ETV Bharat / bharat

ଭାରତ-ଚୀନ ସେନା କମାଣ୍ଡରଙ୍କ ବୈଠକ ପରେ ବି ବାହାରିଲାନି ଫଳାଫଳ - ଭାରତୀୟ ଓ ଚୀନ ସୈନ୍ୟବାହିନୀ

ଭାରତୀୟ ଓ ଚୀନ ସେନା ଶନିବାର ଉଚ୍ଚସ୍ତରୀୟ ସାମରିକ ଆଲୋଚନା କରିଥିଲେ । ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ପୂର୍ବ ଲଦାଖ ସୀମା ବିବାଦକୁ ଶେଷ କରିବା ନେଇ ସୂଚନା ମିଳିଛି।

LAC standoff
ଭାରତ-ଚୀନ ସେନା କମାଣ୍ଡରଙ୍କ ଆଲୋଚନା
author img

By

Published : Jun 7, 2020, 4:39 PM IST

ନୂଆଦିଲ୍ଲୀ: ଭାରତୀୟ ଓ ଚୀନ ସେନା ଶନିବାର ଉଚ୍ଚସ୍ତରୀୟ ସାମରିକ ଆଲୋଚନା କରିଥିଲେ । ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ପୂର୍ବ ଲଦାଖ ସୀମା ବିବାଦକୁ ଶେଷ କରିବା ନେଇ ସୂଚନା ମିଳିଛି । ଏହି ବୈଠକରେ ଭାରତର ପ୍ରତିନିଧିତ୍ବ କରିଥିଲେ 14 ତମ କୋର୍ ଜେନେରାଲ ଅଫିସର କମାଣ୍ଡିଂ ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ । ସେପଟେ ଚୀନର ନେତୃତ୍ବ ନେଇଥିଲେ ତିବ୍ଦତ ମିଲିଟାରୀ ଜିଲ୍ଲାର କମାଣ୍ଡର । ତେବେ ଏହି ବହୁ ପ୍ରତିକ୍ଷିତ ବୈଠକ ବିଷୟରେ ସେନା କିମ୍ବା ବୈଦେଶିକ ମନ୍ତ୍ରଣାଳୟ କୌଣସି ସୂଚନା ଦେଇନାହାଁନ୍ତି।

ଚୀନ୍‌ର ସୀମା ପର୍ସନାଲ ମିଟିଂ (ବିପିଏମ୍) ହଟରେ ଏହି ବୈଠକ ହୋଇଥିଲା । ଭାରତ ସୀମାରେ ଏହା ଚୁସୁଲର ବିପିଏମ୍ ହଟ ନିକଟରେ ଅବସ୍ଥିତ । ଭାରତୀୟ ସମୟ ସକାଳ 11.30ରେ ଏହି ବୈଠକ ଆରମ୍ଭ ହୋଇଥିଲା । ତେବେ ଏହି ସମୟରେ ସୀମା ବିବାଦ ସେତେବେଳେ ଦେଖାଦେଇଛି, ଯେତେବେଳେ ଭାରତ ଓ ଚୀନ୍ ସେମାନଙ୍କ ସମ୍ପର୍କର 70 ତମ ବାର୍ଷିକୀ ପାଳନ କରୁଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ଉଭୟ ପକ୍ଷ ମଧ୍ୟ ସହମତ ହୋଇଛନ୍ତି ଯେ 70 ବର୍ଷ ପୂର୍ତ୍ତି ଅବସରରେ ଚଳିତ ବର୍ଷର ତିକ୍ତତାକୁ ହ୍ରାସ କରିବା ପାରସ୍ପରିକ ସମ୍ପର୍କର ଉନ୍ନତି ପାଇଁ ସହାୟକ ହେବ।

ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିବା ଏହି ବୈଠକ ବିଷୟରେ ସେନା ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । କିନ୍ତୁ ଏହି ସୂଚନା ମିଳିଥିଲା ​​ଯେ, ଭାରତୀୟ ସେନାର ପ୍ରତିନିଧି ଏହି ବୈଠକରେ ସେମାନଙ୍କ ଚୀନ୍ ପ୍ରତିପକ୍ଷଙ୍କ ଠାରୁ କ’ଣ ଦାବି କରିଛନ୍ତି । ସୂଚନାନୁସାରେ, ଭାରତୀୟ ସେନା ଏହା ସ୍ପଷ୍ଟ କରିଛି ଯେ ଚୀନକୁ ଏପ୍ରିଲ ମାସ ଆରମ୍ଭରୁ ଫେରିବାକୁ ପଡିବ। ଏଥି ସହିତ ଭାରତ ସୀମା ଅଞ୍ଚଳରେ ରାସ୍ତା ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବ ନାହିଁ ଯେଉଁଥିପାଇଁ ଚୀନ ପକ୍ଷରୁ ଏକ ଦାବି କରାଯାଇଥିଲା। ଭାରତ ଖୋଲାଖୋଲି ଭାବେ କହିଛି ଯେ କୌଣସି ବିବାଦୀୟ ଅଞ୍ଚଳରେ ନୁହେଁ, ଯାହା ନିର୍ମାଣ ହୋଇଛି କିମ୍ବା କରାଯାଉଛି ତାହା ଭାରତର ଅଧୀନରେ ଅଛି।

ଦୁଇ ସେନାର ସ୍ଥାନୀୟ କମାଣ୍ଡର ସ୍ତରରେ 12 ରାଉଣ୍ଡ ଆଲୋଚନା ଓ ମେଜର ଜେନେରାଲ ପଦବୀ ଅଧିକାରୀଙ୍କ ମଧ୍ୟରେ 3 ରାଉଣ୍ଡ ଆଲୋଚନା ପରେ ଲେଫ୍ଟନାଣ୍ଟ ଜେନେରାଲ ସ୍ତରରେ ଶନିବାର କୌଣସି ଗୁରୁତ୍ବପୂର୍ଣ୍ଣ ଫଳାଫଳ ହୋଇପାରି ନାହିଁ। ଉଚ୍ଚସ୍ତରୀୟ ସାମରିକ କଥାବାର୍ତ୍ତାର ଗୋଟିଏ ଦିନ ପୂର୍ବରୁ ଦୁଇ ଦେଶ କୂଟନୈତିକ ସ୍ତରରେ ସାକ୍ଷାତ କରିଥିଲେ । ଏହି ସମୟ ମଧ୍ୟରେ ପରସ୍ପରର ସମ୍ବେଦନଶୀଳତା, ଚିନ୍ତାଧାରାକୁ ଦୃଷ୍ଟିରେ ରଖି ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଉଭୟ ମତଭେଦ ସମାଧାନ କରିବାକୁ ଉଭୟ ପକ୍ଷ ସହମତ ହୋଇଥିଲେ।

ଗତ ମାସ ଆରମ୍ଭରେ ଅବରୋଧ ଆରମ୍ଭ ହେବା ପରେ ଭାରତୀୟ ସାମରିକ ନେତୃତ୍ବ ନିଷ୍ପତ୍ତି ନେଇଥିଲେ ଯେ ପାଙ୍ଗୋଙ୍ଗ, ଗାଲୱାନ ଭ୍ୟାଲି, ଡେମୋକୋକ ଏବଂ ଦୌଲାତ ବାଗ ଓଲଡିର ସମସ୍ତ ବିବାଦୀୟ ଅଞ୍ଚଳରେ ଚୀନ୍ ସୈନ୍ୟଙ୍କ ଆକ୍ରମଣାତ୍ମକ ମନୋଭାବ ବିରୋଧରେ ଭାରତୀୟ ଯବାନମାନେ ଦୃଢ ଆଭିମୁଖ୍ୟ ଗ୍ରହଣ କରିବେ। ସାଂପ୍ରତିକ ଅବରୋଧ ଆରମ୍ଭ ହେବାର କାରଣ ହେଉଛି ପାଙ୍ଗୋଙ୍ଗ ହ୍ରଦର ଫିଙ୍ଗର ଅଞ୍ଚଳରେ ଭାରତ ଦ୍ବାରା ଏକ ଗୁରୁତ୍ବପୂର୍ଣ୍ଣ ସଡକ ନିର୍ମାଣକୁ ଚୀନର ତୀବ୍ର ବିରୋଧ। ଏହା ବ୍ୟତୀତ, ଗାଲୱାନ ଉପତ୍ୟକାରେ ଦାରୁବୁକ୍-ଶୋକ-ଦୌଲତ ବାଗ ଓଲଡି ମାର୍ଗକୁ ସଂଯୋଗ କରୁଥିବା ଅନ୍ୟ ଏକ ରାସ୍ତା ନିର୍ମାଣକୁ ଚୀନ ବିରୋଧ କରୁଥିବା ନେଇ ମଧ୍ୟ ଅବରୋଧ ରହିଛି।

ମେ 5 ଓ 6 ରେ ପୂର୍ବ ଲଦାଖର ପାଙ୍ଗୋଙ୍ଗ ଅଞ୍ଚଳରେ ଲୁହା ରଡ ଓ ବାଡିରେ ଦୁଇ ଦେଶର ଯବାନ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ। ସେମାନଙ୍କ ମଧ୍ୟରେ ପଥର ଫିଙ୍ଗିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଘଟଣାରେ ଉଭୟ ପକ୍ଷର ଯବାନ ଆହତ ହୋଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.