ETV Bharat / bharat

ଜୈଇଏମ ଆତଙ୍କୀ ସହଯୋଗୀ ଗିରଫ, ହ୍ୟାଣ୍ଡ ଗ୍ରେନେଡ ଓ ଟଙ୍କା ଜବତ - ଜୈଶ-ଏ-ମହମ୍ମଦ ଆତଙ୍କୀ

ଜମ୍ମୁ କାଶ୍ମୀର କୁପୱାଡାରେ ଜୈଶ-ଏ-ମହମ୍ମଦ ଆତଙ୍କୀଙ୍କ ଏକ ସହଯୋଗୀ ଗିରଫ । ଗୋଟିଏ ହ୍ୟାଣ୍ଡ ଗ୍ରେନେଡ ସହ ସାଢ଼େ ତିନି ଲକ୍ଷ ଟଙ୍କା ଜବତ । ଅଧିକ ପଢନ୍ତୁ:

ଜୈଶ-ଏ-ମହମ୍ମଦ ଆତଙ୍କୀ ସହଯୋଗୀ ଗିରଫ, ହ୍ୟାଣ୍ଡ ଗ୍ରେନେଡ ଓ ଟଙ୍କା ଜବତ

author img

By

Published : Nov 30, 2020, 4:40 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀର କୁପୱାଡାରୁ ଜୈଶ-ଏ-ମହମ୍ମଦ (ଜୈଇଏମ) ଆତଙ୍କୀଙ୍କ ଏକ ସହଯୋଗୀ ଗିରଫ । ଏନେଇ ସୋମବାର ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି। ଗିରଫ ଆତଙ୍କୀ ପାଖରୁ ଏକ ହ୍ୟାଣ୍ଡ ଗ୍ରେନେଡ ସହ 3.50 ଲକ୍ଷ ଟଙ୍କା ଜବତ କରାଯାଇଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

ଏହା ପୂର୍ବରୁ ନଭେମ୍ବର 19 ରେ ଜମ୍ମୁ କାଶ୍ମୀରର ନାଗ୍ରୋଟା ଠାରେ ସୁରକ୍ଷାବଳଙ୍କ ଏନକାଉଣ୍ଟରରେ 4 ଜଣ ଜୈଇଏମ ଆତଙ୍କବାଦୀ ନିହତ ହୋଇଥିଲେ । ସେନା ପକ୍ଷରୁ 11 ଏକେ-47 ରାଇଫଲ, 3 ପିସ୍ତଲ, 29 ଗ୍ରେନେଡ ଏବଂ ଅନ୍ୟାନ୍ୟ ଉପକରଣ ଜବତ କରାଯାଇଛି।

ଘଟଣା ବିଷୟରେ ଅବଗତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରକ୍ଷା ବାହିନୀକୁ ପ୍ରଶଂସା କରିଛନ୍ତି। ଏହାସହ ଜମ୍ମୁ କାଶ୍ମୀରରେ ତୃଣମୂଳ ସ୍ତରରେ ଆତଙ୍କୀଙ୍କ ଷଡଯନ୍ତ୍ରକୁ ସେନା ପରାସ୍ତ କରିଥିବା କହିଛନ୍ତି।

ବର୍ତ୍ତମାନ ପ୍ରଥମ ଥର ପାଇଁ ଜମ୍ମୁ କାଶ୍ମୀରରେ ଜିଲ୍ଲା ବିକାଶ ପରିଷଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଆଠଟି ପର୍ଯ୍ୟାୟରେ ଅନୁଷ୍ଠିତ ମତଦାନ ଡିସେମ୍ବର 19 ରେ ଶେଷ ହେବ ଏବଂ ଡିସେମ୍ବର 22 ରେ ଭୋଟ୍ ଗଣନା କରାଯିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.