ETV Bharat / bharat

ଜାମିୟା ଫାୟାରିଂ: ଶାସକ ଦଳର ଚକ୍ରାନ୍ତ କହିଲା କଂଗ୍ରେସ - ରାଜଧାନୀ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟ

ରାଜଧାନୀ ଦିଲ୍ଲୀସ୍ଥିତ ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟର 5ନଂ ଗେଟ ନିକଟରେ ରବିବାର ରାତିରେ ପୁଣି ଫାୟାରିଂ ହୋଇଛି । ଏହି ଘଟଣାରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଅଧିକ ପଢନ୍ତୁ...

It's a conspiracy by ruling party
ଫାଇଲ ଫଟୋ
author img

By

Published : Feb 3, 2020, 4:47 PM IST

Updated : Feb 3, 2020, 5:53 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟର 5ନଂ ଗେଟ ନିକଟରେ ରବିବାର ରାତି ପୁଣି ଫାୟାରିଂ ହୋଇଛି । ଜାମିଆ କୋଡିନେସନ କମିଟି ଅନୁସାରେ, ଦୁଇ ଦୁର୍ବୃତ୍ତ ବିଶ୍ବବିଦ୍ୟାଳୟ ଗେଟ୍ ପାଖରେ ଫାୟାରିଂ କରି ଚାଲିଯାଇଥିଲେ । ବର୍ତ୍ତମାନ ଏ ଘଟଣାରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧିର ରଞ୍ଜନ ଚୌଧୁରୀ, ଏହାକୁ ସରକାରର ଚକ୍ରାନ୍ତ ବୋଲି କହିଛନ୍ତି ।

ଏହା ପ୍ରଦର୍ଶନକାରୀଙ୍କୁ ଡରାଇବା ପାଇଁ ଶାସକ ଦଳର ଚକ୍ରାନ୍ତ । ଶାସକ ଦଳର ଗୁଣ୍ଡା ଏପରି କାମ କରୁଛନ୍ତି ଓ ସରକାର ଚୁପ ବସିଛନ୍ତି ବୋଲି ସେ କହିଛନ୍ତି । ଦିଲ୍ଲୀ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅଧିନରେ ତଥାପି କେହି କିଛି କରୁନାହାଁନ୍ତି ।

jamia news
ଫଟୋ ସୌଜନ୍ୟ: @ANI

ଶନିବାର ମଧ୍ୟ ଶାହିନବାଗରେ ଜଣେ ଯୁବକ ଗୁଳି ଚଳାଇଥିଲା । ଏହାପରେ ତୁରନ୍ତ ପୋଲିସ ଏ ଘଟଣାରେ ଜଡିତ ଥିବା ଯୁବକକୁ ଗିରଫ କରିଥିଲା । ଏହା ପୂର୍ବରୁ ଗୁରୁବାର ଜାମିଆ ଛାତ୍ରଙ୍କ ଦ୍ବାରା ବାହାର କରାଯାଇଥିବା ରାଲିରେ ଗୁଳି ଫୁଟିଥିଲା । ଏଥିରେ ଜାମିଆର ଜଣେ ଛାତ୍ର ଆହତ ହୋଇଥିଲେ ।

ଏଏନଆଇ ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
Last Updated : Feb 3, 2020, 5:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.