ETV Bharat / bharat

ଚଳିତବର୍ଷର ଶେଷ ସୁପରମୁନ ମେ’ 7 ରେ, ଜାଣନ୍ତୁ ଚନ୍ଦ୍ର ଉଦୟର ସମୟ

author img

By

Published : May 6, 2020, 6:47 AM IST

ଚଳିତ ବର୍ଷ ମେ’ 7 ତାରିଖରେ ପୂର୍ଣ୍ଣିମା ତିଥି ରହିଛି । ବୈଜ୍ଞାନିକମାନେ ଏହାକୁ ସୁପର ଫ୍ଲାୱାର ମୁନ ନାଁ ଦେଇଛନ୍ତି । ଚନ୍ଦ୍ର ଆକାରରେ ବଡ଼ ଏବଂ ଅତି ସୁନ୍ଦର, ରୋଶଣୀ ଦେଖାଯିବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମେ’ 7 ରେ ସୁପରମୁନ
ମେ’ 7 ରେ ସୁପରମୁନ

ନୂଆଦିଲ୍ଲୀ: କୋରୋନା ଭାଇରସ ପ୍ରକୋପରେ ଦୁନିଆ ଅସ୍ତବ୍ୟସ୍ତ । ହେଲେ ଏହି ସମୟରେ ଆକାଶରେ ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିବ । ଚଳିତ ବର୍ଷ ମେ’ 7 ତାରିଖରେ ପୂର୍ଣ୍ଣିମା ତିଥି ରହିଛି । ଚନ୍ଦ୍ରମାର ସୁନ୍ଦରତା ଦେଖି ଆପଣଙ୍କୁ ନିଶ୍ଚିତ ଭଲ ଲାଗିବ । ବୈଜ୍ଞାନିକମାନେ ଏହାକୁ ସୁପର ଫ୍ଲାୱାର ମୁନ ନାଁ ଦେଇଛନ୍ତି । କାରଣ ସେହି ସମୟଟି ଅତ୍ୟନ୍ତ ଭଲ ଏବଂ ଅନ୍ୟଦିନ ଅପେକ୍ଷା ଏହି ଦିନେ ଚନ୍ଦ୍ରମା ପୃଥିବୀର ନିକଟତର ହେବ । ଫଳରେ ଚନ୍ଦ୍ର ଆକାରରେ ବଡ଼ ଏବଂ ଅତି ସୁନ୍ଦର ଦେଖାଯିବ ।

ଏଥିପୂର୍ବରୁ ଏପ୍ରିଲରେ ସୁପରମୁନ ଦେଖିବାକୁ ମିଳିଥିଲା । ଏହାକୁ ପିଙ୍କମୁନ ନାଁ ଦିଆଯାଇଥିଲା । କିନ୍ତୁ ଯେଉଁ ବ୍ୟକ୍ତି ସେଦିନ ସୁପରମୁନ ଦେଖି ନାହାଁନ୍ତି ସେମାନଙ୍କ ପାଇଁ ମେ 7 ତାରିଖ ଶେଷ ସୁଯୋଗ । କାରଣ ଚଳିତ ବର୍ଷର ଏହା ହେଉଛି ଶେଷ ସୁପରମୁନ ।

ନାସାର ବୈଜ୍ଞାନିକଙ୍କ ଅନୁସାରେ ଏଥର ସୁପରମୁନ ଦେଖିବା ପାଇଁ ଲୋକଙ୍କ ଭରପୁର ସମୟ ମିଳିବ । ଗୁରୁବାରଠାରୁ ଆରମ୍ଭ କରି ଶୁକ୍ରବାର ପର୍ଯ୍ୟନ୍ତ ସୁପରମୁନ ଦେଖାଯିବ । ଚନ୍ଦ୍ର ଉଦୟ ଏବଂ ଚନ୍ଦ୍ର ଅସ୍ତ ସମୟରେ ସୁପରମୁନର ଦୃଶ୍ୟ ଅତ୍ୟନ୍ତ ରମଣୀୟ ରହିବ । ଟ୍ରୈବଲ ପ୍ଲସ ଲିଜର ରିପୋର୍ଟ ଅନୁସାରେ ସୁପରମୁନର ଗ୍ଲୋବାଲ ଟାଇମ ସକାଳ 6.45 ରେ ରହିବ । ଭାରତୀୟ ସମୟ ଅନୁସାରେ ଏହି ସୁପରମୁନ ଆକାଶରେ ସନ୍ଧ୍ୟା ପ୍ରାୟ 4 ଟା ବେଳେ ଦୃଶ୍ୟମାନ ହେବ । ଏଥର ସୁପରମୁନର ରଙ୍ଗ ପ୍ରାରମ୍ଭରୁ ଗୋଲାପୀ ଦେଖାଯିବ । ଏହାପରେ ଧିରେ ଧିରେ ଏହାର ରଙ୍ଗ କମଳା ଏବଂ ହାଲୁକା ହଳଦିଆ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.