ନୂଆଦିଲ୍ଲୀ: 1999 ମେ'27 । କାରଗିଲ ଯୁଦ୍ଧକୁ ବିତିଯାଇଛି 20 ବର୍ଷ । କିନ୍ତୁ ଆଜି ବି ମନେପଡେ ସେହି ହିରୋଙ୍କ କଥା । ଯେଉଁମାନେ ଦେଶ ପାଇଁ ଦେଇ ଯାଇଛନ୍ତି ଅତୁଳନୀୟ ବଳିଦାନ । ଭାରତୀୟ ଯବାନଙ୍କ ସହିତ ଭାରତୀୟ ସେନା ଦେଖାଇଥିଲେ ପରାକ୍ରମ ।
ଜମ୍ମୁ-କାଶ୍ମୀରର କାରଗିଲ ସେକ୍ଟରରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଦୃଢ ଜବାବ ଦେଇଥିଲେ ଭାରତୀୟ ବାୟୁସେନା । ଏ କାହାଣୀ ହେଉଛି ସେହି 2 ଯୋଦ୍ଧାଙ୍କ । ଲେଫନାଟ କେ.ନଚିକେତା ଓ ସ୍କ୍ବାର୍ଡନ ଲିଡର ଅଜୟ ଆହୁଜା । ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ବର୍ଦ୍ଧମାନଙ୍କ ଭଳି ସେମାନ ମଧ୍ୟ ତାଙ୍କର ସାହସିକତା ଅନ୍ୟନ୍ୟ ପ୍ରଦର୍ଶନ ଦେଖାଇଛନ୍ତି । ସ୍କ୍ବାର୍ଡନ ଆହୁଜା ଦେଶ ପାଇଁ ଶହୀଦ ହୋଇଥିବା ବେଳେ କେ.ନଚିକେତା ଏହି ଘଟଣାକୁ ବର୍ଣ୍ଣନା କରିବାକୁ ବୋଧେ ବଞ୍ଚିଯାଇଥିଲେ । ତେବେ ତାଙ୍କର ଏହି ଅଦ୍ଭୁଦ ପୂର୍ବକ ସାହସିକତାକୁ ଦେଶ କେବେ ମଧ୍ୟ ଭୁଲିବ ନାହିଁ ।
20 ବର୍ଷ ପୂର୍ବରୁ ଭାରତୀୟ ଶିଖରକୁ ପାକିସ୍ତାନୀ କବ୍ଜା କରିବାକୁ ଷଡଯନ୍ତ୍ର ରଚିଥିଲା । ଯାହାର ଖବର ପାଇ ଭାରତୀୟ ସେନା ପକ୍ଷରୁ ମେ' 25 1999ରେ ଭାରତୀୟ ବାୟୁସେନାକୁ ଆକ୍ରମଣର ନିର୍ଦ୍ଦେଶ ଆସିଥିଲା । ଏହି ନିର୍ଣ୍ଣାୟକ ପଦକ୍ଷେପ ପରେ ପରେ ଶତ୍ରୁଙ୍କୁ ଶେଷ କରିବା ପାଇଁ ଯୋଜନା ଆରମ୍ଭ ହୋଇଯାଇଥିଲା । ଠିକ ଏହାର ପରଦିନ ବାୟୁସେନା ଅପରେସନ 'ସଫେଦ ସାଗର' ନାମରେ କାରଗିଲ ସେକ୍ଟରରେ ଶତ୍ରୁଙ୍କ ସୀମାରେଖା ଓ ସପ୍ଲାଏ ଲାଇନରେ ଆକ୍ରମଣ କରିଥିଲା ଭାରତୀୟ ବାୟୁସେନା ।
ବାୟୁସେନାର ପ୍ରଥମ ଆକ୍ରମଣ ମେ'26 1999 ସକାଳ 06.30ରେ ଆରମ୍ଭ ହୋଇଥିଲା । ଏହି ଆକ୍ରମଣରେ ମିଗ-21, ମିଗ-27 ଏମଏଲ ଓ ମିଗ-ବିଏନ ଯୁଦ୍ଧ ବିମାନ ନିୟୋଜିତ କରାଯାଇଥିଲା । ଆକ୍ରମଣ ସମୟରେ ମିଗ-29 ଯୁଦ୍ଧ ବିମାନ ଗୁଡିକୁ ଏୟାର ଡିଫେନ୍ସ ସୁରକ୍ଷା ପ୍ରଦାନ କରୁଥିଲା ।
ତେବେ ଏହି ଘଟଣାର ଠିକ 20 ବର୍ଷ ପରେ ବାୟୁସେନା ଏକ ଫଟୋ ମାଧ୍ୟମରେ ସେହି ଅପରେସନ ଗୁଡିକ ଦର୍ଶାଇଛି ।