ETV Bharat / bharat

ଭାଇରାଲ ଭିଡିଓ ପୋଷ୍ଟରେ ସାମିଲ ନାହିଁ ଜାମିଆ, ସ୍ପଷ୍ଟ କଲେ କର୍ତ୍ତୃପକ୍ଷ - ଭାଇରାଲ ଭିଡିଓ ପୋଷ୍ଟରେ ସାମିଲ ନାହିଁ ଜାମିଆ

ସୋସିଆଲ ମିଡିଆରେ ରବିବାର ଭାଇରାଲ ହୋଇଥିବା ଭିଡିଓକୁ ନେଇ ନିଜ ପକ୍ଷ ରହିଛି ଜାମିଆ । ଜାମିଆ ସମନ୍ବୟ କମିଟି ତରଫରୁ ଟ୍ବିଟ କରାଯାଇଥିବା 48 ସେକେଣ୍ଡ ଭିଡିଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପୋଷ୍ଟ କରିନଥିବା କହିଛି ଜାମିଆ ମିଲିଆ ଇସଲାମିଆ । ଅଧିକ ପଢନ୍ତୁ...

Jamia claims it did not release video
ଭାଇରାଲ ଭିଡିଓ ପୋଷ୍ଟରେ ସାମିଲ ନାହିଁ ଜାମିଆ
author img

By

Published : Feb 16, 2020, 10:51 PM IST

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ରବିବାର ଭାଇରାଲ ହୋଇଥିବା ଭିଡିଓକୁ ନେଇ ନିଜ ପକ୍ଷ ରହିଛି ଜାମିଆ । ଜାମିଆ ସମନ୍ବୟ କମିଟି ତରଫରୁ ଟ୍ବିଟ କରାଯାଇଥିବା 48 ସେକେଣ୍ଡ ଭିଡିଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପୋଷ୍ଟ କରିନଥିବା କହିଛି ଜାମିଆ ମିଲିଆ ଇସଲାମିଆ ।

ଡିସେମ୍ବର 15 ସିଏଏକୁ ନେଇ ପ୍ରତିବାଦ ଚାଲିଥିବା ବେଳେ ପୋଲିସ ସୁରକ୍ଷାକର୍ମୀ ଲାଇବ୍ରେରୀ ଭିତରେ ପଶି ଛାତ୍ରଛାତ୍ରୀଙ୍କ ଉପରେ ଲାଠିଚାର୍ଜ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା । ବିଶ୍ବବିଦ୍ୟାଳୟର ପିଆର ଅଫିସର ଅହମ୍ମଦ ଅଜିମ ଏନେଇ କୌଣସି ଭିଡିଓ ପୋଷ୍ଟ କରାଯାଇନଥିବା ସ୍ପଷ୍ଟ କରିଛନ୍ତି ।

ଭିଡିଓଟି ଜାମିଆ ସମନ୍ବୟ କମିଟି(JCC) ପକ୍ଷରୁ ପୋଷ୍ଟ କରାଯାଇଥିଲା । ଏହି କମିଟି ଜାମିଆ ବର୍ତ୍ତମାନ ଛାତ୍ର ଓ ପୁରାତନ ଛାତ୍ରଙ୍କୁ ନେଇ ଗଠିତ କରାଯାଇଥିଲା । ଡିସେମ୍ବର 15ରେ ପୋଲିସ ପଶି ଲାଠିଚାର୍ଜ କରିବା ପରେ ଏହି ଗ୍ରୁପ ଗଠନ କରାଯାଇଥିବା ସୂଚନା ମିଳିଛି । ଏହି କମିଟି ଅଫିସିଆଲ ଗ୍ରୁପ ନୁହେଁ ବୋଲି ସ୍ପଷ୍ଟ ଭାବେ ସୂଚନା ଦେଇଛନ୍ତି ବିଶ୍ବବିଦ୍ୟାଳୟର ପିଆର ଅଫିସର୍ ।

ଏହାସହ ବିଶ୍ବବିଦ୍ୟାଳୟର ଅଫିସିଆଲ ଟ୍ବିଟର @jmiu_official ଓ ଫେସବୁକ New Delhi@jmiofficial ଓ ଇନଷ୍ଟାଗ୍ରାମ ହେଉଛି jamiamiliaislamia_ official ବୋଲି କହିଛନ୍ତି ଅଧିକାରୀ ।

ପିଟିଆଇ ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.