ETV Bharat / bharat

ସ୍ବାସ୍ଥ୍ୟ ପାଇଁ ହାନିକାରକ ଏଲଇଡି ଲାଇଟ, ଜାଣନ୍ତୁ କାହିଁକି ?

ଏଲଇଡି ଲାଇଟ ବ୍ୟବହାର ଦ୍ବାରା ଆଖିର ରେଟିନା ନଷ୍ଟ ହେଉଛି । ଏହାସହ ଧିରେ ଧିରେ ପ୍ରାକୃତିକ ନିଦ୍ରା ସୁତ୍ର(ସ୍ଲିପ ରିଦିମ)ରେ ମଧ୍ୟ ବାଧା ସୃଷ୍ଟି କରୁଛି ।

author img

By

Published : May 16, 2019, 2:56 PM IST

ଡିଜାଇନ ଫଟୋ

ଆଜିକାଲି ଦେଖାଯାଉଛି ସାଧାରଣତଃ ଏଲଇଡି ବଲ୍‌ବର ବ୍ୟବହାର ବହୁଳମାତ୍ରାରେ ବଢିବାରେ ଲାଗିଛି । ଅଧିକ ଆଲୋକ ପ୍ରଦାନ କରିବା ସହ କମ ଭୋଲଟେଜଯୁକ୍ତ ହୋଇଥିବାରୁ ଅଧିକାଂଶ ଲୋକ ଏହାକୁ ବ୍ୟବହାର କରୁଛନ୍ତି । ସରକାରଙ୍କ ତରଫରୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଓ ସୌଭାଗ୍ୟ ଯୋଜନା ଅନୁସାରେ ଏଲଇଡି ବଲ୍‌ବ ସମ୍ପୂର୍ଣ୍ଣ ମାଗଣାରେ ଲୋକଙ୍କୁ ବଣ୍ଟାଯାଉଛି ।

ତେବେ କେବେ ଭାବିଛନ୍ତି ସ୍ବାସ୍ଥ୍ୟ ପାଇଁ ଏହା କେତେ ଉପକାରୀ ? ଏକ ଅଧ୍ୟୟନରୁ ଜଣାପଡିଛି ଯେ ଏଲଇଡି ଲାଇଟ ଦ୍ବାରା ଆଖିର ରେଟିନା ନଷ୍ଟ ହେଉଥିବାର ପରିଲକ୍ଷିତ ହେଉଛି । ଏହାସହ ଧିରେ ଧିରେ ପ୍ରାକୃତିକ ନିଦ୍ରା ସୁତ୍ର(ସ୍ଲିପ ରିଦିମ)ରେ ମଧ୍ୟ ବାଧା ସୃଷ୍ଟି କରୁଛି । ଫଳରେ ଏହି ଲାଇଟ ଦ୍ବାରା ସ୍ବାଭାବିକ ଭାବରେ ନିଦ ମଧ୍ୟ ଆସିନଥାଏ ।

ଫ୍ରେଞ୍ଚ ଖାଦ୍ୟ, ପରିବେଶ, ସ୍ବାସ୍ଥ୍ୟ ଓ ସୁରକ୍ଷା ଏଜେନ୍ସିର କହିବାନୁଯାୟୀ ପାୱାରଫୁଲ ଏଲଇଡି ଲାଇଟ ଫଟୋ ଟକ୍ସିକ ଯାହା ରେଟିନାର ସେଲକୁ ନଷ୍ଟ କରିବାସହ ଦୃଷ୍ଟିଶକ୍ତି ମଧ୍ୟ କମଜୋର କରିଥାଏ । ଏହା ବଜାରରେ ବହୁଳମାତ୍ରାରେ ବ୍ୟବହାର ହେଉଥିବା ବେଳେ ଲାଇଟ ଟେକ୍ନୋଲୋଜିରେ ପରିବର୍ତ୍ତନ ଆଣିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

Intro:Body:

fdh

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.