ETV Bharat / bharat

ମହାରାଷ୍ଟ୍ର ଦିବସରେ ପରମ୍ପରାର ସଂକଳ୍ପ ଓ ସଂସ୍କୃତିର ଗାଥା

author img

By

Published : May 1, 2020, 2:03 PM IST

ଅନ୍ତର୍ଜାତୀୟ ଶ୍ରମିକ ଦିବସ ଦିନ ହିଁ ଏହି ମହାରାଷ୍ଟ୍ର ଦିବସ । ପ୍ରତିବର୍ଷ ଆଜିର ଦିନରେ ତଥା ମେ ପହିଲାରେ ଏହି ଦିବସ ପାଳନ କରାଯାଏ।

Maharashtra Day 2020
ମହାରାଷ୍ଟ୍ର ଦିବସରେ ପରମ୍ପରାର ସଂକଳ୍ପ ଓ ସଂସ୍କୃତିର ଗାଥା

ମୁମ୍ବାଇ: ଅନ୍ତର୍ଜାତୀୟ ଶ୍ରମିକ ଦିବସ ଦିନ ହିଁ ଏହି ମହାରାଷ୍ଟ୍ର ଦିବସ ବା ମହାରାଷ୍ଟ୍ର ଦିନ୍। ପ୍ରତିବର୍ଷ ଆଜିର ଦିନରେ ତଥା ମେ ପହିଲାରେ ଏହି ଦିବସ ପାଳନ କରାଯାଏ। ଏହି ଦିନ ପ୍ୟାରେଡ୍ ଅନୁଷ୍ଠିତ ହୁଏ, ବିଦ୍ୟାଳୟ ଏବଂ କାର୍ଯ୍ୟାଳୟଗୁଡ଼ିକ ମହାରାଷ୍ଟ୍ର ପରମ୍ପରାକୁ ପାଳନ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରନ୍ତି। ଏହି ଦିନ ରାଜ୍ୟ ସରକାର ମଧ୍ୟ ସାଧାରଣତ ନୂତନ ପ୍ରକଳ୍ପର ଉଦଘାଟନ କରନ୍ତି।

ସାନୁକତ୍ ମହାରାଷ୍ଟ୍ର ସଂଗଠନ ଏକ ନୂତନ ତଥା ପୃଥକ ରାଜ୍ୟ ପାଇଁ ଆନ୍ଦୋଳନ ଆରମ୍ଭ କରିବା ପରେ ମେ 1, 1960 ରେ ଏହି ରାଜ୍ୟ ଗଠନ କରାଯାଇଥିଲା। କୋରୋନା ଭାଇରସ୍ ବା କୋଭିଡ୍-19 ବିସ୍ତାରକୁ ବନ୍ଦ କରିବା ପାଇଁ ଲଗା ଯାଇଥିବା ପ୍ରତିବନ୍ଧକ ଯୋଗୁଁ ଏଥର ଲୋକମାନେ ଘରେ ଅଟକି ରହିଛନ୍ତି ଏବଂ ଏହି ଦିବସକୁ କେବଳ ଅନଲାଇନର ବାର୍ତ୍ତା ମାଧ୍ୟମରେ ପରସ୍ପରକୁ ଅଭିବାଦନ ଜଣାଉଛନ୍ତି।

ଚଳିତ ବର୍ଷ ମହାରାଷ୍ଟ୍ର ଦିବସ ଶୁଭେଚ୍ଛା କେବଳ ଵିଭିନ୍ନ ସୋସିଆଲ୍ ମିଡିଆ ତଥା ହ୍ବାର୍ଟସାପ୍ ରେ ସୀମିତ ରହିଛି। ତେବେ ଏହା ହେଉଛି ମହାରାଷ୍ଟ୍ରର ଦିନ, ଆମ ରାଜ୍ୟକୁ ନୂତନ ଉଚ୍ଚତାକୁ ନେବାକୁ ଏକଜୁଟ ହେବା କଥା। ଜୟ ମହାରାଷ୍ଟ୍ର! ବୋଲି ବାର୍ତ୍ତା ଜଣାଇ ସମସ୍ତ ରାଜ୍ୟବାସୀ ପରସ୍ପର ମଧ୍ୟରେ ଶପଥ ନେଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.