ETV Bharat / bharat

ଅନଲାଇନ ଅପରାଧରୁ ପିଲାଙ୍କୁ ଦୂରେଇ ରଖନ୍ତୁ - ଅନଲାଇନ କ୍ରାଇମ

ୟୁନିସେଫ ରିପୋର୍ଟ ଅନୁସାରେ 15ରୁ 24 ବୟସ ଭିତରେ 70.6 ପ୍ରତିଶତ ପିଲା ଡିଜିଟାଲ ଅସଦାଚରଣ ଓ ବଦମାସୀର ଶିକାର ହୁଅନ୍ତି । ସେହିପରି 8ରୁ 14 ବର୍ଷୀୟ ପିଲା ମଧ୍ୟ ଅନଲାଇନ ଅପରାଧର କବଳରେ ପଡିଥାନ୍ତି । ଅଧିକ ପଢନ୍ତୁ...

ଅନଲାଇନ ଅପରାଧରୁ ପିଲାଙ୍କୁ ରଖନ୍ତୁ ଦୂର
ଅନଲାଇନ ଅପରାଧରୁ ପିଲାଙ୍କୁ ରଖନ୍ତୁ ଦୂର
author img

By

Published : May 1, 2020, 6:54 AM IST

ହାଇଦ୍ରାବାଦ: ଆଧୁନିକ ଯୁଗରେ ଇଣ୍ଟରନେଟ ଓ ସୋସିଆଲ ମିଡିଆ ସମସ୍ତଙ୍କ ପାଇଁ ଅତ୍ୟାବଶ୍ୟକ ହୋଇପଡିଛି । ଏହା ବିନା ଦୈନନ୍ଦିନ କାମ କରିବା କଷ୍ଟକର ହୋଇପଡୁଛି । ଏଠାରେ ସମସ୍ତ ସୂଚନା ମିଳୁଥିବାବେଳେ ପିଲାଙ୍କ ପାଇଁ ଅନେକ ଶିକ୍ଷଣୀୟ ବିଷୟ ମଧ୍ୟ ରହିଛି । ତେବେ ଅନଲାଇନରେ ପିଲାଙ୍କ ପାଇଁ ସୁବିଧା ଯେତିକି ସମସ୍ୟା ମଧ୍ୟ ସେତିକି ରହିଛି । ବିଶେଷ କରି ଅନଲାଇନ ଅପରାଧ ଓ ଅସଦାଚରଣରେ ଅଧିକ ପିଲା ଶିକାର ହୁଅନ୍ତି ବୋଲି ୟୁନିସେଫ ସୂଚନା ଦେଇଛି ।

ୟୁନିସେଫ ରିପୋର୍ଟ ଅନୁସାରେ 15ରୁ 24 ବୟସ ଭିତରେ 70.6 ପ୍ରତିଶତ ପିଲା ଡିଜିଟାଲ ଅସଦାଚରଣ ଓ ବଦମାସୀର ଶିକାର ହୁଅନ୍ତି । ସେହିପରି 8ରୁ 14 ବର୍ଷୀୟ ପିଲା ମଧ୍ୟ ଅନଲାଇନ ଅପରାଧର କବଳରେ ପଡିଥାନ୍ତି । ଆପଣ ନିଜ ଇଣ୍ଟରନେଟ ଓ ସୋସିଆଲ ମିଡିଆ ସାଇଟ ଯେତେ ସୁରକ୍ଷିତ ରଖିଲେ ବି ଅପଡେଟ ରହିବା ଜରୁରୀ । କାରଣ ଆଧୁନିକ ଯୁବପିଢି ଓ ହ୍ୟାକର୍ସଙ୍କ କବଳରୁ ଏହାକୁ ବଞ୍ଚାଇବା ଅସମ୍ଭବ । ତେବେ ଏଥିପାଇଁ ଆପଣଙ୍କୁ କିଛି କଥା ଉପରେ ନଜର ରଖିବାକୁ ପଡିବ ।

ପ୍ରଥମେ ନିଜ ପିଲାଙ୍କ ସହ ଖୁଲମଖୁଲା କଥା ହୁଅନ୍ତୁ । ପ୍ରତି ମାସରେ ଅତିକମରେ 3 ଥର ସେମାନଙ୍କ ସହ ଏକାଠି ବସନ୍ତୁ । ସେମାନଙ୍କ ଲାଇଫରେ କଣ ଚାଲିଛି, କଣ କରୁଛନ୍ତି, କଣ କରିବା ଉଚିତ, କଣ ନୁହେଁ ସବୁକିଛିର ଖବର ରଖନ୍ତୁ । ଘରେ କମ୍ପୁଟର ଓ ଲାପଟପ ଏପରି ସ୍ଥାନରେ ରଖନ୍ତୁ ଯେପରି ଆପଣଙ୍କ ନଜର ସବୁବେଳେ ତାହା ଉପରେ ରହିବ । ସ୍ମାର୍ଟଫୋନ ବ୍ୟବହାର କରୁଥିଲେ ପିଲାଙ୍କୁ ଦେବାର ଏକ ସମୟ ସ୍ଥିର କରନ୍ତୁ । ସେହି ସମୟ ଛଡା ଅନ୍ୟ ସମୟରେ ପିଲାଙ୍କୁ ତାହା ଦିଅନ୍ତୁ ନାହିଁ । ଏହାସହ ପ୍ରତିଦିନ ବ୍ରାଉଜିଂର ସମସ୍ତ ଇତିହାସ ଚେକ କରନ୍ତୁ ।

ପିଲାଙ୍କ ଉପରେ କିପରି ନିୟନ୍ତ୍ରଣ ରଖିବେ ତାହା ଶିଖି ନିଅନ୍ତୁ । ଏହା କୌଣସି କଷ୍ଟସାଧ୍ୟ ପାଠ୍ୟକ୍ରମ ନୁହେଁ । ଅନଲାଇନରେ ବିଭିନ୍ନ ସାଇଟ ଦ୍ବାରା ଏହା ଉପରେ ଅନେକ ଲେଖା ପ୍ରକାଶ ପାଇଛି । ତାହା ପଢି ଆପଣ ବହୁତ କିଛି ଶିଖିପାରିବେ । ପିଲାଙ୍କ ଅନଲାଇନର ସାଙ୍ଗ ଉପରେ ନଜର ରଖନ୍ତୁ । ସେମାନଙ୍କ ସହ ମଝିରେ ମଝିରେ ସାଙ୍ଗ ଭଳି କଥା ହୁଅନ୍ତୁ । ଡରାନ୍ତୁ ନାହିଁ କିମ୍ବା ଧମକାନ୍ତୁ ନାହିଁ । ପିଲା ସବୁବେଳେ ଇଣ୍ଟରନେଟରେ ମଜି ରହୁଥିଲେ ଏହାର ଉପକାରିତା ବିଷୟରେ ତାଙ୍କୁ ବୁଝାନ୍ତୁ । କିଛି ପୋଷ୍ଟ କରିବା ଆଗରୁ ପ୍ରଥମେ ଆପଣ ତାହାର ବୈଧତା ଓ ମୂଲ୍ୟ ଉପରେ ନଜର ପକାନ୍ତୁ ।

ସୋସିଆଲ ମିଡିଆରେ ପିଲାର ପ୍ରତିଟି କାର୍ଯ୍ୟକଳାପ ଉପରେ ନଜର ରଖିବା ସହ ତାକୁ ଏହା ସମ୍ପର୍କରେ ବୁଝାନ୍ତୁ । ସେ ଯାହା ବି କାର୍ଯ୍ୟ କରୁଛି ତାହା କେତେ ଉପକାରୀ, ଜୀବନରେ ଦରକାର କି ନାହିଁ ସେକଥା ସବୁ ବିଚାର କରନ୍ତୁ । ନିଜେ ଇଣ୍ଟରନେଟ ବ୍ୟବହାର କଲାବେଳେ ସାବଧାନ ଅବଲମ୍ବନ କରନ୍ତୁ । ପିଲାଏ ଆପଣଙ୍କଠାରୁ ଶିଖିବେ । ତେଣୁ ସେହିପରି ବ୍ୟବହାର କରନ୍ତୁ ଯେପରି ସେମାନେ ଭଲ ଭାବେ ଶିଖିପାରିବେ । ସବୁବେଳେ ଅପ ଟୁ ଡେଟ ରହନ୍ତୁ । ପ୍ରତି ଅତ୍ୟାଧୁନିକ ବ୍ୟବସ୍ଥା ଓ ନିୟମ ବିଷୟରେ ଅନଲାଇନରୁ ଜାଣନ୍ତୁ । କମ୍ପୁଟର ସିକ୍ୟୁରିଟି ସମ୍ପର୍କରେ ଅପଡେଟ ରହନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.