ETV Bharat / bharat

ଭାରତକୁ ଆମେରିକାର ଆଶ୍ବାସନା, ଚାବହାରରେ ପଡିବନି ଇରାନରେ ଲାଗିଥିବା ପ୍ରତିବନ୍ଧକ ପ୍ରଭାବ - ଭାରତ-ଆମେରିକା ବୈଠକ

ଇରାନ ଉପରେ ଲଗାଯାଇଥିବା ପ୍ରତିବନ୍ଧକର ପ୍ରଭାବ ଚାବହାର ବନ୍ଦର ବିକାଶ ଉପରେ ପଡିବ ନାହିଁ ବୋଲି କହିଛି ଆମେରିକା । ଅଧିକ ପଢନ୍ତୁ...

ଭାରତକୁ ଆମେରିକାର ଆଶ୍ବାସନା, ଚାବହାର ଉପରେ ପଡିବନି ଇରାନ ଉପରେ ଲାଗିଥିବା ପ୍ରତିବନ୍ଧକର ପ୍ରଭାବ

author img

By

Published : Oct 25, 2020, 5:15 PM IST

ନୂଆଦିଲ୍ଲୀ: ସୋମବାର ହେବାକୁ ଥିବା ଭାରତ-ଆମେରିକା 2+2 ବୈଠକ ପୂର୍ବରୁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ମିଳିଛି ବଡ ସମର୍ଥନ । ଇରାନ ଉପରେ ଲଗାଯାଇଥିବା ପ୍ରତିବନ୍ଧକର ପ୍ରଭାବ ଚାବହାର ବନ୍ଦର ବିକାଶ ଉପରେ ପଡିବ ନାହିଁ ବୋଲି କହିଛି ଆମେରିକା ।

26 ଓ 27 ଅକ୍ଟୋବରରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଏବ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର ଭାରତ ଗସ୍ତରେ ରହିବେ । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ଦୁଇ ମନ୍ତ୍ରୀଙ୍କ ଗସ୍ତ ଭାରତ ଓ ଆମେରିକାର ସମ୍ପର୍କକୁ ଆହୁରି ସୁଦୃଢ କରିବ ବୋଲି ଅନୁମାନ କରାଯାଉଛି ।

ଏହାପୂର୍ବରୁ ଅକ୍ଟୋବରରେ ଇରାନର 18ଟି ପ୍ରମୁଖ ବ୍ୟାଙ୍କ୍‌ ଉପରେ ପ୍ରତିବନ୍ଧକ ଲଗାଇଥିଲା ଆମେରିକା । ଟ୍ରମ୍ପ ପ୍ରଶାସନର ଏପରି ପଦକ୍ଷେପ ଯୋଗୁଁ ଚାବହାର ବନ୍ଦର ସମ୍ପର୍କରେ ଚିନ୍ତା ପ୍ରକଟ କରି ଆମେରିକା ସହ ଆଲୋଚନା କରିଥିଲା ଭାରତ । ତେବେ ଆମେରିକା ଭାରତର ଚିନ୍ତାକୁ ହୃଦୟଙ୍ଗମ କରିବା ସହ ଇରାନ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଚାବହାର ବନ୍ଦର ବିକାଶ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଆଶ୍ବାସନା ଦେଇଛି ।

ଚାବହାର ବନ୍ଦର ମାଧ୍ୟମରେ ଭାରତର ମାନବିକ ସହାୟତା ଦେଶର ଆଫଗାନିସ୍ତାନ ରଣନୀତିର ଏକ ପ୍ରମୁଖ ଉପାଦାନ ଅଟେ। କୋରୋନା ମହାମାରୀ ସମୟରେ ମାନବିକ ସହାୟତା ଭାବରେ ଭାରତ 28 ସେପ୍ଟେମ୍ବରରେ ଆଫଗାନିସ୍ତାନକୁ 75,000 ମେଟ୍ରିକ୍ ଟନ୍ ଗହମ ପଠାଇଥିଲା। ଗୁଜୁରାଟର କାଣ୍ଡଲା ବନ୍ଦରରୁ ଏହି ଗହମ ପଠାଯାଇଥିବା ବେଳେ ଏହା 30 ସେପ୍ଟେମ୍ବରରେ ଚାବହାରରେ ପହଞ୍ଚିଥିଲା।

ମହାମାରୀ ସମୟରେ ଅନ୍ୟ ଦେଶକୁ ସହାୟତା ଯୋଗାଇବା ପାଇଁ ଭାରତର 'ସଂଯୋଗ ବିନ୍ଦୁ' ଭାବରେ ଉଭା ହୋଇଥିବା ଚାବହାର ବନ୍ଦର କୂଟନନୈତିକ କ୍ଷେତ୍ରରେ ଦେଶର ଜନକୈନ୍ଦ୍ରିକ ଆଭିମୁଖ୍ୟର ପ୍ରତୀକ ହୋଇ ରହିଛି। ଭାରତ ମଧ୍ୟ ପାକିସ୍ତାନକୁ ପ୍ରଭାବିତ କରୁଥିବା ପଙ୍ଗପାଳ ସଙ୍କଟ ଦୂର କରିବାରେ ସାହାଯ୍ୟ କରିବାକୁ ଇରାନକୁ 20,000 ଲିଟର କୀଟନାଶକ ପଠାଇଥିଲା। କୀଟନାଶକ ଦ୍ରବ୍ୟ ଚାବହାର ବନ୍ଦରରେ ପହଞ୍ଚି 14 ଜୁଲାଇରେ ଇରାନକୁ ହସ୍ତାନ୍ତର କରାଯାଇଥିଲା।

ଆମେରିକା ପ୍ରଶାସନ ଭାରତକୁ ଆଶ୍ବାସନା ଦେଇଛି ଯେ ଆମେରିକା ଏବଂ ଅଣ ଆମେରିକୀୟ ଦେଶଗୁଡିକୁ ଇରାନକୁ କୃଷିଜାତ ଦ୍ରବ୍ୟ, ଖାଦ୍ୟ, ଔଷଧ ଏବଂ ଚିକିତ୍ସା ଉପକରଣ ରପ୍ତାନୀ କରିବାକୁ ଅନୁମତି ଦିଆଯାଇଛି। ଏଥିସହ ଆମେରିକା ବୈଦେଶିକ ବିଭାଗ ଦ୍ବାରା ପ୍ରଦାନ କରାଯାଇଥିବା ଛାଡ ଏବଂ ଆଫଗାନିସ୍ତାନର ପୁନଃନିର୍ମାଣ ତଥା ବିକାଶ ପାଇଁ ଅନୁମତି ଦେଇଥିବା ଆମେରିକାର ଆଇନରେ ବ୍ୟତିକ୍ରମ ବୈଧ ବୋଲି କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.