ETV Bharat / bharat

ଏମିତି ଏକ ମନ୍ଦିର; ଯେଉଁଠି ପୂଜା ପାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି - ପୂଜା ପାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଜଣେ ଚାଷୀ ମୋଦିଙ୍କ ଭକ୍ତ ବୋଲି କହିଲେ କିଛି ଅତ୍ୟୁକ୍ତ ହେବ ନାହିଁ । କାରଣ ସେ ନିଜ ଟଙ୍କାରେ ଏକ ମନ୍ଦିର ନିର୍ମାଣ କରି ଭଗବାନ ମାନି ମୋଦିଙ୍କୁ ପୂଜା କରୁଛନ୍ତି । ଅଧିକ ଖବର ପଢନ୍ତୁ...

ଏମିତି ଏକ ମନ୍ଦିର; ଯେଉଁଠି ପୂଜା ପାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି

author img

By

Published : Dec 26, 2019, 2:49 AM IST

ଚେନ୍ନାଇ: ଦେଶର ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା କେବଳ ଦେଶ ନୁହେଁ ଦେଶ ବାହାରେ ବି ଦେଖିବାକୁ ମିଳିଛି । ମୋଦିଙ୍କୁ ନିଜର ଆଦର୍ଶ ମାନି ବହୁ ଲୋକ ତାଙ୍କ ଅନୁଗାମୀ ସାଜିଛନ୍ତି । ହେଲେ ଏମିତି ଏକ ଖବର ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଜଣେ ଚାଷୀ ମୋଦିଙ୍କ ଭକ୍ତ ବୋଲି କହିଲେ କିଛି ଅତ୍ୟୁକ୍ତ ହେବ ନାହିଁ । କାରଣ ସେ ନିଜ ଟଙ୍କାରେ ଏକ ମନ୍ଦିର ନିର୍ମାଣ କରି ଭଗବାନ ମାନି ମୋଦିଙ୍କୁ ପୂଜା କରୁଛନ୍ତି ।

କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ଘଟଣାଟି ହେଉଛି ତାମିଲନାଡୁର ତ୍ରିଚି ଅଞ୍ଚଳର ।ପି. ଶଙ୍କର ନାମ୍ନୀ ଏହି ବ୍ୟକ୍ତି ଜଣଙ୍କ ଏକ ସଫଳ ଚାଷୀ । 50 ବର୍ଷୀୟ ଶଙ୍କର ତ୍ରିଚି ଜିଲ୍ଲାର ହରାକୁଡି ଅଞ୍ଚଳରେ ରୁହନ୍ତି । କେବଳ ସଫଳ ଚାଷୀ ନୁହଁନ୍ତି ବିଜେପି ଦଳର ଏକ ସମର୍ଥକ ମଧ୍ୟ ।

ଏହି ମନ୍ଦିରକୁ ସେ ନିଜ ଟଙ୍କାରେ ତୋଳିବା ସହ ନିଜ ଜମିରେ ହିଁ ନିର୍ମାଣ କରିଛନ୍ତି । ପ୍ରତ୍ୟେକ ସକାଳୁ ସେ ମୋଦିଙ୍କ ପ୍ରତିମୂର୍ତ୍ତୀକୁ ପୂଜା କରିବା ସହ ମନ୍ତ୍ର ମଧ୍ୟ ପାଠ କରନ୍ତି । ଏହି ପ୍ରତିମୂର୍ତ୍ତୀର ଉଚ୍ଛତା 2 ଫୁଟ ବୋଲି ଜଣାପଡିଛି । ହେଲେ ମନ୍ଦିର ତୋଳିବାକୁ ତାଙ୍କୁ 8 ମାସ ସମୟ ଲାଗିଥିଲା କାରଣ ତାଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ନଥିଲା ।

ସେପଟେ ମୋଦିଙ୍କ ପ୍ରତିମୂର୍ତ୍ତୀ ସହ ଦେଶର ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ଫଟୋ ଚିତ୍ର ବି ଏହି ମନ୍ଦିରର କାନ୍ଥରେ ଦେଖିବାକୁ ମିଳିଛି । ସେଥିମଧ୍ୟରୁ ତାମିଲନାଡୁର ପୂର୍ବ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ଜେ. ଜୟଲଳିତା, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଫଟୋ ଚିତ୍ର ରହିଛି ।

ଏହି ଖବର ଜଣାପଡିବା ପରେ ମନ୍ଦିରକୁ ଦେଖିବାକୁ ବହୁ ଦୂରଦୂରାନ୍ତରୁ ଲୋକଙ୍କ ଭିଡ ଜମୁଛି ।

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.