ETV Bharat / bharat

ଡିଜିଟାଲ ଦିଲ୍ଲୀ: ଏଣିକି ଅଭିଯୋଗ ପାଇଁ ଇ-ଫାଇଲିଂ - ଡିଜିଟାଲ ଦିଲ୍ଲୀ: ଏଣିକି ଅଭିଯୋଗ ପାଇଁ ଇ-ଫାଇଲିଙ୍ଗ

ଦିଲ୍ଲୀକୁ ଦୁର୍ନୀତି ମୁକ୍ତ କରିବାକୁ କେଜ୍ରିଓ୍ବାଲ ସରକାରଙ୍କ ଅଭିନବ ପଦକ୍ଷେପ । ଇ-ଫାଇଲିଂ ବ୍ୟବସ୍ଥାକୁ ଶୁଭାରମ୍ଭ କଲେ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ....

Kejriwal launches online system to file consumer complaints
ଡିଜିଟାଲ ଦିଲ୍ଲୀ: ଏଣିକି ଅଭିଯୋଗ ପାଇଁ ଇ-ଫାଇଲିଙ୍ଗ
author img

By

Published : Sep 9, 2020, 11:10 AM IST

ନୂଆଦିଲ୍ଲୀ: ଦିଲ୍ଲୀକୁ ଦୁର୍ନୀତି ମୁକ୍ତ କରିବାକୁ କେଜ୍ରିଓ୍ବାଲ ସରକାରଙ୍କ ଅଭିନବ ପଦକ୍ଷେପ । ଏଣିକି ଅନଲାଇନ ମାଧ୍ୟମରେ ଲୋକେ କରିପାରିବେ ଅଭିଯୋଗ । ସେମାନଙ୍କୁ ବିଭିନ୍ନ କାର୍ଯ୍ୟାଳୟକୁ ଆଉ ଦୌଡିବାକୁ ପଡିବ ନାହିଁ । କୋରୋନା ମହାମାରୀ ଯୋଗୁଁ ଲୋକମାନେ ଘରୁ ବାହାରକୁ ବାହାରି ପାରୁନାହାଁନ୍ତି । ଏପରିକି, ନିଜେ ବିଭିନ୍ନ କ୍ଷେତ୍ରରେ ଭୋଗୁଥିବା ସମସ୍ୟାକୁ ଘରେ ବସି ସରକାରଙ୍କୁ ଜଣାଇ ପାରିବେ । ଏନେଇ ମଙ୍ଗଳବାର ଦିଲ୍ଲୀବାସୀଙ୍କ ପାଇଁ ଇ-ଫାଇଲିଂ ସିଷ୍ଟମ ଶୁଭାରମ୍ଭ କରିଛନ୍ତି ।

ଏହି ବ୍ୟବସ୍ଥା ଆରମ୍ଭ ହେବା ପରେ କେଜ୍ରିୱାଲ କହିଛନ୍ତି, ଗତ ପାଞ୍ଚ ବର୍ଷ ମଧ୍ୟରେ ଦିଲ୍ଲୀ ସରକାରଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍ ଓ ଜଳ କ୍ଷେତ୍ରରେ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଦେଶ ନୁହେଁ ପୁରା ବିଶ୍ବରେ ଆଲୋଚନା ହୋଇଛି । ଇ-ଫାଇଲିଂ ବ୍ୟବସ୍ଥା ଦିଲ୍ଲୀ ପାଇଁ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେବ। ଦିଲ୍ଲୀରେ ରାଜ୍ୟ ଆୟୋଗରେ 7,000 ମାମଲା ବିଚାରାଧୀନ ରହିଥିବା ବେଳେ 8,000 ରୁ ଅଧିକ ମାମଲା ଜିଲ୍ଲା କୋର୍ଟରେ ବିଚାରାଧୀନ ରହିଛି । ଡିଏସସିଡିଆରସି ଜରିଆରେ ଗ୍ରାହକ ମାନେ ସେମାନଙ୍କ ଅଭିଯୋଗ ଦାଖଲ କରିପାରିବେ । ଅନଲାଇନରେ ଦେୟ ମଧ୍ୟ କରାଯାଇପାରିବ | ଦେଶରେ ଦିଲ୍ଲୀ ହେଉଛି ପ୍ରଥମ ରାଜ୍ୟ ଯେଉଁଠାରେ ଏହି ସେବା ଆରମ୍ଭ ହୋଇଛି ।

@ IANS

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.