ନୂଆଦିଲ୍ଲୀ: ସେପ୍ଟେମ୍ବର 1 ରୁ 6 ତାରିଖ ଭିତରେ ହେବ ଜେଇଇ-ମେନ୍ସ୍ (JEE-Mains) ପ୍ରବେଶିକା ପରୀକ୍ଷା । ଏଚଆରଡି ମନ୍ତ୍ରଣାଳୟ ବା ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହା ଘୋଷଣା କରାଯାଇଛି । କୋରୋନାକୁ ଦୃଷ୍ଟିରେ ରଖି ଜେଇଇ-ଆଡଭାନ୍ସ (JEE-Advanced) ସେପ୍ଟେମ୍ବର 27 କୁ ଘୁଞ୍ଚାଇ ଦିଆଯାଇଛି ।
ସେହିପରି ମେଡିକାଲ ଏଣ୍ଟ୍ରାନ୍ସ (NEET) ସେପ୍ଟେମ୍ବର 13 କୁ ଘୁଞ୍ଚାଇ ଦିଆଯାଇଥିବା ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଚଆରଡି ମନ୍ତ୍ରଳାୟ JEE &NEET ପ୍ରବେଶିକା ପରୀକ୍ଷାକୁ ଘୁଞ୍ଚାଇବାର ନିଷ୍ପତ୍ତି ନେଇଛନ୍ତି ।