ETV Bharat / bharat

ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷିତ ହେବ ମାସୁଦ, ଭିଟୋ ପ୍ରତ୍ୟାହାର କରିବ ଚୀନ

author img

By

Published : May 1, 2019, 3:32 PM IST

Updated : May 1, 2019, 4:06 PM IST

ଦୀର୍ଘ ଦିନ ଧରି ଚାଲିଥିବା କୂଟନୈତିକ ଲଢେଇର ଅନ୍ତ ଘଟିବାକୁ ଯାଉଛି। ଖୁବଶିଘ୍ର ପୁଲୱାମା ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ମାସୁଦ ଆଝାରକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବ ମିଳିବ ଜାତିସଂଘ।

ଫାଇଲ ଫଟୋ

ୱାଶିଂଟନ: ଦୀର୍ଘ ଦିନ ଧରି ଚାଲିଥିବା ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଜାତିସଂଘର ଯେଉଁ ନିଷ୍ପତ୍ତିକୁ ଶୁଣିବା ପାଇଁ ପ୍ରତ୍ୟେକ ଭାରତୀୟ ଅନେକ ବର୍ଷ ଧରି ଅପେକ୍ଷା କରି ରହିଥିଲେ ତାହା ଖୁବଶିଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି । ଜାମ୍ମୁକାଶ୍ମୀରର ପୁଲୱାମା ଠାରେ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣର ମାଷ୍ଟରମାଇଣ୍ଡ ମାସୁଦ ଆଝାରକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବ ମିଳିବ ଜାତିସଂଘ ।

ଆନ୍ତର୍ଜାତୀୟ ଆତଙ୍କବାଦୀ ତାଲିକାରେ ମାସୁଦକୁ ସାମିଲ କରିବା ପାଇଁ ବେଶ କିଛି ବର୍ଷ ଧରି କୂଟନୈତିକ ଲଢେଇ ଜାରି ରଖିଥିଲା ଭାରତ । ମାତ୍ର ଏଥିରେ ବାଧକ ସାଜିଥିଲା ଚୀନ । ନିଜର ଭିଟୋ କ୍ଷମତା ବଳରେ ଭାରତ ପକ୍ଷରୁ ଜାତିସଂଘରେ ଅଣାଯାଉଥିବା ଏ ସମ୍ପର୍କିତ ପ୍ରସ୍ତାବକୁ ବିରୋଧ କରୁଥିଲା ଚୀନ । ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ଥିବା 5ସଭ୍ୟ ଦେଶ ମଧ୍ୟରୁ କେବଳ ଚୀନ ଏହାକୁ ବିରୋଧ କରୁଥିବା ଅନ୍ୟ ରାଷ୍ଟ୍ର ଯଥା ଆମେରିକା, ବ୍ରିଟେନ, ଫ୍ରାନ୍ସ ଏହାକୁ ସମର୍ଥନ କରୁଥିଲେ ।

ପୁଲୱାମା ଆକ୍ରମଣ ପରେ ମାସୁଦକୁ ଆତଙ୍କବାଦୀ ଘୋଷଣା କରିବା ପ୍ରସଙ୍ଗରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଥିଲା ଭାରତ । ଏପରିକି ଜାତିସଂଘର ଦ୍ବାରସ୍ଥ ମଧ୍ୟ ହୋଇଥିଲା । ଏ କ୍ଷେତ୍ରରେ ବାଧକ ସାଜୁଥିବା ଚୀନ ଉପରେ ବଢିବାରେ ଲାଗିଥିଲା ଆନ୍ତର୍ଜାତିକ ଚାପ । ଶେଷରେ ମାସୁଦ ଆଝାର ପ୍ରସଙ୍ଗରେ ଭିଟୋ କ୍ଷମତାକୁ ପ୍ରତ୍ୟାହାର କରିବା ପାଇଁ ରାଜି ହୋଇଛି ଚୀନ ।

ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଜାତିସଂଘରେ ସମର୍ଥନ ଦେଉଥିବ ଚୀନ ଏଥର ଆନ୍ତର୍ଜାତିକ ଚାପ ଆଗରେ ମୁଣ୍ଡ ନୁଆଁଇଛି । ଏହା ଭାରତ ପାଇଁ ଅନ୍ୟ ଏକ କୂଟନୈତିକ ସଫଳତା । ଏହା ପୂର୍ବରୁ 2008 ମସିହାରେ ମୁମ୍ବାଇରେ ହୋଇଥିବା 26/11 ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦକୁ ଆନ୍ତର୍ଜାତିକ ଆତଙ୍କବାଦୀ ଭାବେ ଘୋଷିତ ହୋଇସାରିଛି ।

Intro:Body:

blank

Conclusion:
Last Updated : May 1, 2019, 4:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.