ରାଞ୍ଚି: ଶପଥ ଗ୍ରହଣର ଦୀର୍ଘ ଦିନ ପରେ ଝାଡଖଣ୍ଡର କ୍ଷମତାସୀନ ସୋରେନ ସରକାରଙ୍କ ମନ୍ତ୍ରୀମଣ୍ଡଳର ବିସ୍ତାର ହୋଇଛି । ଏହି ବିସ୍ତାରରେ 7 ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦିଆଯାଇଛି । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାରୁ 5 ଜଣ ମନ୍ତ୍ରୀ ଶପଥ ନେଇଥିବା ବେଳେ କଂଗ୍ରେସରୁ 2 ଜଣ ଶପଥ ନେଇଛନ୍ତି । ଜେଏମଏମ-କଂଗ୍ରେସ-ଆରଜେଡି ମେଣ୍ଟ ସରକାର ଗତ ବର୍ଷ ଡିସେମ୍ବର 29ରେ ଶପଥ ନେଇଥିଲେ ।
ପଶ୍ଚିମ ସିଂହଭୂମି ଓ ଲୋହରଦଗା ଘଟଣାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ହେନନ୍ତ ସୋରେନ କ୍ୟାବିନେଟ ବିସ୍ତାରକୁ ସ୍ଥଗିତ ରଖିଥିଲେ । ଶପଥ ଗ୍ରହଣ ଘୁଞ୍ଚିବା ନେଇ କଂଗ୍ରେସ ଓ ଜେଏମଏମରେ ମନ୍ତ୍ରୀ ପଦ ସଂଖ୍ୟା ଉପରେ ଟଣାଓଟରା ଲାଗିଥିବା ଅନୁମାନ କରାଯାଉଥିଲା । ହେଲେ ଏବେ କଂଗ୍ରେସରୁ 2 ଜଣ ମନ୍ତ୍ରୀପଦର ଶପଥ ନେବା ପରେ ଏହି ଅନୁମାନ ଉପରେ ଏବେ ପୂର୍ଣ୍ଣଛେଦ ପଡିଛି ।