ETV Bharat / bharat

ମନ୍ଦିର ଏବଂ ରେଳ ଷ୍ଟେସନ ଉଡାଇବାକୁ ଜୈସ-ଇ-ମହମ୍ମଦର ଧମକ - ମନ୍ଦିର ଏବଂ ରେଳ ଷ୍ଟେସନ ଉଡାଇବାର ଧମକ ଦେଲା ଜୈଶ

ପୁଣି ଥରେ ଭାରତ ବିରୋଧରେ ବିଷ ଓଗାଳିଛି ଆତଙ୍କବାଦୀ ସଙ୍ଗଠନ ଜୈସ-ଇ-ମହମ୍ମଦ । ଦେଶର ପ୍ରାୟ 6 ରାଜ୍ୟରେ ଥିବା ପ୍ରମୁଖ ମନ୍ଦିର ଏବଂ 11ଟି ରେଳ ଷ୍ଟେସନକୁ ବୋମାରେ ଉଡାଇଦେବାକୁ ଧମକ ଦେଇଛି ଏହି ଆତଙ୍କବାଦୀ ଗୋଷ୍ଠୀ ।

ଫାଇଲ ଫଟୋ
author img

By

Published : Sep 16, 2019, 9:58 AM IST

ନୂଆଦିଲ୍ଲୀ: ଆଗକୁ ଆସୁଛି ପାର୍ବଣର ଋତୁ । ଆଉ କିଛି ଦିନ ପରେ ବିଭିନ୍ନ ସର୍ବ ସାଧାରଣ ସ୍ଥାନ ହୋଇ ଉଠିବ ଲୋକାରଣ୍ୟ । ଏହାକୁ ନଜରରେ ରଖି ଜନଗହଳି ପୂର୍ଣ୍ଣ ସ୍ଥାନରେ ବୋମା ବିସ୍ଫୋରଣ କରି ଆତଙ୍କ ସୃଷ୍ଟି କରିବାକୁ ଧମକ ଦେଇଛି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ସଙ୍ଗଠନ ଜୈସ-ଇ-ମହମ୍ମଦ ।

ଏହି କ୍ରମରେ ଗୁଜୁରାଟ ସମତେ ଦେଶର ପ୍ରାୟ 6ଟି ରାଜ୍ୟରେ ଥିବା ପ୍ରମୁଖ ମନ୍ଦିର ଏବଂ ପ୍ରାୟ 11ଟି ରେଳ ଷ୍ଟେସନକୁ ଉଡାଇବାକୁ ଧମକ ଦେଇଛି ଏହି ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ । ହରିୟାଣାର ରୋହତକ ରେଳ ଷ୍ଟେସନର ସୁପରିଟେଣ୍ଡେଣ୍ଟ ୟଶପାଳ ମୀଣାଙ୍କ ନିକଟକୁ ସାଧାରଣ ଡାକ ଜରିଆରେ ଏଭଳି ଧମକପୂର୍ଣ୍ଣ ଚିଠି ପଠାଯାଇଛି । ଏହାକୁ ମସୁଦ ଅହମ୍ମଦ ନାମକ ବ୍ୟକ୍ତି ଲେଖିଥିବା ଜଣାପଡିଛି। ଯେଉଁଥିରେ ସେ ନିଜକୁ ଜୈସ-ଇ-ମହମ୍ମଦର ଜମ୍ମୁ-କାଶ୍ମୀର ଏରିଆ କମାଣ୍ଡର ଦର୍ଶାଇଛି।

ଚିଠିରେ ରୋହତକ, ରେୱାଡି, ହିସାର, କୁରୁକ୍ଷେତ୍ର, ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, ଜୟପୁର, ଭୋପାଲ, କୋଟା ଏବଂ ଇଟାରସୀ ରେଲୱେ ଷ୍ଟେସନ ସମେତ ରାଜସ୍ଥାନ, ଗୁଜୁରାଟ, ତାମିଲନାଡୁ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ ଓ ହରିୟାଣାର ଥିବା କିଛି ପ୍ରମୁଖ ମନ୍ଦିରକୁ ବୋମାରେ ଉଡାଇବାର ଧମକ ଦିଆଯାଇଛି।

ଏଭଳି ଧମକପୂର୍ଣ୍ଣ ଚିଠି ମିଳିବା ପରେ ସମସ୍ତ ରେଳଷ୍ଟେସସନ ଏବଂ ମନ୍ଦିର ଭଳି ଜନଗହଳି ପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆମେ ନିଜର ସାଥୀଙ୍କ ମୃତ୍ୟୁର ପ୍ରତିଶୋଧ ନିଶ୍ଚୟ ନେବୁ । ଭାରତକୁ ବୋମାରେ ଦୋହଲାଇ ଦେବୁ । ଚାରି ଆଡେ କେବଳ ରକ୍ତ ହିଁ ନଜର ଆସିବ ବୋଲି ଏହି ଧମକପୂର୍ଣ୍ଣ ଚିଠିରେ ଉଲ୍ଲେଖ କରାଯାଇଛି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.