ETV Bharat / bharat

କୁନି ଭବିଷ୍ୟତଙ୍କୁ ପରିବେଶ ଚିନ୍ତା, ପ୍ଲାଷ୍ଟିକ ବ୍ୟବହାର ଉପରେ କରୁଛନ୍ତି ସଚେତନ - fight against plastic

ପ୍ଲାଷ୍ଟିକ ବ୍ୟବହାର ସମ୍ପର୍କରେ ସଚେତନ କରୁଛନ୍ତି ଅଙ୍ଗନବାଡି ପିଲା। ବଡମାନେ ଯେତେବେଳେ ପରିବେଶ ପ୍ରତି ଅବହେଳା ଦେଖାଉଛନ୍ତି ଏପରି ସ୍ଥିତିରେ ଆଗକୁ ଆସିଛି କୁନିକୁନି ପିଲା। ହାତରେ ପ୍ଲାକାର୍ଡ ଧରି ବଡଲୋକଙ୍କୁ କରୁଛନ୍ତି ସଚେତନ। ପ୍ଲାଷ୍ଟିକ ମୁକ୍ତ ଦେଶ ଗଠନ ନେଇ ଚାଲିଥିବା ଅଭିଯାନରେ ପଢନ୍ତୁ ଆମର ସ୍ବତନ୍ତ୍ର ଉପସ୍ଥାପନା...

plastic
କୁନି ଭବିଷ୍ୟତଙ୍କୁ ପରିବେଶ ଚିନ୍ତା, ପ୍ଲାଷ୍ଟିକ ବ୍ୟବହାର ଉପରେ କରୁଛନ୍ତି ସଚେତନ
author img

By

Published : Jan 4, 2020, 7:55 AM IST

ମୋତିହାରି: ପ୍ଲାଷ୍ଟିକ ସଚେତନତା ପାଇଁ ବାହାରିଛନ୍ତି କୁନି କୁନି ଭବିଷ୍ୟତ। କାରଣ ଶିଶୁ ବି ବୁଝିଛନ୍ତି ପ୍ଲାଷ୍ଟିକର ଭୟାବହତା ସମ୍ପର୍କରେ। ଖାସ୍ ସେଥିପାଇଁ ସିଲଟ ଖଡି ଧରି ପାଠ ପଢିବା ବୟସରେ ବଡଲୋକଙ୍କୁ ବୁଝାଉଛନ୍ତି ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ। ବିହାରର କୁନି କୁନି ଶିଶୁ ଏଭଳି ସଚେତନତା କରୁଥିବା ଦେଖିବାକୁ ମିଳିଛି।

ପ୍ଲାଷ୍ଟିକ ବିରୋଧରେ କୁନି କୁନି ପିଲାଙ୍କ ଲଢେଇ । ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ସଚେତନ କରୁଛନ୍ତି ଅଙ୍ଗନବାଡି ପିଲାଏ । ବିହାରର କିଛି ଅଙ୍ଗନବାଡି ଶିଶୁ ପ୍ଲାଷ୍ଟିକ ବିରୋଧରେ ଲଢେଇ କରି ପାଲଟିଛନ୍ତି ଉଦାହରଣ । ପୂର୍ବ ଚମ୍ପାରଣ ମଧୁଛପ୍ରା ଗାଁ ଅଙ୍ଗନବାଡିରେ ପଢୁଥିବା ଶିଶୁ, ବଡଲୋକଙ୍କୁ ପ୍ଲାଷ୍ଟିକ ବ୍ୟବହାର ସମ୍ପର୍କରେ କରୁଛନ୍ତି ସଚେତନ।

କୁନି ଭବିଷ୍ୟତଙ୍କୁ ପରିବେଶ ଚିନ୍ତା, ପ୍ଲାଷ୍ଟିକ ବ୍ୟବହାର ଉପରେ କରୁଛନ୍ତି ସଚେତନ

ଅନ୍ୟପଟେ ଶିଶୁଙ୍କୁ ବିଭିନ୍ନ ସ୍ଲୋଗାନ ଲେଖାଯାଇଥିବା ପ୍ଲାକାର୍ଡ ଦିଆଯାଇଛି । ଆଉ ଏହି ପ୍ଲାକାର୍ଡ ଗୁଡିକୁ ଗାଁର ଡମ୍ପିଂୟାର୍ଡ ନିକଟରେ ରଖାଯାଇଛି। ପିଲାଙ୍କ ଏହି ପ୍ରୟାସ ଯୋଗୁଁ ଗାଁରେ ସକରାତ୍ମକ ପ୍ରଭାବ ପଡିଥିବା କୁହନ୍ତି ଗାଁଲୋକେ।

କେବଳ ପିଲାଏ ନୁହେଁ ଗାଁର ଶିକ୍ଷକ ମଧ୍ୟ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ପ୍ରୋତ୍ସାହିତ କରୁଛନ୍ତି । ପ୍ଲାଷ୍ଟିକ ଭୟାବହତା ଦେଖି ଦେଶରେ ବ୍ୟାନ ହୋଇଛି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ। ଏହାର ଖୁଲମଖୁଲା ହେଉଛି ବ୍ୟବହାର। ଏପଟେ ଲୋକଙ୍କୁ ସଚେତନ ପାଇଁ ଆଗକୁ ଆସିଛନ୍ତି ଆଗାମୀକାଲିର ଭବିଷ୍ୟତ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

Jan 4 - Plastic Campaign Story -  Little crusaders lead anti-plastic push in Bihar village

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.