ନୂଆଦିଲ୍ଲୀ: ଜନକପୁରୀ ସ୍ଥିତ ଦିଲ୍ଲୀ ମାର୍କେଟରେ ବିକ୍ରି ହେଉଛନ୍ତି ନମୋ ଓ ଅମିତ ଶାହ ! ନମୋ ଟିକିଏ ଗୋଲାପି ଦେଖା ଯାଉଥିବା ବେଳେ ଶାହ ଦେଖା ଯାଉଛନ୍ତି ସବୁଜ । ଆଶ୍ଚର୍ଯ୍ୟ ହୁଅନ୍ତୁନି । ଏଠି ଆମ୍ବ କଥା କୁହାଯାଉଛି ।
ଆମ୍ବର ଲୋକପ୍ରିୟତା ଭାରତରେ ସର୍ବାଧିକ । ଏହାର ମଧୁର ସ୍ବାଦରୁ କେହି ବି ବାଦ ପଡି ନାହାଁନ୍ତି । ଦିଲ୍ଲୀର ଜନକପୁରୀ ହାଟରେ ଏବେ ଭଳିକି ଭଳି ଆମ୍ବ ପସରା ଖୋଲିଛି । ଜନକପୁରୀ ହାଟରେ 31 ତମ ଆମ୍ବ ମହୋତ୍ସବ ଉଦଘାଟନ ହୋଇଛି । ତିନି ଦିନ ଧରି ଚାଲିବାକୁ ଥିବା ଏହି ମହତ୍ସୋବରେ 500ରୁ ଊର୍ଦ୍ଧ୍ବ କିସମର ଆମ୍ବ ପ୍ରଦର୍ଶିତ ହେଉଛି । ସେଥି ମଧ୍ୟରୁ ମୁଖ୍ୟ ଆକର୍ଷଣ ସାଜିଛି ଦିଲ୍ଲୀ ହାଟରେ ବିକ୍ରି ହେଉଥିବା ନୋମୋ ଓ ଅମିତ ଶାହ ଆମ୍ବ ।
ମହୋତ୍ସବରେ ଉତ୍ତର ପ୍ରଦେଶ, ହରିଆନା, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ବିହାରରୁ ଆମ୍ବ ଉତ୍ପାଦକ 500ରୁ ଅଧିକ କିସମର ଆମ୍ବ ନେଇ ପହଞ୍ଚିଛନ୍ତି । 6 ଜୁଲାଇ ସନ୍ଧ୍ୟା 4ଟାରେ ମାହିଳା ଓ 7 ଜୁଲାଇ ଅପରାହ୍ଣ 4ଟାରେ ପୁରୁଷଙ୍କ ଆମ୍ବ ଖିଆ ପ୍ରତିଯୋଗିତା ହେବ । ଏହି ଆମ୍ବ ମହତ୍ସୋବ 7 ଜୁଲାଇ ରାତି 9ଟା ଯାଏଁ ଚାଲିବ ।