ETV Bharat / bharat

ଆନ୍ଧ୍ରରେ 3 ରାଜଧାନୀ ପ୍ରସଙ୍ଗ; ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଜଗନ ରେଡ୍ଡୀ - ଜଗନ ମୋହନ ରେଡ୍ଡୀ

ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ କରିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରୋଡ୍ଡୀ । ରାଜ୍ୟରେ 3 ରାଜଧାନୀ ପ୍ରସଙ୍ଗରେ କରିବେ ଆଲୋଚନା । ଅଧିକ ପଢନ୍ତୁ...

3 ରାଜଧାନୀ ପ୍ରସଙ୍ଗ:ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଜଗନ ରେଡ୍ଡୂ

author img

By

Published : Feb 12, 2020, 10:37 AM IST

ଅମରାବତୀ: 3ଟି ରାଜଧାନୀ ପ୍ରତିଷ୍ଠା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ରାଜଧାନୀ ପ୍ରସଙ୍ଗରେ ରାଜ୍ୟରେ ଚାଲୁଥିବା ରାଜନୈତିକ ସମୀକରଣକୁ ନେଇ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁସାରେ, କ୍ୟାବିନେଟ ବୈଠକ ପରେ ଜଗନ ରେଡ୍ଡୀ ଦିଲ୍ଲୀ ଗସ୍ତରେ ବାହାରିବେ ।

ସୂଚନାଯୋଗ୍ୟ, ଗତ କିଛି ଦିନ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିବାକୁ ଚେଷ୍ଟା କରାଯାଇଥିବାବେଳେ, ଆଜି ତାହା ସ୍ପଷ୍ଟ ହୋଇଛି । ଏହି ବୈଠକରେ ମୁଖ୍ୟ ମୁଦ୍ଦା ରହିବ ରାଜ୍ୟରେ ତ୍ବରାନ୍ବିତ ବିକାଶ ପାଇଁ 3ଟି ରାଜଧାନୀ ପ୍ରତିଷ୍ଠା ଓ ରାଜ୍ୟରୁ ବିଧାନ ପରିଷଦ ହଟାଇବା । ରାଜ୍ୟରେ 3ଟି ରାଜଧାନୀ ପ୍ରସଙ୍ଗ ଉଠାଇ ଆନ୍ଧ୍ରରେ ଏକ ରାଜନୈତିକ ଝଡ ସୃଷ୍ଟି ହୋଇଛି । ଏହା ସହ ଅମରାବତୀରେ କୃଷକଙ୍କ ଦ୍ବାରା ମଧ୍ୟ ଆନ୍ଦୋଳନ ଦେଖାଦେଇଛି ।

ଅନ୍ୟପଟେ, ବିଧାନ ପରିଷଦରେ ଟିଡିପି(ତେଲୁଗୁ ଦେଶମ ପାର୍ଟି)ର ସଂଖ୍ୟା ଗରିଷ୍ଠତା ଅଧିକ ରହିଥିବାରୁ 3 ରାଜଧାନୀ ବେଧୟକକୁ ପାରିତ ହୋଇନଥିଲା । ଯାହାକୁ ନେଇ ୱାଇଏସଆର କଂଗ୍ରେସ ମୁଖ୍ୟ ଉଚ୍ଚ ସଂସଦରୁ ବିଧାନ ପରିଷଦକୁ ସମ୍ପୂର୍ଣ୍ଣ ହଟାଇବାକୁ ବିଧାନସଭାରେ ଏକ ପ୍ରସ୍ତାବ ପାରିତ କରିଛନ୍ତି । ଏହା ସହ ପରିଷଦକୁ ହଟାଇବାକୁ ସଂସଦରେ ଏକ ସକ୍ଷମ ଆଇନ ପ୍ରସ୍ତୁତ କରିବାକୁ ହେବ । ତେଣୁ ଏ ସମସ୍ତ ମୁଦ୍ଦାକୁ ପ୍ରଧାନମନ୍ତ୍ରୀଙ୍କୁ ତ୍ବରାନ୍ବିତ କରିବାକୁ ପଡିବ ।

(PTI ରିପୋର୍ଟ)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.