ETV Bharat / bharat

ଋଷ ଯିବେ 12 ମହାକାଶଚାରୀ: ଇସ୍ରୋ ଅଧ୍ୟକ୍ଷ - gaganyan mission for astrunut visit russia for training

ମହାକାଶ ଯାତ୍ରା ସମ୍ପର୍କରେ ପ୍ରଶିକ୍ଷମ ନେବା ପାଇଁ ଋଷ ଗସ୍ତରେ ଯିବେ 12 ଜଣ ମହାକାଶଚାରୀ । ଅହମ୍ମଦାବାଦସ୍ଥିତ ସ୍ପେଶ ଆପ୍ଲିକେଶନ ସେଣ୍ଟର( ଏସଏସି)ରେ ହେଉଥିବା ଚତୁର୍ଥ ଆଇଏସଏସଇ ନ୍ୟାସନାଲ କନଫରେନ୍ସ-4ରେ ଘୋଷଣା କରିଛନ୍ତି ଇସ୍ରୋ ଅଧ୍ୟକ୍ଷ ଡ କେ.ଶିବନ୍।

ଫାଇଲ ଫଟୋ
author img

By

Published : Sep 27, 2019, 2:28 PM IST

ନୂଆଦିଲ୍ଲୀ: ମହାକାଶ ଯାତ୍ରା ସମ୍ପର୍କରେ ପ୍ରଶିକ୍ଷଣ ନେବା ପାଇଁ ଋଷ ଗସ୍ତରେ ଯିବେ 12 ଜଣ ମହାକାଶଚାରୀ । ଅହମ୍ମଦାବାଦ ସ୍ପେଶ ଆପ୍ଲିକେଶନ ସେଣ୍ଟର( ଏସଏସି)ରେ ହେଉଥିବା ଚତୁର୍ଥ ଆଇଏସଏସଇ ନ୍ୟାସନାଲ କନଫରେନ୍ସ-4ରେ ଘୋଷଣା କରିଛନ୍ତି ଇସ୍ରୋ ଅଧ୍ୟକ୍ଷ ଡ କେ.ଶିବନ୍।

ଇସ୍ରୋ ଅଧ୍ୟକ୍ଷ ଡ କେ. ଶିବନଙ୍କ ଅନୁସାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଏବଂ ବାୟୁସେନା ମିଳିତ ରୂପେ ‘ଗଗନାୟନ’ ପାଇଁ 12 ଜଣ ମହାକାଶଚାରୀଙ୍କୁ ଚୟନ କରିଛନ୍ତି । ସେମାନଙ୍କୁ ଅକ୍ଟୋବର ଶେଷ କିମ୍ବା ନଭେମ୍ବର ଆରମ୍ଭରେ ପ୍ରଶିକ୍ଷଣ ପାଇଁ ଋଷ ପଠାଯିବ ।

ସେମାନଙ୍କ ମଧ୍ୟରୁ କେବଳ 4 ଜଣଙ୍କୁ ଚୟନ କରାଯିବ । ବାକି 8 ଜଣ ଭାରତକୁ ଫେରିଆସିବେ । ଏହାପରେ ଚୟନ ହୋଇଥିବ ମହାକାଶ ଯାତ୍ରୀଙ୍କୁ 15 ମାସ କଠିନ ପ୍ରଶିକ୍ଷଣ ଦିଆଯିବ। ଶେଷରେ 2021 ଡିସେମ୍ବରରେ ଚୟନ ହୋଇଥିବା ମହକାଶଚାରୀଙ୍କୁ ମଧ୍ୟରୁ ତିନିଜଣଙ୍କୁ ସପ୍ତାହେ ପାଇଁ ମହାକାଶ ଯାତ୍ରାରେ ପଠାଯିବ।

ଏଥିସହ ସେ କହିଛନ୍ତି ‘ଗଗନୟାନ’ ମିଶନକୁ ତିନି ଭାଗରେ କରାଯିବ । ପ୍ରଥମ ଭାଗରେ 2020 ଡିସେମ୍ବରରେ ମାନବବିହୀନ ଯାନ ଅନ୍ତରୀକ୍ଷକୁ ପଠାଯିବ। ଯାହା ଦ୍ବାରା ପ୍ରାଥମିକ ସ୍ତରରେ ତାହାର ଜରୁରୀ ପ୍ରଣାଳୀକୁ ଯାଞ୍ଚ କରାଯିବ। ଏହାପରେ ଯାନଟି ଫେରିବା ପରେ ସେଥିରେ ଆବଶ୍ୟକୀୟ ପରିବର୍ତ୍ତନ କରାଯିବ। ଚୟନ ହୋଇଥିବା 12 ଜଣ ମହାକାଶ ଯାତ୍ରୀଙ୍କ ମଧ୍ୟରେ କୌଣସି ମହିଳା ସ୍ଥାନ ପାଇନାହାଁନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.