ETV Bharat / bharat

ମହାରାଷ୍ଟ୍ରରେ ସରକାର ଗଠନ: ବିଜେପି ଦେଇପାରିବ ସ୍ଥିର ସରକାର !

author img

By

Published : Nov 15, 2019, 7:05 PM IST

ମହାରାଷ୍ଟ୍ର ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ରାଜ୍ୟରେ ବିଜେପି ପାଖରେ 119 ବିଧାୟକଙ୍କ ସମର୍ଥନ ରହିଛି । ରାଜ୍ୟରେ କେବଳ ବିଜେପି ହିଁ ସ୍ଥିର ସରକାର ଦେଇପାରିବ । ଏହି ବୟାନ ପରେ ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ହେବା ପୂର୍ବରୁ ଅଜଣା ଭୟ ପଶିଛି ।

ଡିଜାଇନ ଫଟୋ

ମୁମ୍ବାଇ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ପରେ ମହାରାଜନୀତିର ଏହି ମହାନାଟକ ଜଟିଳ ଦିଗ ଆଡକୁ ଗତି କରୁଛି । ଥମୁନାହିଁ ବୟାନବାଜି, କମ ହେଉନାହିଁ ସିଏମ ସିଟ୍‌ ଅକ୍ତିଆର ଆଶା । ସଂଖ୍ୟାବଳରେ ବଳୀୟାନ ହୋଇ ସିଏମ୍‌ ସିଂହାସନ କରାୟତ୍ତ କରିବା ପାଇଁ ଶିବସେନା-ଏନସିପି-କଂଗ୍ରେସ ହାତ ମେଳାଇବା ଚିତ୍ର ସ୍ପଷ୍ଟ । ତିନି ଦଳ ଖୁବଶୀଘ୍ର ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ପାଇଁ ଦାବି ରଖିବେ । ଏପରିସ୍ଥଳେ ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କ ବୟାନ ଭୂକମ୍ପ ସୃଷ୍ଟି କରିଛି । ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ରାଜ୍ୟରେ ବିଜେପି ପାଖରେ 119 ବିଧାୟକଙ୍କ ସମର୍ଥନ ରହିଛି । ରାଜ୍ୟରେ କେବଳ ବିଜେପି ହିଁ ସ୍ଥିର ସରକାର ଦେଇପାରିବ । ଏହି ବୟାନ ପରେ ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ହେବା ପୂର୍ବରୁ ଅଜଣା ଭୟ ପଶିଛି ।

maharashtra bjp president chandrakant patil
ଫଟୋ ସୌଜନ୍ୟ: ଏଏନଆଇ

ଚନ୍ଦ୍ରକାନ୍ତ ଆହୁରି କହିଛନ୍ତି ଯେ, ବିଜେପିକୁ 14 ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ରହିଛି । ବିଧାନସଭା ନିର୍ବାଚନରେ ବିଜେପି ୧୦୫ ଆସନରେ ଜିତିଛି । ଏହାସହ ନିର୍ଦ୍ଦଳୀୟଙ୍କୁ ମିଶାଇ ଏହି ସଂଖ୍ୟା 119ରେ ପହଞ୍ଚିଛି । ଖାସ୍‌ ଏହି ଅଙ୍କକୁ ଅସ୍ତ୍ର କରି ଦେବେନ୍ଦ୍ର ଫଡନାଭିସ୍‌ ରାଜ୍ୟରେ ବିଜେପି ସରକାର ଗଢି ପାରିବା ଉପରେ ଜୋର ଦେଇଛନ୍ତି । ବିଜେପି ସରକାର ଗଠନରେ ବିଶ୍ବାସ ଜିତିଛି । କୌଣସି ଦଳ ସହ ଚର୍ଚ୍ଚା ହୋଇନି, ମାତ୍ର ବିଜେପି ଏକମାତ୍ର ଦଳ ଯିଏ କେବଳ ସ୍ଥିର ସରକାର ଦେଇପାରିବ ।

ଶୁକ୍ରବାର ଏନସିପି ନେତା ନୱାଜ ମଲ୍ଲିକ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଆସନ ଶିବସେନାକୁ ମିଳିବା କଥା କହିଥଲେ । ଏଠାରେ ସୂଚନା ଯୋଗ୍ୟ ଯେ ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୧୦୫ ଆସନ ଜିତିଛି । ଶିବସେନା ୫୬ଟି ଆସନରେ ବିଜୟୀ ହୋଇଥିଲା। କଂଗ୍ରେସକୁ 44 ଓ ତାର ସହଯୋଗୀ ଏନସିପିକୁ 54 ଟି ଆସନରେ ବିଜୟ ମିଳିଛି । ବହୁମତ ସାବ୍ୟସ୍ତ କରିବା ପାଇଁ 145 ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.