ETV Bharat / bharat

ଛତିଶଗଡରେ ବଜ୍ରପାତ, 3 ମୃତ

ଛତିଶଗଡର ବିଭିନ୍ନ ସ୍ଥାନରେ ବଜ୍ରପାତ । 3 ଜଣ ମୃତ । ଅଧିକ ପଢନ୍ତୁ...

Lightning kills 3 persons in Chhattisgarh
ବଜ୍ରାଘାତ ନେଲା 3 ଜୀବନ
author img

By

Published : Aug 17, 2020, 9:59 AM IST

ରାୟପୁର: ଆକାଶରୁ ଖସିଲା ମୃତ୍ୟୁ । ଛତିଶଗଡର ବିଭିନ୍ନ ସ୍ଥାନରେ ବଜ୍ରପାତରେ 3 ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଫାଷ୍ଟରପୁର ପୋଲିସ ଷ୍ଟେସନର ଅଧିକାରୀ ସୂଚନା ଦେଇଛନ୍ତି । ମୁଙ୍ଗେଲିର କୋସମାରା ଗାଁରେ ସ୍ବାମୀ ଓ ସ୍ତ୍ରୀ କ୍ଷେତରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ସେମାନଙ୍କର ଜୀବନ ଯାଇଥିଲା । ସେହିପରି ଭଥା ଗାଁର ଅନ୍ୟ ଜଣେ କୃଷକ ମଧ୍ୟ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି । ତେବେ ,ଏମାନଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।

ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି । ଲଗାଣ ବର୍ଷା ଯୋଗୁଁ ସୁକମା ଜିଲ୍ଲାର ବିଭିନ୍ନ ସ୍ଥାନ ଜଳବନ୍ଦୀ ହୋଇଯାଇଛି । ଏପରିକି, ଗୋଦାବରୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଗୋଦାବରୀ ନଦୀ ନିକଟରେ ଥିବା ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.