ETV Bharat / bharat

ପାକିସ୍ତାନର ଚିକିତ୍ସା କେବଳ ମୋଦି ହିଁ କରିପାରିବେ: ଶାହ - congress

ଶନିବାର ମଧ୍ୟପ୍ରଦେଶର ଉମରିଆରୁ ବିଜେପିର ବିଜୟ ସଂକଳ୍ପ ବାଇକ ରାଲିର ଶୁଭାରମ୍ଭ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଶାହ କହିଛନ୍ତି ପାକିସ୍ତାନ ଭଳି ଦେଶକୁ କେବଳ ପ୍ରଧାନମନ୍ତ୍ରୀ ମୋଦି ହିଁ ସୁଧାରି ପାରିବେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ANI
author img

By

Published : Mar 3, 2019, 3:22 PM IST

ଭୋପାଳ: ବିଜେପିର ବିଜୟ ସଂକଳ୍ପ ବାଇକ ରାଲିର ଶୁଭାରମ୍ଭ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଶନିବାର ମଧ୍ୟପ୍ରଦେଶର ଉମରିଆରୁ ଏହାର ଶୁଭାରମ୍ଭ ହୋଇଛି । ଏହି ବିଜୟ ସଂକଳ୍ପ ରାଲିର ଶୁଭାରମ୍ଭ କରି ଶାହ କହିଛନ୍ତି ପାକିସ୍ତାନ ଭଳି ଦେଶକୁ କେବଳ ପ୍ରଧାନମନ୍ତ୍ରୀ ମୋଦି ହିଁ ସୁଧାରି ପାରିବେ ।

ସେ ଆହୁରି କହିଛନ୍ତି ଦେଶର ଗୌରବକୁ ଆକାଶରେ ପହଞ୍ଚାଇବା କାମ, ଦେଶର ସୁରକ୍ଷା କାମ ଏବଂ ପାକିସ୍ତାନକୁ ତାରି ଭାଷାରେ ଜବାବ ଦେବା କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ କରିପାରିବେ । ଶାହଙ୍କ ସୂଚନା ଅନୁସାରେ ଦେଶର 3,800ରୁ ଅଧିକ ସ୍ଥାନରୁ ବିଜେପିର 1 କୋଟିରୁ ଅଧିକ କର୍ମୀ ବିଜୟ ସଂକଳ୍ପ ବାଇକ ରାଲିରେ ବାହାରିଛନ୍ତି ।

ଅମିତ ଶାହା କହିଛନ୍ତି ଦେଶକୁ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ଅର୍ଥବ୍ୟବସ୍ଥାରେ ପରିଣତ କରିବାକୁ ହେଲେ ନିର୍ବାଚନର ପ୍ରସଙ୍ଗ ହେବା ଦରକାର । ନିର୍ବାଚନର ପ୍ରସଙ୍ଗ ଦେଶର ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ପାକିସ୍ତାନକୁ କଡା ଜବାବ ଦେବା ଦରକାର । କଂଗ୍ରେସ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ କରିନି କି ଚେଷ୍ଟା ମଧ୍ୟ କରିନି । କଂଗ୍ରେସ ଦେଶର ଯବାନଙ୍କ ଗଢିଥିବା ରକ୍ତର ପ୍ରତିଶୋଧ ନେବାକୁ କେବେ ମଧ୍ୟ ସାହସ କରିନି ।

Intro:Body:

1000 ଟଙ୍କା ଦିଅ, ଛୁଆ ନିଅ

ଭୋପାଳ: ଟଙ୍କା ପାଇଁ ପ୍ରସବ ପରେ ମା ଠାରୁ ପିଲାକୁ ଛଡାଇନେଲା ଲୋଭୀ ନର୍ସ । ଟଙ୍କା ଦିଅ ନଚେତ ପିଲାକୁ ଦିଆଯିବନି ବୋଲି ଦେଉଥିଲା ଧମକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଶିବପୁରୀ ଅଞ୍ଚଳରେ। ତେବେ ଏହି ଘଟଣା ଯାଇ ପହଞ୍ଚିଛି ଜିଲ୍ଲାପାଳଙ୍କ ନିକଟରେ। ନର୍ସଙ୍କର ଏପରି ବ୍ୟବହାର ଯୋଗୁଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ପୀଡିତାଙ୍କ ପରିବାର ।

ସୂଚନା ଅନୁସାରେ, ଶିବପୁରୀ ଅଞ୍ଚଳର ଦୁହ୍ଲଇ ଗାଁର ସୁନିତା ପ୍ରସବ ପାଇଁ ସ୍ଥାନୀୟ ଡାକ୍ତରଖାନାରେ ପହଞ୍ଚିଥିଲେ । ଡାକ୍ତରଖାନାରେ ଥିବା ନର୍ସ ସୁନିତାଙ୍କ ପରିବାରକୁ ଅପରେସନ ହେବା କଥା କହି 1000 ଟଙ୍କା ଜମା କରିବା ପାଇଁ କହିଥିଲେ । ଶୀଘ୍ର ଟଙ୍କା ଜମା କଲେ ଭଲରେ ଭଲରେ ପ୍ରସବ ହେବ, ଏଇ ଡାକ୍ତରଖାନାରେ କିଛି ସୁବିଧା ନାହିଁ କହି ତାଙ୍କୁ ଅନ୍ୟ ଡାକ୍ତରଖାନାକୁ ପଠାଇଦେବୁ  ବୋଲି ଧମକ ଦେଇଥିଲେ ।

ହେଲେ ପ୍ରଥମେ ସୁନିତାଙ୍କ ଶାଶୁଶୂଶୁର ଟଙ୍କା ଦେବା ପାଇଁ ରାଜି ହୋଇନଥିଲେ। କିନ୍ତୁ ନର୍ସଙ୍କ ଧମକ ଶୁଣି ସେମାନେ ଟଙ୍କାଜମା କରିବା ପାଇଁ ରାଜି ହୋଇଥିଲେ। ଫଳରେ ସୁନିତାଙ୍କର ଅପରେସନ କରାଯାଇଥିଲା ।  ସନ୍ତାନ ପ୍ରସବ ପରେ ନର୍ସ ଟଙ୍କା ମାଗିଥିଲେ। କିନ୍ତୁ ଶାଶୁଶ୍ବଶୁର ଟଙ୍କା ଦେବା ପାଇଁ ସଫା ମନା କରିଥିଲେ । ତେବେ ନର୍ସ ମଧ୍ୟ ନବଜାତକକୁ ଦେବା ପାଇଁ ମନା କରିଥିଲେ ।

ତେବେ ପିଲାକୁ ନପାଇବା ପରେ ଚିନ୍ତାରେ ପଡିଥିଲେ ପରିବାର । ତେଣୁ ଏହି ଘଟଣା ବିଷୟରେ ପ୍ରଥମେ ଡାକ୍ତରଖାନା ଅଧିକାରୀଙ୍କୁ ଓ ପରେ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଏହାପରେ ପରେ ନର୍ସ ପିଲାଟିକୁ ପରିବାରକୁ ଫେରାଇଥିଲା।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.