ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି 50 ବର୍ଷରେ ପାଦ ଥାପିଛନ୍ତି । ଲଦାଖରେ ଭାରତ-ଚୀନ ସଂଘର୍ଷରେ 20 ଜଣ ଯବାନ ଶହୀଦ ହୋଇଥିବା ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ଆକ୍ରମଣ କରିଛନ୍ତି ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି, ଗଲୱାନ ଘାଟିରେ ଚାଇନା ଆକ୍ରମଣ ଯୋଜନାବଦ୍ଧ ଥିଲା । ସେତେବେଳକୁ କେନ୍ଦ୍ର ସରକାର ଶୋଇ ରହିବା ସହ ସମସ୍ୟାକୁ ଅଣାଦେଖା କରିଥିଲେ । ଯାହାର ମୂଲ୍ୟ ଆମ ଯବାନମାନଙ୍କୁ ଦେବାକୁ ପଡିଛି । ଏହା ସହ ସେ ତାଙ୍କ ଟ୍ବିଟରେ ଗୋଟିଏ ରିପୋର୍ଟ ସେୟାର କରିଛନ୍ତି । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକଙ୍କ କହିଥିଲେ ଦ ଜୁନ 15 ପୂର୍ବରୁ ଚାଇନା ଆକ୍ରମଣ ନେଇ ଯୋଜନା କରୁଛି ।
ଗୁରୁବାର ଶହୀଦ ଯବାନଙ୍କୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଜବାବ ମାଗିଥିଲେ । ଏକ ଭିଡିଓ ଜାରି କହିଥିଲେ, ଚୀନ ଭାରତୀୟ ବୀର ଯବାନାଙ୍କୁ ହତ୍ୟା କରି ବଡ ଅପରାଧ କରିଛି । ଚୀନ ସେନା ଆକ୍ରମଣ ସମୟରେ ଭାରତୀୟ ଯବାନ ବିନା ଅସ୍ତ୍ରଶସ୍ତ୍ର ସହ ଲଢେଇ କରୁଥିଲେ । ଯାହାକୁ ନେଇ ରାହୁଲ ପ୍ରଶ୍ନ କରି କହିଛନ୍ତି କିଏ ଓ କାହିଁକି ଏହି ବୀର ଯବାନଙ୍କୁ ବିନା ଅସ୍ତ୍ରରେ ବିପଦ ଆଡକୁ କିଏ କାହିଁକି ପଠାଇଲେ । ଆଉ ଏଥିପାଇଁ କିଏ ଦାୟୀ ବୋଲି ପ୍ରଶ୍ନ କରିଥିଲେ ରାହୁଲ । ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରିବା ପରେ ବୈଦେଶିକ ମନ୍ତ୍ରୀ ରାହୁଲ ଗାନ୍ଧୀଙ୍କ ଜବାବର ଉତ୍ତର ଦେଇଥିଲେ ।
ସୋମବାର ପୂର୍ବ ଲଦାଖର ଗଲୱାନୀ ଘାଟିରେ ଭାରତ-ଚୀନ ସେନାଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ । ଏଥିରେ ଜଣେ କର୍ଣ୍ଣେଲ ମଧ୍ୟ ସହିଦ ହୋଇଛନ୍ତି । ଚୀନ୍ ସେନାମାନେ ଗଲୱାନ ଉପତ୍ୟକାର ବାସ୍ତବିକ ନିୟନ୍ତ୍ରଣ ରେଖାରେ ଭାରତୀୟ ପାର୍ଶ୍ୱରେ ଚୀନ୍ ଦ୍ୱାରା ଏକ ସିସିଟିଭି ପୋଷ୍ଟ ନିର୍ମାଣକୁ ବିରୋଧ ଭାରତୀୟ ଯବାନ ବିରୋଧ କରିଥିଲେ । ଯାହାକୁ ନେଇ ଚୀନ ସେନା ଭାରତୀୟ ଯବାନଙ୍କ ଉପରେ ନିର୍ମମ ଆକ୍ରମଣ କରିଥିଲା ଚୀନ । ସେମାନଙ୍କ ଉପରକୁ ପଥର, ନଖରେ ଲାଗିଥିବା ବାଡ଼ି, ଲୁହା ରଡ ଏବଂ କ୍ଲବ ବ୍ୟବହାରରେ ଆକ୍ରମଣ କରିଥିଲେ ।
ଭାରତ ଓ ଚୀନ ଭିତରେ ସବୁବେଳେ ସୀମା ବିବାଦ ଲାଗି ରହିଥାଏ। ୧୯୬୭ ମସିହାରେ ଚୀନର ଦୁଃସାହସକୁ କଡ଼ା ଜବାବ ଦେଇଥିଲା ଭାରତୀୟ ସେନା। ୧୯୬୭ ମସିହାରେ ଭାରତ ନାଥୁ ଲା ରୁ ସେବୁ ଲା ପର୍ଯ୍ୟନ୍ତ ତାର ବାଡ଼ ସାହାଯ୍ୟରେ ସୀମା ନିର୍ଦ୍ଧାରଣ କରିବା ପରେ ଏହି ସଂଘର୍ଷର ସୂତ୍ରପାତ ହୋଇଥିଲା। ଏଥିରେ 80 ଜଣ ଭାରତୀୟ ସେନା ଶହୀଦ ହୋଇଥିବାବେଳେ ଚୀନର 300 ସେନା ପ୍ରାଣ ହରାଇଥିଲେ ଥିଲେ ।