ନୂଆଦିଲ୍ଲୀ: ଜଗତ ପ୍ରକାଶ ନଡ୍ଡା ହେଲେ ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ। ସୋମବାର ଜେପି ନଡ୍ଡାଙ୍କୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରୂପେ ଔପଚାରିକ ଭାବେ ଘୋଷଣା କରାଯାଇଛି । ସେ ନିର୍ବିବାଦରେ ଏବଂ ସର୍ବସମ୍ମତି କ୍ରମେ ଏହି ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି। ତାଙ୍କ ନାମ ଘୋଷଣା ହେବା ପରେ ଦଳ ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପୁଷ୍ପ ଗୁଚ୍ଛ ଦେଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ସେ ବର୍ତ୍ତମାନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉତ୍ତରାଧିକାରୀ ଭାବରେ ଦାୟିତ୍ବ ଭାର ଗ୍ରହଣ କରିଛନ୍ତି। ଜୁଲାଇରେ ନଡ୍ଡାଙ୍କୁ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଥିଲା। ବିଜେପିର ଦଳୀୟ ସମ୍ବିଧାନ ଅନୁଯାୟୀ, ଅଧା ସାଙ୍ଗଠନିକ ରାଜ୍ୟରେ ସଙ୍ଗଠନ ନିର୍ବାଚନ ସରିବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥାଏ। ଏହି ନିର୍ବାଚନ ନିର୍ବିରୋଧରେ ହୋଇଛି । ସର୍ବସମ୍ମତି କ୍ରମେ ଜେପି ନଡ୍ଡାଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ଚୟନ କରାଯାଇଛି।