ପୁଞ୍ଛ: ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ । ଆଜି ଭୋର ସମୟରେ ଜମ୍ମୁ କାଶ୍ମୀରର ପୁଞ୍ଛ ଜିଲ୍ଲାର ବାଲାକୋଟ ସେକ୍ଟରରେ ଗୁଳି ମାଡ କରିଛି ପାକିସ୍ତାନ ।
ଭାରତୀୟ ସୀମାରେ ଅବସ୍ଥିତ ଲାଇନ ଅଫ କଣ୍ଟ୍ରୋଲ(ଏଲଓସି)ରେ ପାକିସ୍ତାନ ଗୁଳିମାଡ, ଅସ୍ତ୍ରଶସ୍ତ୍ର ଓ ମୋର୍ଟାର ମାଡ କରିଛି । ପାକିସ୍ତାନର ଏହି ହରକତର ଦୃଢ ଜବାବ ଦେଉଛନ୍ତି ଭାରତୀୟ ସେନା ।