କୋଚି: ପ୍ରବଳ ବର୍ଷା କେରଳ ପାଇଁ ଆଣିଦେଇଛି ଦୁଇଟି ବିପର୍ଯ୍ୟୟ । ଗୋଟିଏ ପଟେ ବର୍ଷା ପରେ ଇଡ୍ଡୁକିରେ ଭୂସ୍ଖଳନ ଅନ୍ୟପଟେ ବିମାନ ଦୁର୍ଘଟଣା । ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତରେ 19 ଜଣଙ୍କ ଜୀବନ ଯାଇଛି । ଇଡ୍ଡୁକରେ ପ୍ରବଳ ପରେ ଭୂସ୍ଖଳନ ଘଟି ମୃତ୍ୟୁ ସଂଖ୍ୟା 17କୁ ବୃଦ୍ଧି ପାଇଛି । ଘଟଣାସ୍ଥଳରୁ 12 ଜଣଙ୍କୁ ଉଦ୍ଧାର କରାଯାଇଛି ।
ଶୁକ୍ରବାର ଭୋର ସମୟରେ ଇଡ୍ଡୁକ୍କିର ରାଜମଲାଇ ଅଞ୍ଚଳରେ ଟି-ଇଷ୍ଟେଟ କର୍ମଚାରୀଙ୍କ ଏକ ବସତି ଅଞ୍ଚଳରେ ଭୂ-ସ୍କଳନ ହୋଇଥିଲା । ଏଠାରେ ପ୍ରାୟ 84 ଜଣ ରହୁଥିଲେ । ଏହା ମୁନ୍ନାର ହିଲ ରିସୋଟ୍ର ଠାରୁ ପ୍ରାୟ 25 କିମି ଦୂର । ସେପଟେ ସମସ୍ତ ମୃତକଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ 5 ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ରିଲିଫ ଫାଣ୍ଡିରୁ 2 ଲକ୍ଷ ଓ ଆହତଙ୍କୁ 50 ହଜାର ଦେବାକୁ ସହାୟତା ପ୍ରଦାନ କରାଯିବ ।
ଶୁକ୍ରବାର ସନ୍ଧ୍ୟା 8.15 ସମୟରେ ଦୁବାଇରୁ କାଲିକଟ ଆସୁଥିବା ଏୟାର ଇଣ୍ଡିଆ ବିମାନ IX-1344 କେରଳ କରିପୁରସ୍ଥିତ କୋଝିକୋଡ ଠାରେ ରେନୱେ କ୍ରାସ ଲ୍ୟାଣ୍ଡିଂ କରିଥିଲା । ବିମାନଟି ପ୍ରବଳ ବର୍ଷା ଯୋଗୁଁ ରେନୱେରୁ ଖସିଯାଇ 30 ଫୁଟ ଗଭୀର ଖାଲରେ ପଡି ଦୁଇ ଖଣ୍ଡ ହୋଇଥିଲା । ତେବେ ଭାଗ୍ୟବଶତଃ ବିମାନରେ ଅଗ୍ନିକାଣ୍ଡ ଘଟିନଥିଲା ।