ETV Bharat / bharat

ସୁରକ୍ଷା ବଦଳରେ ମହିଳାଙ୍କ ପାଇଁ ହାଇଦ୍ରାବାଦ ପୋଲିସ ପକ୍ଷରୁ ଆଡଭାଇଜରୀ ଜାରି

author img

By

Published : Dec 2, 2019, 7:33 PM IST

ହାଇଦ୍ରାବାଦ ପୋଲିସ ମହିଳାଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଅଜଣା ବ୍ୟକ୍ତିଙ୍କଠାରୁ ନିଜର ସୁରକ୍ଷା ନିଜେ କରନ୍ତୁ ବୋଲି କହିଛନ୍ତି। ଏହାକୁ ନେଇ କେବଳ ତେଲେଙ୍ଗାନାରେ ନୁହେଁ ବରଂ ଅନ୍ୟ ରାଜ୍ୟରେ ମଧ୍ୟ ଏହାକୁ ନେଇ ଆକ୍ରୋଶ ଦେଖିବାକୁ ମିଳିଛି।

Instead of giving security
ଫାଇଲ ଫଟୋ

ହାଇଦ୍ରାବାଦ: ପ୍ରାଣୀଧନ ଚିକିତ୍ସକଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲା କେବଳ ହାଇଦ୍ରାବାଦରେ ନୁହେଁ ବରଂ ସମଗ୍ର ଦେଶରେ ନିଆଁ ଭଳି ବ୍ୟାପି ହୋଇଗଲାଣି । ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଦେଖାଦେଇଛି। ବର୍ତ୍ତମାନ ଏହି ନିଆଁକୁ ବଢିବାରେ ସହଯୋଗ କରୁଛି ହାଇଦ୍ରାବାଦ ପୋଲିସର ଆଡଭାଇଜରୀ । ହାଇଦ୍ରାବାଦ ପୋଲିସ ମହିଳାଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଅଜଣା ବ୍ୟକ୍ତିଙ୍କଠାରୁ ନିଜର ସୁରକ୍ଷା ନିଜେ କରନ୍ତୁ ବୋଲି କୁହାଯାଇଛି।

ପ୍ରାଣୀଧନ ଚିକିତ୍ସକ ଗଣଦୁଷ୍କର୍ମ ଓ ହତ୍ୟା କେବଳ ରାଜ୍ୟ ଓ କେନ୍ଦ୍ର ସରକାର ନୁହେଁ ବରଂ ପୋଲିସର ଖାମଖିଆଲିକୁ ମଧ୍ୟ ପଦାରେ ପକାଇ ଦେଇଛି। ଏହି ଗଣଦୁଷ୍କର୍ମ ପାଇଁ ପୋଲିସର ଅସାବଧାନତା ମଧ୍ୟ କେତେକାଂଶରେ ଦାୟୀ । ଯଦି ପୋଲିସ ରାତିରେ ପ୍ୟାଟ୍ରୋଲିଂ କରିଥାନ୍ତା, ତାହେଲେ ଏପରି ଘଟଣା ଘଟିବାର ସମ୍ଭାବନା ନଥାନ୍ତା। ଏହାକୁ ନେଇ କେବଳ ତେଲେଙ୍ଗାନାରେ ନୁହେଁ ବରଂ ଅନ୍ୟ ରାଜ୍ୟରେ ମଧ୍ୟ ଆକ୍ରୋଶ ଦେଖିବାକୁ ମିଳିଛି।

କେବଳ ରାତ୍ରୀ ପ୍ୟାଟ୍ରୋଲିଂ ନୁହେଁ ବରଂ ମହିଳାଙ୍କ ସୁରକ୍ଷାକୁ ନେଇ କୌଣସି ବ୍ୟବସ୍ଥା କରିବା ପରିବର୍ତ୍ତେ ମହିଳାଙ୍କୁ ଉପଦେଶ ଦେବା ପୋଲିସକୁ ଶୋଭା ଦେଉନାହିଁ। ପୋଲିସ ନିଜ କାର୍ଯ୍ୟରେ କୌଣସି ପରିବର୍ତ୍ତନ ନ କରି ଏପରି ଉପଦେଶ ଦେବାକୁ ସାଧାରଣରେ ବିରୋଧ କରାଯାଇଛି । ଏହା ପୂର୍ବରୁ ଓଡିଶାରେ ମଧ୍ୟ ସୁରକ୍ଷା ଦେବା ବଦଳରେ ମହିଳାଙ୍କ ଉଦ୍ଦେଶ୍ୟରେ ଆଡଭାଇଜରୀ ଜାରି କରାଯାଇଥିଲା।

ଆଡଭାଇଜରୀରେ ନିମ୍ନ ବିଷୟରେ ଉଲ୍ଲେଖ ରହିଛି

1. ଯଦି କ୍ୟାବରେ ଯାଉଛନ୍ତି ତେବେ ବସିବା ପୂର୍ବରୁ କ୍ୟାବର ନମ୍ବର ପ୍ଲେଟର ଫଟୋ ଉଠାଇ ସେୟାର କରନ୍ତୁ

2. କୁଆଡେ ଯିବା ପୂର୍ବରୁ ଘରେ ନିଶ୍ଚିତ କୁହନ୍ତୁ

3. ଯଦି କୌଣସି ଅପରିଚିତ ଯାଗାକୁ ଯାଉଛନ୍ତି ତେବେ ପ୍ରଥମେ ଗୁଗୁଲ କରି ରୁଟ୍ ଜାଣନ୍ତୁ

4. ସର୍ବଦା ଭିଡ ସ୍ଥାନରେ ଯିବାଆସିବା କରନ୍ତୁ

5. ଯଦି ରାସ୍ତାରେ କେହି ନଜର ନଆସନ୍ତି ତେବେ ପାଖରେ ଥିବା ଦୋକାନରେ ଠିଆ ହୁଅନ୍ତୁ

6. ଯଦି କୌଣସି ଅସୁବିଧାର ସମ୍ମୁଖିନ ହେଉଛନ୍ତି ତେବେ ଭିଡ ଥିବା ସ୍ଥାନକୁ ଶୀଘ୍ର ଯିବାକୁ ଚେଷ୍ଟା କରନ୍ତୁ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.