ETV Bharat / bharat

‘ବିଜେପିକୁ ସବୁ ତଥ୍ୟ ଦେଉଛି ପିଏସଓ, ଇନ୍ଦିରାଙ୍କ ଭଳି ମୋତେ କରିପାରନ୍ତି ହତ୍ୟା’ - delhi

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଅରବିନ୍ଦ କେଜ୍ରିୱାଲ ନିଜ ପିଏସଓଙ୍କୁ ବି ଭରସା କରିପାରୁନାହାଁନ୍ତି । ବିଜେପିକୁ କେଜ୍ରିୱାଲଙ୍କ ସମସ୍ତ ତଥ୍ୟ ପ୍ରଦାନ କରୁଛନ୍ତି ପିଏସଓ । ଏଭଳି ଅଭିଯୋଗ କରିଛନ୍ତି କେଜ୍ରିୱାଲ ।

ଫାଇଲ ଫଟୋ
author img

By

Published : May 18, 2019, 5:27 PM IST

ନୂଆଦିଲ୍ଲୀ: ନିଜ ପିଏସଓଙ୍କୁ ବି ଭରସା କରିପାରୁନାହାଁନ୍ତି କେଜ୍ରିୱାଲ । ବିଜେପିକୁ ତାଙ୍କ ପିଏସଓ (ପ୍ରାଇଭେଟ ସେଫଟି ଅଫିସର) ସମସ୍ତ ତଥ୍ୟ ଦେଉଥିବା ଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଅରବିନ୍ଦ କେଜ୍ରିୱାଲ ।

ସୂଚନା ଅନୂସାରେ ବିଭିନ୍ନ ସମୟରେ ଆକ୍ରମଣର ଶିକାର ହେଉଛନ୍ତି କେଜ୍ରିୱାଲ । ଏପରି କ୍ଷେତ୍ରରେ ସେ ନିଜ ପିଏସଓଙ୍କୁ ମଧ୍ୟ ଭରସା କରି ପାରୁନାହାଁନ୍ତି । ଏଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଉଦାହରଣ ଦେଇଛନ୍ତି ସେ । କେଜ୍ରିୱାଲଙ୍କ କହିବା କଥା ହେଲା ଯେପରି ଭାବେ ଇନ୍ଦିରା ଗାନ୍ଧୀଙ୍କ ବେକରେ ତାଙ୍କର ଦୁଇ ଜଣ ସୁରକ୍ଷାକର୍ମୀ ଫୁଲମାଳ ପକାଇ ବିସ୍ଫୋରଣ କରି ହତ୍ୟା କରିଥିଲେ, ସେହିପରି ତାଙ୍କୁ ପିଏସଓ ହତ୍ୟା କରିପାରନ୍ତି ବୋଲି ଆଶଙ୍କା କରୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ସୂଚନା ଥାଉକି ଅରବିନ୍ଦ କେଜ୍ରିୱାଲ ସିଧାସଳଖ ବିଜେପିକୁ ଟାର୍ଗେଟ କରିଛନ୍ତି । ଏହାସହ ତାଙ୍କ ବିରୋଧରେ ରାଜନୈତିକ ହତ୍ୟା କରାଯିବାର ଷଡଯନ୍ତ୍ର ରଚାଯାଉଛି ବୋଲି ମଧ୍ୟ ସେ ଅଭିଯୋଗ ଆଣିଛନ୍ତି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.