 ମସିହାରେ ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା ସଂଗଠନ ଏବଂ ଶାହି ମସଜିଦ ଇଦଗାହ କମିଟି ମଧ୍ୟରେ ହୋଇଥିବା ଚୁକ୍ତିନାମାରେ ମସଜିଦ ହଟାଇବା ଏବଂ ସମସ୍ତ ଜମି ଶ୍ରୀକୃଷ୍ଣ ଜନ୍ମଭୂମି ଟ୍ରଷ୍ଟକୁ ହସ୍ତାନ୍ତର କରିବାକୁ ଦାବି କରାଯାଇଥିଲା ।

ଏହାପୂର୍ବରୁ ସେପ୍ଟେମ୍ବର 30ରେ ଶୁଣାଣି ପରେ ସିଭିଲ ଜଜ ସିନିୟର ଡିଭିଜନର କୋର୍ଟ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ ଶ୍ରଦ୍ଧାଳୁଙ୍କ ପାଖରେ ଏହି ଦାବିପତ୍ର ଦାଖଲ କରିବାର ଅଧିକାର ନାହିଁ। ତେବେ ଶୁକ୍ରବାର ଏହି ମାମଲାରେ ଜିଲ୍ଲା ଜଜଙ୍କ କୋର୍ଟରେ ଶୁଣାଣି ହୋଇଥିଲା। ଶୁଣାଣି ପରେ ଆବେଦନକୁ ଗ୍ରହଣ କରାଯାଇଛି। ଆଇନଜୀବୀ ବିଷ୍ଣୁ ଶଙ୍କର ଜେନା କହିଛନ୍ତି ଯେ ତାଙ୍କର ଦାବି ଦୃଢ ଅଟେ।

ଏହି ଆବେଦନରେ ଶ୍ରୀକୃଷ୍ଣ ଜନ୍ମଭୂମିର 13.37 ଏକରର ମାଲିକାନାରେ ଶାହୀ ଇଦଗା ନିର୍ମାଣ ଉପରେ ପ୍ରଶ୍ନ ଉଠିଛି । ଏନେଇ ଧାର୍ମିକ ସଂଗଠନ ତଥା ସାଧୁସନ୍ଥମାନେ ଏହାକୁ ଏକ ବୃହତ ଆନ୍ଦୋଳନରେ ପରିଣତ କରିଥିଲେ । ମଥୁରା ସହିତ କାଶୀକୁ ମଧ୍ୟ ମାଲିକାନା ଅଧିକାର ଦେବାକୁ ଦାବି ଉଠିଥିଲା ।

ଏହି ପରିପ୍ରେକ୍ଷୀରେ କାଶୀ ବିଦ୍ବତ ପରିଷଦର ପଶ୍ଚିମାଞ୍ଚଳ ଦାୟିତ୍ବରେ ଥିବା ନାଗେନ୍ଦ୍ର ମହାରାଜଙ୍କ ସହ ଏଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମହାମଣ୍ଡଲେଶ୍ବର ଏବଂ ଧାର୍ମିକ ନେତାମାନେ ଅଂଶଗ୍ରହଣ କରିଥିଲେ । ସମସ୍ତେ ଏକ ମତରେ ସାମାଜିକ ସହମତି ଏବଂ ରାମ ଜନ୍ମଭୂମି ଆନ୍ଦୋଳନକୁ ଭିତ୍ତି କରି ଏହି ମାମଲାକୁ ରାଜନୈତିକ ପ୍ରସଙ୍ଗ ନ କରିବାକୁ କହିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.