ETV Bharat / bharat

କେବଳ ବାଣିଜ୍ୟ ନୁହେଁ, ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ଭାରତ-ଆମେରିକା ରଣନୀତି ଭିତ୍ତିକ ସହଭାଗିତା ଉପରେ - Trump s India visit

ପ୍ରତିରକ୍ଷା, ଆତଙ୍କବାଦ ବିରୋଧୀ କାର୍ଯ୍ୟକ୍ରମ ଏବଂ ଶକ୍ତି କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗ ବୃଦ୍ଧି ଦିଗରେ ଟ୍ରମ୍ପଙ୍କ ଏହି ଗସ୍ତ ଭାରତ ପାଇଁ ସହାୟକ ହେବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Trump s India visit
Trump s India visit
author img

By

Published : Feb 24, 2020, 4:34 PM IST

ପର୍ଯ୍ୟବେଶିତ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ପ୍ରଥମ ଭାରତ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ କୌଣସି ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷରିତ ନହେଲେ ବି ଉଭୟ ଦେଶର ଦ୍ବିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ଦିଗରେ ଏହା ଗୁରୁତ୍ବପୂର୍ଣ୍ଣ ବୋଲି ଜଣେ ପୂର୍ବତନ କୂଟନୀତିଜ୍ଞ କହିଛନ୍ତି । ସେ କହିଛନ୍ତି, ପ୍ରତିରକ୍ଷା, ଆତଙ୍କବାଦ ବିରୋଧୀ କାର୍ଯ୍ୟକ୍ରମ ଏବଂ ଶକ୍ତି କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗ ବୃଦ୍ଧି ଦିଗରେ ଏହି ଗସ୍ତ ସହାୟକ ହେବ ।

ପୂର୍ବତନ ରାଷ୍ଟ୍ରଦୂତ, ଗେଟ୍‌ୱେ ହାଉସ୍‌ର ଜଣେ ବିଶିଷ୍ଟ ଗବେଷକ ଏବଂ ବୈଦେଶିକ ନୀତି ବିଶେଷଜ୍ଞ ରାଜୀବ ଭାଟିଆ କହିଲେ, ‘ଭାରତ-ଆମେରିକା ସମ୍ପର୍କ କେବଳ ବାଣିଜ୍ୟ ସମ୍ପର୍କିତ ନୁହେଁ, ବରଂ ଏହା ପ୍ରତିରକ୍ଷା ଓ ଶକ୍ତି କ୍ଷେତ୍ରରେ ରଣକୌଶଳ ଭିତ୍ତିକ ସହଯୋଗ ସମେତ ଅନ୍ୟ ଅନେକ ପ୍ରସଙ୍ଗ ସମ୍ପର୍କିତ ସାମୂହିକ ସମ୍ଭାର ।’ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ଅବସରରେ ଉଭୟ ଦେଶ 10 ବିଲିଅନ୍‌ କୋଟି ଡଲାର ପର୍ଯ୍ୟନ୍ତ ଏକ ସୀମିତ ବାଣିଜ୍ୟ ଚୁକ୍ତିରେ ସ୍ବାକ୍ଷର କରିପାରନ୍ତି ବୋଲି ପୂର୍ବରୁ ଦୃଢ଼ ଇଙ୍ଗିତ ମିଳୁଥିଲା । କିନ୍ତୁ ଗତ ସପ୍ତାହରେ ଯୁକ୍ତରାଷ୍ଟ୍ର ଆମେରିକାର ଏହି ତୁଙ୍ଗ ନେତା ନିଶ୍ଚିତ ଭାବରେ ଜଣାଇଦେଲେ ଯେ ତାଙ୍କ ଗସ୍ତ ସମୟରେ କୌଣସି ବାଣିଜ୍ୟ ଚୁକ୍ତିନାମା ସମ୍ପାଦିତ ହେବ ନାହିଁ ।

ଗତ ସପ୍ତାହରେ ରାଷ୍ଟ୍ରପତି ଟ୍ରମ୍ପ୍‌ କହିଥିଲେ, ‘ପ୍ରକୃତରେ ଏହି ବୃହତ୍‌ ଚୁକ୍ତିକୁ ମୁଁ ପରବର୍ତ୍ତୀ ସମୟ ପାଇଁ ସାଇତି ରଖୁଛି’ । ଭାରତ ଗସ୍ତ ପୂର୍ବରୁ ଏହି ଆମେରିକୀୟ ନେତା କହିଥିଲେ, ‘ମୁଁ ଜାଣିନି ଏହା ନିର୍ବାଚନ ପୂର୍ବରୁ ହେବ କି ନାହିଁ, କିନ୍ତୁ ଭାରତ ସହ ଆମେ ଏକ ବୃହତ୍‌ ଚୁକ୍ତି ସମ୍ପାଦନ କରିବୁ’ । ନଭେମ୍ବର ପ୍ରଥମ ସପ୍ତାହରେ ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାରୁ, ଭାରତ ସହ ଏକ ସାଧାରଣ ବାଣିଜ୍ୟ ଚୁକ୍ତି ସମ୍ପାଦନ ବି ଅନ୍ୟୂନ କିଛି ମାସ ପାଇଁ ଘୁଞ୍ଚିଯାଇପାରେ ବୋଲି ଲାଗି ରହିଥିବା ସଂଶୟ, ତାଙ୍କର ଏହି କଥାରୁ ନିଶ୍ଚିତ ରୂପେ ପ୍ରକଟ ହେଲା । ସେ ଯାହାହେଉ, ଭାରତର ସମ୍ଭ୍ରାନ୍ତ ବୈଦେଶିକ ସେବାରେ ତିନି ଦଶନ୍ଧିରୁ ଅଧିକ କାର୍ଯ୍ୟକାଳ ଅବସରରେ ଅନେକ ଥର ବିଦେଶ ଭ୍ରମଣକାରୀ ଭାରତୀୟ ପ୍ରତିନିଧି ଦଳର ନେତୃତ୍ବ ନେଇଥିବା ରାଜୀବ ଭାଟିଆଙ୍କ ଭଳି ବୈଦେଶିକ ନୀତି ବିଶେଷଜ୍ଞମାନେ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଭାରତ ଗସ୍ତର ସକାରାତ୍ମକ ପ୍ରଭାବ ଦ୍ବିପାକ୍ଷିକ ସମ୍ପର୍କ ଉପରେ ପଡ଼ିବ ବୋଲି ଆଶାବାଦୀ ।

ଇଟିଭି ଭାରତକୁ ରାଜୀବ ଭାଟିଆ କହିଛନ୍ତି, ‘ଏବେ ବି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ବିଶ୍ବର ସବୁଠାରୁ ଶକ୍ତିଶାଳୀ ନେତା ଏବଂ ତାଙ୍କ ଭାରତ ଗସ୍ତ ଉପରେ ସମଗ୍ର ବିଶ୍ବର ନଜର ରହିବ ।’ ସେ କହିଲେ, ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ସାମଗ୍ରୀକ ସମ୍ବନ୍ଧ ସମ୍ପର୍କିତ । ଏହା ରଣକୌଶଳ ଭିତ୍ତିକ ସହଭାଗିତାକୁ ମଜଭୁତ କରିବ, ଅନ୍ୟନ୍ୟ କାର୍ଯ୍ୟକ୍ରମ ସମେତ ଆତଙ୍କବାଦ ବିରୋଧୀ କାର୍ଯ୍ୟକ୍ରମ କ୍ଷେତ୍ରରେ ଥିବା ସହଯୋଗକୁ ନିବିଡ଼ କରିବ । ସେ କହିଲେ, ‘ଚୀନ୍‌, ଦକ୍ଷିଣ ଭାରତ ଏବଂ ଆଫଗାନିସ୍ତାନ ପ୍ରସଙ୍ଗରେ ଏକ ସମଭାବାପନ୍ନ ଦୃଷ୍ଟିକୋଣ ଗଠନରେ ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସହାୟକ ହେବ ।’

ଆଫଗାନିସ୍ତାନ-ପାକିସ୍ତାନ ଅଞ୍ଚଳରୁ ନିର୍ଗତ ଆତଙ୍କବାଦର ପ୍ରକୋପକୁ ଉଭୟ ଭାରତ ଓ ଆମେରିକା ଭୋଗି ସାରିଛନ୍ତି ଏବଂ ଏ ଅଞ୍ଚଳର ସୁରକ୍ଷା ଓ ସ୍ଥିରତା ସମ୍ପର୍କରେ ଉଭୟ ସମାନ ଭାବରେ ଉଦ୍‌ବେଗ ପ୍ରକାଶ କରନ୍ତି । ଦକ୍ଷିଣ ଚୀନ୍‌ ସାଗର ସମେତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ମୁକ୍ତ ଜଳପଥ ଯାତାୟାତ ସମ୍ପର୍କରେ ଉଭୟ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ଏକମତ ହୋଇଥିବା ବେଳେ ସାଗର ଶଯ୍ୟାରେ ଅଭିଯାନ ଚଳାଇବା ଲକ୍ଷ୍ୟରେ, ଦକ୍ଷିଣ ଚୀନ୍‌ ସାଗର ଉପରେ ଅଧିକାର ସାବ୍ୟସ୍ତ କରିବା ଲାଗି ଜାପାନ, ଭିଏତନାମ ଏବଂ ଫିଲିପାଇନ୍‌ସ ଭଳି ପଡ଼ୋଶୀ ଦେଶଗୁଡ଼ିକ ସହ ଚୀନ୍‌ର ଛକାପଞ୍ଛା ଲାଗି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.