ETV Bharat / bharat

ଅଲ ଇଜ ୱେଲ; ଧୈର୍ଯ୍ୟଧର, ସବୁ ଠିକ ହେବ: ଅଜିତ ପାୱାର

ମହାରାଷ୍ଟ୍ର ମହାଭାରତରେ ଏବେ ଚିତ୍ର ଆଉ ଚରିତ୍ର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଦାଦା ପୁତୁରା । ଦାଦା ସରକାର ଭାଙ୍ଗିଦେବାକୁ ଦମ୍ଭକ୍ତି ଦେଖାଉଥିବା ବେଳେ ପୁତୁରା ମଧ୍ୟ ଦେଉଛନ୍ତି କଡା ଚ୍ୟାଲେଞ୍ଜ । ଏବେ ଆରମ୍ଭ ହୋଇଛି ଟ୍ବିଟର ୱାର ।

ଅଜିତ ପାୱାର
author img

By

Published : Nov 24, 2019, 10:04 PM IST

ମୁମ୍ବାଇ: ମହାରାଷ୍ଟ୍ର ମହାଭାରତ ଉପରେ ଏବେ ସାରା ଦେଶର ନଜର । କେତେବେଳେ କଣ ଘଟୁଛି ତାହା ଆକଳନ କରିବା ମୁସ୍କିଲ । ଶିବସେନା-ଏନସିପି-କଂଗ୍ରେସର ତୁହାକୁ ତୁହା ବୈଠକ ପରେ ଏବେ ଅଜିତ ପାୱାରଙ୍କ ଆଉ ଏକ ଟ୍ବିଟକୁ ନେଇ ବଢିଯାଇଛି ରାଜନୈତିକ ହଲଚଲ ।

PHOTO
ଫଟୋ ସୌଜନ୍ଯ: @AjitPawarSpeaks

ଅଜିତ ଟ୍ବିଟ କରି କହିଛନ୍ତି ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ସବୁକିଛି ଠିକ ଅଛି ‘ଅଲ ଇଜ ୱେଲ’ ବର୍ତ୍ତମାନ ଟିକେ ଧୈର୍ଯ୍ୟ ଧରିବାର ଆବଶ୍ୟକତା ଅଛି । ସରକାର ବହୁମତ ସାବ୍ୟସ୍ତ କରିବେ । ଏହାସହ କହିଛନ୍ତି ତାଙ୍କୁ ଶୁଭେଛା ସମର୍ଥନ ଜଣାଇଥିବା ସମସ୍ତଙ୍କୁ ଧନ୍ୟବାଦ ।

ଏହି ଟ୍ବିଟଟି ଏବେ ସବୁ ରାଜନୈତିକ ଦଳଙ୍କ ହୋସ ଉଡାଇ ଦେଇଛି । କାରଣ ଅଜିତଙ୍କ ପାଖରେ କୌଣସି ବିଧାୟକଙ୍କ ସମର୍ଥନ ନାହିଁ ବୋଲି ଏନସିପି ଦାବି କରୁଥିବା ବେଳେ ତାଙ୍କର ଏହି ଟ୍ବିଟ ଅନେକ କିଛି ସୂଚାଉଛି ।

Intro:ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲାରେ ପୁଣି ଲଜ୍ଜା ।
ଦିନକୁ ଦିନ ହଜି ଯାଉଛି ମାନବିକତା, ନିଜର ହିତାହିତ ଜ୍ଞାନ ଭୁଲି ପଶୁଠୁ ବି ତଳକୁ ଖସି ଯାଉଛି ମଣିଷ, ସାମାନ୍ୟ ସୁଖ ପାଇଁ ପଶୁ ପାଲଟି ଯାଉଛି ମଣିଷ ଟିଏ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କରଞ୍ଜିଆ ଥାନା ଅନ୍ତର୍ଗତ କରଞ୍ଜିଆ ଅଞ୍ଚଳରେ। ଏକ ଆଦିବାସୀ ସମ୍ପ୍ରଦାୟର ଦଶବର୍ଷର ନାବାଳିକା କୁ ସଂଖ୍ୟାଲଘୁ ସମ୍ପ୍ରଦାୟ ର ଜନୈକ ଯୁବକ ଦୁଷ୍କର୍ମ ଉଦ୍ୟମ କରି ଗ୍ରାମବାସୀ ଙ୍କ ଠାରେ ଧରାପଡି ନିସ୍ତୁକ ଛେଚା ଖାଇଥିବା ଦେଖିବାକୁ ମିଳିଛି । ଏପରି ଅଭାବନୀୟ ଘଟଣା ଆଜି ସନ୍ଧ୍ୟା ସମୟରେ ଘଟିଥିଲା । ଜନୈକ ଆଦିବାସୀ ଦିନ ମଜୁରିଆ ଭାବେ ନିକଟ ମାର୍କେଟ କୁ କାମ କରିବା ପାଇଁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ପାଖ ପୋଡ଼ଶୀ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଯୁବକ ଘରେ ଏକୁଟିଆ ଥିବା ୧୦ ବର୍ଷର ଝିଅକୁ ଚୋକଲେଟ ଏବଂ ୨୦ ଟଙ୍କା ଦେଇ ପାଖ ଜଙ୍ଗଲରେ ଦୁଷ୍କର୍ମ କରୁଥିବା ବେଳେ ପାଟିଶୁଣି ଗ୍ରାମର କିଛି ଯୁବକ ଉଦ୍ଧାର କରି ଝିଅ ଏବଂ ଉକ୍ତ ଯୁବକକୁ ଗ୍ରାମକୁ ଆଣି ଉତ୍ତମ ମଧ୍ୟମ ଦେଇ କରଞ୍ଜିଆ ପୋଲିସ କୁ ଖବର ଦେଇଥିଲେ। ଖବର ପାଇ କରଞ୍ଜିଆ ପୋଲିସ ଘଟଣା ସ୍ଥଳରୁ ଆସାମୀ ଏବଂ ପିଡିତା ଙ୍କୁ ଆଣି ଡାକ୍ତରୀ ମାଇନା କରିବା ସହିତ ଏକ ମାମଲା ରୁଜୁ କରି ପିଡିତାର ବାପା ମାଙ୍କ ବୟାନ ରେକର୍ଡ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।ସେହିପରି ଦୁଷ୍କର୍ମ କାରୀ ଏକ ସଂଖ୍ୟା ଲଘୁ ସମ୍ପ୍ରଦାୟର ହୋଇଥିବା ବେଳେ ଘଟଣାକୁ ନେଇ କିଛି ସମୟ ପାଇଁ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିଲା । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ସହିତ ଆସାମୀକୁ ଗିରଫ କରିଥିଲା କରଞ୍ଜିଆ ଥାନା ପୋଲିସ । ତେବେ ଏପରି ପାଶବିକ କାର୍ଯ୍ୟ କରିଥିବା ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।ତେବେ ଦେଖିବା ପାଇଁ ବାକି ରହିଲା ଏପରି ଘୃଣ୍ୟକାର୍ଯ୍ୟ କରିଥିବା ଅଭିଯୁକ୍ତ ବିରୁଦ୍ଧରେ କି ପଦକ୍ଷେପ ଗ୍ରହଣ କରୁଛି ପୋଲିସ ତାହା ଦେଖୁବା ପାଇଁ ବାକି ରହିଲା ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.