ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ମଙ୍ଗଳବାର ନୂତନ କେନ୍ଦ୍ରୀୟ ଟିମ ସହିତ ସାକ୍ଷାତ କରିବେ । ଆସନ୍ତା ଅକ୍ଟୋବର 6 ତାରିଖରେ ବିଜେପିର ନୂତନ କେନ୍ଦ୍ରୀୟ କମିଟି ସହ ସାକ୍ଷାତ କରିବେ ବିଜେପରି ରାଷ୍ଟ୍ରୀୟ ଅଧ୍ୟକ୍ଷି ଜେପି ନଡ୍ଡା । ବିହାର ଓ ପଶ୍ଚିମବଙ୍ଗ ନିର୍ବାଚନ ବିଷୟରେ ଆଲୋଚନା କରାଯିବା ସମ୍ଭାବନା ରହିଛି ।
ନୂତନ ଭାବେ କେନ୍ଦ୍ରୀୟ କମିଟିରେ ସାମିଲ ହୋଇଥିବା କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦେଇ ସଂଗଠନକୁ ଦକ୍ଷ କରାଯିବ । ବିହାର ଏବଂ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଦଳକୁ ମଜବୁତ ତଥା ପ୍ରସ୍ତୁତ କରିବା ପାଇଁ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଙ୍ଗଳବାର ଦିନ ଦଳର ଜାତୀୟ କାର୍ଯ୍ୟାଳୟର ଏକ ବୈଠକ ଡାକିଛନ୍ତି । ଗତ ସପ୍ତାହରେ ନଡ୍ଡା ଏହି କମିଟି ଗଠନ କରିଥିଲେ ।
ପାର୍ଟି ସୂତ୍ର ଅନୁଯାୟୀ 37 ଜଣ କେନ୍ଦ୍ରୀୟ ନେତାଙ୍କୁ ନଡ୍ଡା ନିଜେ ପ୍ରଶିକ୍ଷଣ ଦେବେ । ଅକ୍ଟୋବର 6 ରେ ସକାଳ 11 ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ଦଳକୁ "ଫଳାଫଳ-ଆଧାରିତ" କରିବା ପାଇଁ ଉଦ୍ଦିଷ୍ଟ । ବିହାର ଏବଂ ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସେମାନେ କହିଛନ୍ତି ଯେ ଆଗାମୀ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଦଳ ପ୍ରସ୍ତୁତ କରୁଥିବାବେଳେ ନଡ୍ଡା କୌଣସି ପଥକୁ ଅଣଦେଖା କରିବାକୁ ଚାହୁଁନାହାଁନ୍ତି ।
ଆଠ ଜଣ ସାଧାରଣ ସଚିବଙ୍କ ତାଲିକାରେ ଭୁପେନ୍ଦ୍ର ଯାଦବ, ଅରୁଣ ସିଂ ଏବଂ କୈଳାଶ ବିଜୟବର୍ଗୀୟଙ୍କୁ ରଖିବା ସହିତ ପାଞ୍ଚଟି ନୂଆ ଚେହେରା ରହିଛନ୍ତି । ସାଂସଦ ତେଜସ୍ବୀ ସୂର୍ଯ୍ୟଙ୍କୁ ପୁଣ୍ୟ ମହାଜନଙ୍କ ସ୍ଥାନରେ ଦଳର ଯୁବ ୱିଙ୍ଗ ସଭାପତି କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟଭି ଭାରତ