ETV Bharat / bharat

ଧମକ ମିଳିବାର ଦିନକ ପରେ ପୁଲୱାମାରେ ଆଇଡି ବିସ୍ଫୋରଣ, 8 ଯବାନ ଆହତ - pulwama

ଜମ୍ମୁ-କାଶ୍ମୀର ପୁଲୱାମାରେ ଆକ୍ରମଣ ଧମକ ମିଳିବାର ଗୋଟିଏ ଦିନ ପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ପୁଲୱାମା ଜିଲ୍ଲାର ଅରିହଲ ଗ୍ରାମ ଦେଇ ଯାଉଥିବା ସମୟରେ ଭାରତୀୟ ସେନା ସ୍ବତନ୍ତ୍ର ବାହିନୀ ଗାଡି ଆଇଡି ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତି ଯାଇଛି ।

ଫାଇଲ ଫଟୋ
author img

By

Published : Jun 17, 2019, 7:27 PM IST

Updated : Jun 17, 2019, 8:25 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଲୱାମାରେ ଆକ୍ରମଣ ଧମକ ମିଳିବାର ଦିନକ ପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ପୁଲୱାମା ଜିଲ୍ଲାର ଅରିହଲ ଗ୍ରାମରେ ଭାରତୀୟ ସେନା ସ୍ବତନ୍ତ୍ର ବାହିନୀର ଗାଡି ଅତିକ୍ରମ କରୁଥିବା ସମୟରେ ଆଇଡି ବିସ୍ଫୋରଣ ହୋଇଛି । ସେନାର 44 ରାଷ୍ଟ୍ରୀୟ ରାଇଫଲ୍ସକୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଛି । ଏଥିରେ 8 ଜଣ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି ।

ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲୱାମାର ଅରିହଲ ଗ୍ରାମରେ ଅରିହଲ-ଲସିପୁରା ରୋଡରେ ସୋମବାର ସନ୍ଧ୍ୟାରେ ଆଇଡି ବିସ୍ଫୋରଣ ହୋଇଛି । ସେନାର ଗାଡି ଏହି ରାସ୍ତା ଦେଇ ଯାଉଥିବା ସମୟରେ ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ । ତେବେ ଧମାକା ଏତେ ଭୟଙ୍କର ଥିଲା ଯେ, ସେନା ଗାଡିର ପୁରିଜା ସବୁ ଉଡିଯାଇଥିଲା । ସେପଟେ ବିସ୍ଫୋରଣ ପରେ ସେନା ପକ୍ଷରୁ ଆଖପାଖ ଅଞ୍ଚଳକୁ ଘେରାବନ୍ଦି କରିବା ସହ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଛି ।

ସୂଚନା ଯୋଗ୍ୟ ଯେ, ପୁଲୱାମାରେ ପୁଣିଥରେ ଆଇଡି ଆକ୍ରମଣ ହେବ ବୋଲି ଗତକାଲି ପାକିସ୍ତାନ ପକ୍ଷରୁ ସୂଚନା ମିଳିଥିଲା । ଏହା ପରେ ସେଠାରେ ହାଇ ଆଲର୍ଟ ଜାରି କରାଯାଇଥିଲା ।

Intro:Body:

FSD

Conclusion:
Last Updated : Jun 17, 2019, 8:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.