ETV Bharat / bharat

ଏନଡିଏରେ ଫାଟ, ଟ୍ରିପଲ୍‌ ତଲାକ ବିଲ୍‌କୁ ଜେଡିୟୁର ବିରୋଧ

ଏନଡିଏରେ ଫାଟ । ଟ୍ରିପଲ ତଲାକ ବିଲ୍‌କୁ ଜେଡିୟୁର ବିରୋଧ । ବିଲ୍‌କୁ ବିରୋଧ କରିବା ସହ ଗୃହତ୍ୟାଗ କଲେ ଦଳୀୟ ସାଂସଦ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ANI
author img

By

Published : Jul 25, 2019, 6:17 PM IST

ନୂଆଦିଲ୍ଲୀ: ଏନଡିଏରେ ଫାଟ । ଟ୍ରିପଲ ତଲାକ ବିଲ୍‌କୁ ଜେଡିୟୁର ବିରୋଧ । ବିଲ୍‌କୁ ବିରୋଧ କରିବା ସହ ଗୃହତ୍ୟାଗ କଲେ ଦଳୀୟ ସାଂସଦ । ଏହା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବିଶ୍ବାସକୁ କୁଠାରଘାତ କରିବ ବୋଲି ଦର୍ଶାଇ ସେମାନେ ଏହାକୁ ବିରୋଧ କରିଥିବା କହିଛନ୍ତି ।

ଟ୍ରିପଲ୍‌ ତଲାକ ପ୍ରସଙ୍ଗରେ ଚାଲିଥିବା ଆଲୋଚନାରେ ଭାଗନେଇ ଜେଡିୟୁ ସାଂସଦ ରାଜୀବ ରଞ୍ଜନ ସିଂହ କହିଛନ୍ତି, ବିଲ୍‌କୁ ଆମେ ସମର୍ଥନ କରୁନାହୁଁ । କାରଣ ଆମ ଦଳ ବିଶ୍ବାସ କରୁଛି କି ଯଦି ଏହି ବିଲ୍‌ ପାସ ହୁଏ ତେବେ ଏହା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବିଶ୍ବାସକୁ କୁଠାରଘାତ କରିବ ।

ଏହା ସହ ସେ କହିଛନ୍ତି ଏ ବିଲ୍‌ ବଦଳରେ ଯଦି ସେହି ସମ୍ପ୍ରଦାୟରେ ଏହାକୁ ନେଇ ସଚେତନତା ସୃଷ୍ଟି କରାଯାଇପାରନ୍ତା ତେବେ ତାହା ଭଲ ହୁଅନ୍ତା । ସରକାର ଏଥିପ୍ରତି ଧ୍ୟାନ ଦେଲେ ଭଲ ହେବ । ତେବେ ମୋଦି ସରକାର ଏହି ବିଲ୍‌କୁ ଲୋକସଭାରେ ପାରିତ କରିବା ପାଇଁ ସବୁ ଦଳୀୟ ସାଂସଦଙ୍କୁ ଉପସ୍ଥିତ ରହିବା ପାଇଁ ହ୍ବିପ୍‌ ଜାରି କରିଥିବାବେଳେ ଏନଡିଏର ସହଯୋଗୀ ଦଳ ଜେଡିୟୁ ଏହାକୁ ସମର୍ଥନ ନ କରିବା ମେଣ୍ଟର ଫାଟ ଥିବା ଦର୍ଶାଉଛି ।

Intro:Body:

blank for link 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.