ETV Bharat / bharat

'ଜାକିର ନାଏକଙ୍କ ପ୍ରତ୍ୟାର୍ପଣ ଲାଗି କହିନି ଭାରତ' - malaysia pm on zakir naik return

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାକିର ନାଏକକୁ ପ୍ରତ୍ୟାର୍ପଣ କରିବା ନେଇ କୌଣସି ପ୍ରକାର ଅନୁରୋଧ କରିନଥିବା କହିଛନ୍ତି ମାଲେସିଆର ପ୍ରଧାନମନ୍ତ୍ରୀ ମୋହାଥିର ବିନ୍‌ ମହମ୍ମଦ।

ଫାଇଲ ଫଟୋ
author img

By

Published : Sep 17, 2019, 12:52 PM IST

ନୂଆଦିଲ୍ଲୀ: ବିବାଦୀୟ ଇସଲାମ ଧର୍ମଗୁରୁ ଜାକିର ନାଏକର ପ୍ରତ୍ୟାର୍ପଣକୁ ନେଇ ଭାରତ ଏବଂ ମାଲେସିଆ ମଧ୍ୟରେ ଦେଖିବାକୁ ମିଳିଛି ବିଭେଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାକୁ ଭାରତକୁ ପ୍ରତ୍ୟାର୍ପଣ କରିବା ନେଇ କୌଣସି ପ୍ରକାର ଅନୁରୋଧ କରିନଥିବା କହିଛନ୍ତି ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ । ତେବେ କୌଣସି ଦେଶ ଜାକିରକୁ ଶରଣ ଦେବାକୁ ଚାହୁଁନାହାନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମୋର ସାକ୍ଷାତ ହୋଇଥିଲା । ମାତ୍ର ତାର ପ୍ରତ୍ୟାର୍ପଣ ନେଇ କୌଣସି ଆଲୋଚନା କରିନଥିବା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମହମ୍ମଦ।

ମାଲେସିଆର ଗଣମାଧ୍ୟମକୁ ସାକ୍ଷାତକାରରେ ସେ କହିଛନ୍ତି ଯେ, ଜାକିର ନାଏକ ଭାରତ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ । ଏହି କାରଣରୁ ଭାରତୀୟ ପ୍ରଧାନମନ୍ତ୍ରୀ ତା’ର ପ୍ରତ୍ୟାର୍ପଣ ପାଇଁ କହିନାହାଁନ୍ତି । ଜାକିରକୁ ମାଲେସିଆର ନାଗରିକତା ମିଳିନଥିଲେ ମଧ୍ୟ ସ୍ଥାନୀୟ ସରକାର ତାକୁ ଦେଶରେ ସ୍ଥାୟୀ ଭାବେ ବସବାସ କରିବାକୁ ଅନୁମତି ଦେଇଥିଲେ । ତେବେ ଏଠାକାର ଅର୍ଥବ୍ୟବସ୍ଥା କିମ୍ବା ରାଜନୈତିକ ପ୍ରସଙ୍ଗରେ ସେ କୌଣସି ପ୍ରକାର ମତାମତ ଦେଇପାରିବ ନାହିଁ ବୋଲି ମାଲେସିଆ ପ୍ରଧାନମନ୍ତ୍ରୀ କହିଛନ୍ତି।

ଚଳିତ ମାସରେ ଋଷ ଗସ୍ତରେ ଯାଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଯେଉଁଠାରେ ସେ ମାଲେସିଆ ପ୍ରତିପକ୍ଷ ମହାଥିର ମହମ୍ମଦଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ସେ ଜାକିର ନାଏକର ପ୍ରତ୍ୟାର୍ପଣ ପ୍ରସଙ୍ଗ ଉଠାଇଥିଲେ । ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ପରେ ବିଦେଶ ସଚିବ ବିଜୟ ଗୋଖଲେ କହିଥିଲେ ଯେ, ବିବାଦୀୟ ଇସଲାମ ଧର୍ମଗୁରୁ ଜାକିରକୁ ଭାରତକୁ ହସ୍ତାନ୍ତର କରିବା ପାଇଁ ଉଭୟ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି । କୂଟନୈତିକ କ୍ଷେତ୍ରରେ ଏହା ଭାରତ ପାଇଁ ଏକ ବିଜୟ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଉଭୟ ଦେଶର ଦ୍ବିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିପାରେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.