ଡେରାଡୁନ: ନନ୍ଦାଦେବୀ ନ୍ୟାସନାଲ ପାର୍କକୁ ଉତ୍ପତି ହୋଇଥିବା ଋଷିଗଙ୍ଗାର ଉପର ମୁଣ୍ଡରେ ହିମସ୍ଖଳନ ଯୋଗୁଁ ଦେବଭୂମିରେ ଜଳ ପ୍ରଳୟ । ଘଟଣାରେ ପାଖାପାଖି 10 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଅନେକ ଏବେ ବି ନିଖୋଜ ରହିଛନ୍ତି । ହିମସ୍ଖଳନ ଯୋଗୁଁ ଋଷି ଗଙ୍ଗା ଓ ଧୌଳି ଗଙ୍ଗା ସଙ୍ଗମ ସ୍ଥଳରେ ଅବସ୍ଥିତ ଋଷିଗଙ୍ଗା ସ୍ଥିତ ରୈଣୀ ଗାଁ ନିକଟରେ ଥିବା ଋଷି ଗଙ୍ଗା ଜଳବିଦ୍ୟୁତ ପ୍ରୋଜେକ୍ଟରେ ହୋଇଛି ବ୍ୟାପକ କ୍ଷୟକ୍ଷତି ।
ଋଷିଗଙ୍ଗା ପାୱାର ପ୍ରୋଜେକ୍ଟ ବିଦ୍ୟୁତ ଉତ୍ପାଦନ ପାଇଁ ଚାଲିଥିବା ଏକ ବେସରକାରୀ ପ୍ରୋଜେକ୍ଟ । ଏହି ପ୍ରୋଜେକ୍ଟକୁ ନେଇ ଅନେକ ଦିନରୁ ଚାଲିଆସିଥିଲା ବିବାଦ । ହେଲେ ଏଠାରେ ଆରମ୍ଭ ହୋଇଯାଇଥିଲା ବିଦ୍ୟୁତ ଉତ୍ପାଦନ । ଏଠାରେ ପାଣିରୁ ବିଦ୍ୟୁତ ଉତ୍ପାଦନ କାମ ଚାଲିଥିଲା । ଏହି ପ୍ରୋଜେକ୍ଟ ଋଷିଗଙ୍ଗା ନଦୀ ଉପରେ ନିର୍ମାଣାଧିନ ରହିଥିଲା ଓ ଏହି ନଦୀ ଗଙ୍ଗାରେ ମିଶେ ।
ଉତ୍ତରାଖଣ୍ଡର ଚମୋଲିରେ ରବିବାର ବରଫ ଅତଡା ଖସିବା ଦ୍ବାରା ଧୌଳିଗଙ୍ଗାରେ ବନ୍ୟା ଆସିଯାଇଛି । ଏହା ଦ୍ବାରା ଋଷିଗଙ୍ଗା ପ୍ରୋଜେକ୍ଟରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏଠାରେ 150 ଶ୍ରମିକ କାମ କରୁଥିଲେ ।
ଋଷିଗଙ୍ଗା ହାଇଡ୍ରୋ ଇଲେକ୍ଟ୍ରିକ ପ୍ରୋଜେକ୍ଟ କାମ ମୁଖ୍ୟ ରୂପରେ ରୈଣୀ ଗାଁରେ ଜାରି ରହିଛି । ଏହା ଜରିଆରେ ବ୍ୟାପକ ସ୍ତରରେ ବଦ୍ୟୁତ ଉତ୍ପାଦନର ରହିଛି ଲକ୍ଷ, ଯାହା ଦ୍ବାରା ଉତ୍ତରାଖଣ୍ଡ ସମେତ ଅନ୍ୟ ରାଜ୍ୟକୁ ବିଜୁଳି ଯୋଗାଯାଇପାରିବ । ବର୍ତ୍ତମାନ ଏହି ପ୍ରୋଜେକ୍ଟକୁ କେତେ କ୍ଷତି ପହଞ୍ଚିଛି ଏନେଇ କୌଣସି ସୂଚନା ମିଳିନାହିଁ ।
ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଋଷିଗଙ୍ଗା ଘାଟିରେ ହିମସ୍ଖଳନ ହେବା ପରେ ଅଳକାନନ୍ଦା ଓ ଏହାର ଶାଖା ନଦୀଗୁଡିକରେ ଅଚାନକ ବନ୍ୟା ଆସିଯାଇଛି । ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଗଢୱାଲ ଅଞ୍ଚଳରେ ଆଲର୍ଟ ଜାରି କରିଦିଆଯାଇଛି ।