ପାଣାଜୀ: ଗୋଆରେ କୋଭିଡ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ରାଜ୍ୟ ସରକାର କୋରୋନାକୁ ସଠିକ୍ ଓ ଉପଯୁକ୍ତ ଉପାୟରେ ପରିଚାଳନା କରିଛନ୍ତି । ଏଥିପାଇଁ ଗୋଆ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାର ପ୍ରଶଂସାର ହକଦାର ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି ।
ମଙ୍ଗଳବାର ରାଜ୍ୟ ସରକାରଙ୍କ ସହ ଏକ ଭର୍ଚୁଆଲ ମିଟିଂରେ ଏପରି ମନ୍ତବ୍ୟ ଦେଇଛନ୍ତି ନଡ୍ଡା । ଗୋଆରେ ଶାସନାଧୀନ ବିଜେପି ସରକାରଙ୍କୁ ପ୍ରଶଂସା କରିଛନ୍ତି ଜାତୀୟ ସଭାପତି । କୋରୋନା ମୁକାବିଲା ଓ ପରିଚାଳନାରେ ଉପଯୁକ୍ତ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ତାରିଫ କରିଛନ୍ତି । ସେହିପରି ଏପରି ମହାମାରୀବେଳେ ରାଜ୍ୟରେ ବିଜେପି ୟୁନିଟ୍ ପକ୍ଷରୁ ବିଭିନ୍ନ ଉନ୍ନୟନ ଓ ସେବାମୂଳକ କାର୍ଯ୍ୟକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।
ଏହାସହ ନଡ୍ଡା କହିଛନ୍ତି ଯେ ଦେଶରେ ବିଜେପି ଏକମାତ୍ର ଦଳ ଯାହା ଏପରି ବିପଦବେଳେ ଶାସନ କ୍ଷମତା ସହିତ ବିଭିନ୍ନ ପ୍ରକାର ଲୋକସେବା କାର୍ଯ୍ୟ ଜାରି ରଖିଛି । ଏପରି କାର୍ଯ୍ୟ ଜାରି ରଖିବା ସହ ଲୋକଙ୍କ ନିକଟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟ ଏବଂ ସୂଚନା ପହଞ୍ଚାଇବାକୁ ସେ ଦଳୀୟ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ତୃଣମୂଳସ୍ତରରେ କାର୍ଯ୍ୟ କରିବା ସହ ବୁଥ୍ ସ୍ତରରେ ଲୋକଙ୍କ ସହ ଯୋଗାଯୋଗ କରିବା ପାଇଁ ନଡ୍ଡା କର୍ମୀଙ୍କୁ କହିଛନ୍ତି । ପ୍ରକାଶ ଥାଉ କି ଏପ୍ରିଲ ମାସରେ କିଛି ଦିନ ପାଇଁ କୋରୋନାମୁକ୍ତ ଘୋଷଣା ହୋଇଥିବା ଗୋଆରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା 3853 ରହିଛି ।
କୋରୋନାର ଉପଯୁକ୍ତ ପରିଚାଳନା ନେଇ ଗୋଆ ମୁଖ୍ୟମନ୍ତ୍ରୀଙ୍କୁ ନଡ୍ଡାଙ୍କ ପ୍ରଶଂସା - କୋରୋନାର ଉପଯୁକ୍ତ ପରିଚାଳନା
ମଙ୍ଗଳବାର ରାଜ୍ୟ ସରକାରଙ୍କ ସହ ଏକ ଭର୍ଚୁଆଲ ମିଟିଂରେ ଏପରି ମନ୍ତବ୍ୟ ଦେଇଛନ୍ତି ନଡ୍ଡା । ଗୋଆରେ ଶାସନାଧୀନ ବିଜେପି ସରକାରଙ୍କୁ ପ୍ରଶଂସା କରିଛନ୍ତି ଜାତୀୟ ସଭାପତି । ଅଧିକ ପଢନ୍ତୁ..