ETV Bharat / bharat

ଗିରଫ ମାଓ ଦମ୍ପତିଙ୍କୁ ନିଃସର୍ତ୍ତରେ ମୁକ୍ତ ପାଇଁ ଦାବି କଲା ମାଓ ସଂଗଠନ - release

୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିବା ଗିରଫ ଦୁର୍ଦ୍ଦାନ୍ତ ମାଓନେତା କିରନକୁମାର ଓରଫ କିରନ ଦାଦା ଏବଂ ତାଙ୍କ ପତ୍ନୀ ମାଓନେତ୍ରୀ ନର୍ମଦା ଓରଫ ନର୍ମଦକକ୍କାଙ୍କୁ ନିଃସର୍ତ୍ତରେ ଖଲାସ କରିବା ପାଇଁ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟି ପ୍ରବକ୍ତା ବିକଳ୍ପଙ୍କ ଦ୍ବାରା ପ୍ରେସ ବିଜ୍ଞପ୍ତି ଜାରି କରି ଦାବି କରାଯାଇଛି ।

ଫାଇଲ ଫଟୋ
author img

By

Published : Jun 16, 2019, 11:19 PM IST

ରାୟପୁର: ଗିରଫ ଦୁର୍ଦ୍ଦାନ୍ତ ମାଓନେତା କିରନକୁମାର ଓରଫ କିରନ ଦାଦା ଏବଂ ତାଙ୍କ ପତ୍ନୀ ମାଓନେତ୍ରୀ ନର୍ମଦା ଓରଫ ନର୍ମଦକକ୍କାଙ୍କୁ ନିଃସର୍ତ୍ତରେ ଖଲାସ କରିବା ପାଇଁ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟି ପ୍ରବକ୍ତା ବିକଳ୍ପଙ୍କ ଦ୍ବାରା ପ୍ରେସ ବିଜ୍ଞପ୍ତି ଜାରି କରି ଦାବି କରାଯାଇଛି ।

ବିଜ୍ଞପ୍ତିରେ କୁହାଯାଇଛି ଯେ ଦୁଇ ଜଣ ମାଓ ନେତା ଚିକିତ୍ସିତ ଅବସ୍ଥାରେ କେନ୍ଦ୍ର ସରକାର, ତେଲେଙ୍ଗାନା ଓ ମହାରାଷ୍ଟ୍ର ଗୁଇନ୍ଦା ବିଭାଗ ଦ୍ବାରା ଏମାନଙ୍କୁ ଗିରଫ କରାଯାଇଛି । ଏହାସହ ପୋଲିସ ରିମାଣ୍ଡରେ ରଖାଯାଇ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଖବର କୁହାଯାଉଛି । ନୀରିହ ଜନତାଙ୍କ ମୁକ୍ତି ପାଇଁ ଜାରି ରହିଥିବା ଜନଯୁଦ୍ଧକୁ ସମାପ୍ତ କରିବା ଓ ସେମାନଙ୍କ ପ୍ରତି ହେଉଥିବା ପାଶବିକ ଦମନ ଯୋଜନା " ସମାଧାନ" ଉପରେ ସ୍ବରଉତ୍ତୋଳନ କରିବା ପାଇଁ ଏହି ଦୁଇ ନକ୍ସଲ ଦମ୍ପତିଙ୍କୁ ତୁରନ୍ତ ଖଲାସ କରିବା ପାଇଁ ମାଓ ସଂଗଠନ ପକ୍ଷରୁ କୁହାଯାଇଛି ।

ଏହି ମାଓ ଦମ୍ପତିଙ୍କୁ ଗିରଫ କରିବା ପରେ ଏହା ମାଓ ସଂଗଠନ ପାଇଁ ଏକ ଜୋରଦାର ଝଟକା ବୋଲି କୁହାଯାଉଛି । ଏହି ଦମ୍ପତି ସିପିଆଇ-ମାଓବାଦୀ ସଙ୍ଗଠନର ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟି ଓ ଆନ୍ଧ୍ର -ଓଡ଼ିଶା ବର୍ଡର ଜୋନାଲ କମଟିରେ କାର୍ଯ୍ୟ କରୁଥିଲେ । ଦୀର୍ଘ ବର୍ଷ ଧରି ମାଲକାନଗିରି ଓ ସୀମାବର୍ତ୍ତୀ ଇଲାକାରେ ସକ୍ରିୟ ଥିଲେ । ଏମାନଙ୍କ ଉପରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ଏହି ଦମ୍ପତି ଗତ ୬ ମାସ ଧରି ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ ।

ବିଗତ ୨୮ ବର୍ଷ ଧରି ଏମାନେ ପୁଲିସ ଆଖିରେ ଧୂଳି ଦେଇ ବୁଲୁଥିଲେ । ଉଭୟଙ୍କ ନାମରେ ୫୨ରୁ ଅଧିକ ହିଂସାତ୍ମକ ମାମଲା ରହିଛି । ବର୍ତ୍ତମାନ ମହାରାଷ୍ଟ୍ର ପୁଲିସ ସେମାନଙ୍କୁ କୌଣସି ଏକ ଗୋପନ ସ୍ଥାନରେ ରଖି ଜେରା କରୁଥିବା ସୂଚନା ରହିଛି ।

Intro:Body:

EY

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.