ETV Bharat / bharat

ଜମ୍ମୁର ହାଣ୍ଡୱାରାରୁ ଦୁଇ ଲସ୍କର ସହଯୋଗୀ ଗିରଫ - laskar associates arrest

ଜମ୍ମୁର ହାଣ୍ଡୱାରା ଇଲାକାରୁ ଲସ୍କର-ଏ-ତୋଏବା ଆତଙ୍କବାଦୀ ସଂଗଠନର ଦୁଇ ଜଣ ସହଯୋଗୀ ଗିରଫ ହୋଇଛନ୍ତି। ଦୁଇ ଅଭିଯୁକ୍ତ କାଶ୍ମୀରର ହାୟନ ତ୍ରେହଗାମ କୁପାୱାଡା ଅଞ୍ଚଳ ବାସିନ୍ଦା ବୋଲି ଜଣା ପଡ଼ିଛି। ଅଧିକ ପଢ଼ନ୍ତୁ...

ଜମ୍ମୁର ହାଣ୍ଡୱାରାରୁ ଦୁଇ ଲସ୍କର ସହଯୋଗୀ ଗିରଫ

author img

By

Published : Oct 30, 2020, 8:09 PM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ହାଣ୍ଡୱାରା ଇଲାକାରୁ ଲସ୍କର-ଏ-ତୋଏବା ଆତଙ୍କବାଦୀ ସଂଗଠନର ଦୁଇ ଜଣ ସହଯୋଗୀଙ୍କୁ ଗିରଫ କଲେ ସୁରକ୍ଷାକର୍ମୀ। ଦୁଇ ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ଏକେ-47 ରାଇଫଲ ଓ 40 ରାଉଣ୍ଡ ଏକେ-47 ଗୁଳି ଜବତ ହୋଇଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ କାଶ୍ମୀରର ହାୟନ ତ୍ରେହଗାମ କୁପୱାଡା ଅଞ୍ଚଳ ବାସିନ୍ଦା ବୋଲି ଜଣା ପଡ଼ିଛି। ସୁରକ୍ଷାକର୍ମୀ ହାଣ୍ଡୱାରା ନିକଟରେ ବିଭିନ୍ନ ଗାଡ଼ି ଯାଞ୍ଚ ଚଳାଇଥିଲେ। ଏହି ସମୟରେ ଲସ୍କର-ଏ-ତୋଏବା ଆତଙ୍କବାଦୀ ସଂଗଠନର ଦୁଇ ସହଯୋଗୀ ଧରା ପଡ଼ିଥିଲେ।

ଜମ୍ମୁର ହାଣ୍ଡୱାରାରୁ ଦୁଇ ଲସ୍କର ସହଯୋଗୀ ଗିରଫ
ଜମ୍ମୁର ହାଣ୍ଡୱାରାରୁ ଦୁଇ ଲସ୍କର ସହଯୋଗୀ ଗିରଫ

ଆଜି(ଶୁକ୍ରବାର) 21 ରାଷ୍ଟ୍ରୀୟ ରାଇଫଲ୍ସ, 92 ବାଟାଲିୟନ ସିଆରପିଏଫ ପକ୍ଷରୁ ହାଣ୍ଡୱାରାର ବିଭିନ୍ନ ସ୍ଥାନରେ ପଥଚାରୀ ଏବଂ ଗାଡ଼ି ଚାଳକଙ୍କୁ ଅଟକାଇ ଯାଞ୍ଚ ଚଳାଇଥିଲା। ଚିନାର ପାର୍କ ନିକଟରେ ଲିୟାକତ ଅହମ୍ମଦ ମିର ଓ ଆକିବ ରାସିଦ ମିର ନାମକ ଦୁଇ ଯୁବକ ଏକ ବାଇକ ନେଇ ଯାଉଥିଲେ। ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବାରୁ ସେମାନେ ସେଠାରୁ ଫେରାର ହେବାକୁ ଚେଷ୍ଟା କରିଥିଲେ। ତେବେ କୌଣସି ମତେ ସୁରକ୍ଷାକର୍ମୀ ସେମାନଙ୍କୁ କାବୁ କରି ନେଇଥିଲେ।

ଗିରଫ ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ଆଧୁନିକ ଏକେ-47, 40 ରାଉଣ୍ଡ ଗୁଳି ଜବତ ହୋଇଥିଲା। ଏହି ଦୁଇଜଣ ବିଭିନ୍ନ ସ୍ଥାନକୁ ହତିଆର ପଠାଇବାକୁ ନିୟୋଜିତ ହୋଇଥିବା ନେଇ ଯାଞ୍ଚ ବେଳେ ଜଣା ପଡ଼ିଛି। ବିଶେଷ କରି ଉତ୍ତର କାଶ୍ମୀରରେ ଏହି ଦୁଇ ଆତଙ୍କୀ ସକ୍ରିୟ ରହିଥିଲେ। ଏନେଇ ସୁରକ୍ଷାକର୍ମୀ ସୂଚନା ଦେଇଛନ୍ତି।

ଏନେଇ ହାଣ୍ଡୱାରା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ଦୁଇଜଣଙ୍କ ବିରୋଧରେ ଅଧିକ ତଦନ୍ତ ଜାରି ରହିଛି। ତଦନ୍ତ ପରେ ଲିୟାକତ ଅହମ୍ମଦ ମିର ଓ ଆକିବ ରାସିଦ ମିର ଅନ୍ୟ କେଉଁ ଅପରାଧରେ ଜଡ଼ିତ ସେହି ତଥ୍ୟ ପଦାକୁ ଆସିବ। ଏନେଇ ହାଣ୍ଡୱାର ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

କାଶ୍ମୀରରେ ଆତଙ୍କବାଦୀ ଗତିବିଧି ଉପରେ ନଜର ରଖିଛନ୍ତି ସୁରକ୍ଷାକର୍ମୀ। ହାଣ୍ଡୱାରାରେ ଆତଙ୍କୀ ସଂଗଠନ ସକ୍ରିୟ ରହିଥିବା ନେଇ ସୂଚନା ମିଳିବା ପରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଏଠାରେ ଯାଞ୍ଚ ଆରମ୍ଭ କରାଯାଇଛି। ଫଳରେ ଏହାପୂର୍ବରୁ ବହୁ ଆତଙ୍କବାଦୀ ସହଯୋଗୀ ଧରା ପଡ଼ିଥିବା ସୂଚନା ମିଳିଛି।

@ani

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.