ETV Bharat / bharat

18 ହଜାର ଟଙ୍କାରେ ପୁଅ ବିବାହ କରି ଚର୍ଚ୍ଚାରେ ଆଇଏଏସ୍ ଅଧିକାରୀ - ias officer son marriage inspire for peopple

ଆଇଏଏସ୍ ଅଧିକାରୀ ପଟନାଲା ବସନ୍ତ କୁମାର ନିଜ  ପୁଅର ବିବାହରେ  ମାତ୍ର 18000 ଟଙ୍କା ଖର୍ଚ୍ଚ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ଫାଇଲ ଫଟୋ
author img

By

Published : Sep 15, 2019, 10:37 AM IST

Updated : Sep 15, 2019, 11:17 AM IST

ଅମରାବତୀ: ସାଧାରଣତଃ ଲୋକମାନେ ବାହାଘରରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି । ବାହାଘରରେ ଯେପରି କୌଣସି ଅଭାବ ନହେଉ ସେନେଇ ଲୋକମାନେ ବିନା ଭାବି ଚିନ୍ତି ପଇସା ଖର୍ଚ୍ଚ କରିଥାନ୍ତି । ସାଧାରଣତଃ ଗରିବ ଏବଂ ମଧ୍ୟବିତ୍ତ ପରିବାରର ଲୋକେ ଅତି କମ୍ ରେ ସେମାନଙ୍କ ବିବାହରେ 4-5 ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି । ଆଉ ଧନୀ ପରିବାର ଲୋକଙ୍କ ବାହାଘର ଖର୍ଚ୍ଚର ତ ହିସାବ ନାହିଁ ।

ତେବେ କିଛି ଧନୀ ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ବାହାଘରରେ କମ୍ ଖର୍ଚ୍ଚ କରିବାକୁ ବୁଦ୍ଧିମତା ମାନିଥାଆନ୍ତି । ତେବେ ଏହିପରି ଜଣେ ବ୍ୟକ୍ତି ହେଉଛନ୍ତି ଆଇଏଏସ୍ ଅଧିକାରୀ ପଟନାଲା ବସନ୍ତ କୁମାର । 2012ରେ ବସନ୍ତ କୁମାର ଆଇଏଏସ୍ କୈଡର ଥିଲେ । ଏହା ପୂର୍ବରୁ ସେ ତେଲେଙ୍ଗାନା ରାଜ୍ୟପାଳ ନରସିଂହମଙ୍କ ସଂଯୁକ୍ତ ସଚିବ ଥିଲେ ।

ତେବେ ସେ ନିଜ ପୁଅର ବିବାହରେ ମାତ୍ର 18000 ଟଙ୍କା ଖର୍ଚ୍ଚ କରି ଅନ୍ୟମାନଙ୍କ ଆଗରେ ଉଦାହରଣ ପାଲଟିଛନ୍ତି । ପୁଅ ବିବାହର ସମ୍ପୂର୍ଣ୍ଣ ଖର୍ଚ୍ଚ 36000 ଟଙ୍କା ହୋଇଥିଲେ ମଧ୍ୟ ଏଥିରେ କନ୍ୟାପକ୍ଷ ଏବଂ ବରପକ୍ଷ ମିଶି ଅଧା ଅଧା ଟଙ୍କା ଖର୍ଚ୍ଚ କରିଥିଲେ । ଏହି ଖର୍ଚ୍ଚରେ ଅପରାହ୍ନ ଭୋଜନ ମଧ୍ୟ ସାମିଲ ଥିଲା । ଏହା ପୂର୍ବରୁ ବସନ୍ତ ତାଙ୍କ ପୁଅ ବିବାହ କାର୍ଡରେ ଅତିଥିମାନଙ୍କୁ ଫୁଲତୋଡା କିମ୍ବା କୌଣସି ଉପହାର ନଆଣିବାକୁ ଅନୁରୋଧ ମଧ୍ୟ କରିଥିଲେ ।

ତେବେ ବସନ୍ତଙ୍କ ପୁଅର ବିବାହ ଗତ ଫେବୃୟାରୀ 10 ହୋଇଥିଲା । ବସନ୍ତଙ୍କ ପୁଅ ବ୍ୟାଙ୍କ ମ୍ୟାନେଜର ଥିବାବେଳେ ବୋହୂ ଲାବଣ୍ୟା ପେସାରେ ଜଣେ ଡାକ୍ତର । ବିବାହରେ ଅଯଥା ଟଙ୍କା ଅପଚୟ କରୁଥିବା ଲୋକଙ୍କ ପାଇଁ ଏହା ଏକ ଉଦାହରଣ ।

Intro:Body:

BLANK

Conclusion:
Last Updated : Sep 15, 2019, 11:17 AM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.