ETV Bharat / bharat

ଜନ୍ମାଷ୍ଟମୀ ପୂର୍ବରୁ ବୃନ୍ଦାବନରେ ଇସ୍କନ ମନ୍ଦିର ସିଲ

author img

By

Published : Aug 11, 2020, 5:50 PM IST

ପବିତ୍ର ଜନ୍ମାଷ୍ଟମୀ ପୂର୍ବରୁ ଉତ୍ତର ପ୍ରଦେଶ ବୃନ୍ଦାବନ ସ୍ଥିତ ଇସ୍କନ ମନ୍ଦିର ସିଲ । ଭଗବାନଙ୍କ ଜନ୍ମ ଉତ୍ସବ ପାଳନରୁ ଭକ୍ତ ହୋଇପାରନ୍ତି ବଞ୍ଚିତ । କାରଣ ହେଉଛି ଏହା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Iscon temple
Iscon temple

ବୃନ୍ଦାବାନ: ପବିତ୍ର ଜନ୍ମାଷ୍ଟମୀ ପୂର୍ବରୁ ଉତ୍ତର ପ୍ରଦେଶ ବୃନ୍ଦାବନ ସ୍ଥିତ ଇସ୍କନ ମନ୍ଦିର ସିଲ । ମନ୍ଦିରର ମୁଖ୍ୟ ପୂଜକ ସମେତ 22 ଜଣ କରୋନା ସଂକ୍ରମିତ ହେବାପରେ ପ୍ରଶାସନର ପଦକ୍ଷେପ । ସାରା ଦେଶରେ ଆସନ୍ତାକାଲି 12 ( ଅଗଷ୍ଟରେ ) ଜନ୍ମାଷ୍ଟମୀକୁ ନେଇ ଧୂମଧାମରେ ଭଗବାନ କୃଷ୍ଣଙ୍କ ଜନ୍ମ ମହୋତ୍ସବ ପାଳନର ପ୍ରସ୍ତୁତି ଚାଲିଛି । ତେବେ ତା ପୂର୍ବରୁ ବୃନ୍ଦାବନରେ କରୋନା ଉଜାଡି ଦେଇଛି ଉତ୍ସବ ।

ମନ୍ଦିର ମୁଖ୍ୟ ପରିଚାଳକଙ୍କ ସୂଚନା ଅନୁସାରେ ପ୍ରଥମେ ଜଣେ କର୍ମଚାରୀ କରୋନା ପଜିଟିଭ ହୋଇଥିଲେ । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କ୍ବାରେଣ୍ଟାଇନ କରାଯାଇ କରୋନା ଟେଷ୍ଟ କରାଯାଇଥିଲା । ସମସ୍ତଙ୍କ ପଜିଟିଭ ଆସିବା ପରେ ମନ୍ଦିରକୁ ସିଲ କରାଯାଇଛି ।

ତେବେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପୂର୍ବରୁ କରୋନାର ଏହି କରାଳ ରୂପ ଭକ୍ତଙ୍କ ଭକ୍ତିଭାବରେ ପ୍ରତିବନ୍ଧକ ସାଜିଛି । ତେବେ ମନ୍ଦିର ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବିକଳ୍ପ ବ୍ୟବସ୍ଥା କରାଯାଉଥିବା କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.