ETV Bharat / bharat

ପଶ୍ଚିମବଙ୍ଗରେ ଲୋକାଲ ଟ୍ରେନ ସେବା ଆରମ୍ଭ - ପଶ୍ଚିମବଙ୍ଗରେ ଲୋକାଲ ଟ୍ରେନ ଚଳାଚଳ ଆରମ୍ଭ

ପଶ୍ଚିମବଙ୍ଗରେ ପୁଣି ଲୋକାଲ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ଯାତ୍ରୀମାନଙ୍କୁ କୋଭିଡ ନିୟମାବଳୀ ଅନୁସରଣ କରି ଯାତ୍ରା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ...

Local Train Service in west Bengal resumes
ସାଢେ ସାତ ମାସ ପରେ ପଶ୍ଚିମବଙ୍ଗରେ ଲୋକାଲ ଟ୍ରେନ ସେବା ଆରମ୍ଭ
author img

By

Published : Nov 11, 2020, 8:53 AM IST

କୋଲକାତା: ଦୀର୍ଘ ସାଢେ ସାତ ମାସର ଅପେକ୍ଷା ଶେଷ ହୋଇଛି । ପଶ୍ଚିମବଙ୍ଗରେ ପୁଣି ଲୋକାଲ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ଆଜି(ବୁଧବାର) ରାତି 2 ଟା 40 ରେ ପ୍ରଥମ ହାଓ୍ବଡା ମେଦିନପୁର ଲୋକାଲ ଟ୍ରେନ ହାଓ୍ବଡା ଷ୍ଟେସନରୁ ବିଦାୟ ନେଇଛି । ଯଦିଓ ପ୍ରଥମ ଦିନରେ ଯାତ୍ରୀ ସଂଖ୍ୟା କମ ରହିଛି ତେବେ ରାଜ୍ୟ ସରକାର ଏବଂ ରେଳ ବିଭାଗର ଏଭଳି ନିଷ୍ପତ୍ତିରେ ସଭିଏଁ ଖୁସି ଅଛନ୍ତି ।

ସାଢେ ସାତ ମାସ ପରେ ପଶ୍ଚିମବଙ୍ଗରେ ଲୋକାଲ ଟ୍ରେନ ସେବା ଆରମ୍ଭ

ଲକଡାଉନ ଯୋଗୁଁ ସାତ ମାସ ହେଲା ପଶ୍ଚିମବଙ୍ଗରେ ଲୋକାଲ ଟ୍ରେନ ଚଳାଚଳ ବନ୍ଦ ହେବା ଫଳରେ ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏହି ଟ୍ରେନ ସେବା ଆରମ୍ଭ ହେବା ଦ୍ବାରା ସେମାନଙ୍କର ଯାତାୟତ ଜନିତ ସମସ୍ୟା ହାଲୁକା ହେବ ବୋଲି ଯାତ୍ରୀ ଆଶା ରଖିଛନ୍ତି । ତେବେ ହାଓ୍ବାଡା ଷ୍ଟେସନରୁ ମେଦିନୀପୁର ଚାଲୁଥିବା ଏହି ଟ୍ରେନରେ ଯାତ୍ରୀମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହ ସମସ୍ତ କୋଭିଡ ନିୟମାବଳୀ ଅନୁସରଣ କରି ଯାତ୍ରା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିଲାଗି ଟ୍ରେନର ପ୍ରତ୍ୟେକ ସିଟରେ ମାର୍କିଂ କରାଯାଇଛି ଏବଂ କୋଭିଡ ନିୟମ ସମ୍ପର୍କିତ ପୋଷ୍ଟର ଲଗାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.