ETV Bharat / bharat

ଲକଡାଉନ ନେଲା ଜୀବନ ! - man commited suicide for lockdown

ମୟୂର ବିହାର ଥାନା ଅନ୍ତର୍ଗତ ୟୁମନା ବିହାରରେ ବ୍ୟକ୍ତିଙ୍କ ଆତ୍ମହତ୍ୟା । ଲକଡାଉନ କାରଣରୁ ଚାକିରି ଯିବାରୁ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ । ଅଧିକ ପଢନ୍ତୁ...

man commited suicide in mayur vihar delhi
ଲକଡାଉନ ନେଲା ଜୀବନ
author img

By

Published : Mar 26, 2020, 11:28 AM IST

ନୂଆଦିଲ୍ଲୀ: ବିଶ୍ବରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଏହି ମହାମାରୀ କୋରୋନା ଭୂତାଣୁ ବ୍ୟାପିବାରୁ ରୋକିବାକୁ 21 ଦିନ ଧରି ସାରା ଦେଶକୁ ଲକଡାଉନ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ହେଲେ ଏହି ଲକଡାଉନ ଯେ କାହାର ଜୀବନ ନେବ ଏକଥା କେହି ଭାବିନଥିଲେ । ଏଭଳି ଏକ ଅଭିଯୋଗ ଆସିଛି, ପୂର୍ବ ଦିଲ୍ଲୀର ମୟୂର ବିହାର ପୋଲିସ ଷ୍ଟେସନ ଥାନା ଅନ୍ତର୍ଗତ ଯମୁନା ବିହାର ଅଞ୍ଚଳରୁ ।

ଜଣେ 42 ବର୍ଷିୟ ବ୍ୟକ୍ତି ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି । ପରିବାରଙ୍କ କହିବା ମୁତାବକ, ମୃତକ ଗୌତମ ବିଦ୍ୟୁତ ବିଭାଗରେ ଚୁକ୍ତିଭିତ୍ତିକ ଭାବରେ ମାଳି କାମ କରୁଥିଲେ । କିନ୍ତୁ 3 ମାସ ହେଲା ତାଙ୍କୁ ଦରମା ମିଳି ନଥିବା ବେଳେ ଲକଡାଉନ କାରଣରୁ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିଲା । ଯେଉଁଥିପାଇଁ ସେ ବହୁତ ଚିନ୍ତାରେ ରହୁଥିଲେ । ଏଥିପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି ।

ଅନ୍ୟପଟେ ପୋଲିସ ଏହାକୁ ଖଣ୍ଡନ କରି କହିଛି ଯେ, ଗୌତମ ତାର ପରିବାର ସହ ମୟୂର ବିହାର ଥାନା ଅନ୍ତର୍ଗତ ଯମୁନା ବିହାରର ଏକ ବସ୍ତିରେ ରହି ଚାଷ କାମ କରୁଥିଲେ । ତାଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି । ତେବେ ଏନେଇ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.