ETV Bharat / bharat

ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ମୃତ୍ୟୁ ତଥ୍ୟ ସର୍ଚ୍ଚ କରୁଛନ୍ତି ଇଣ୍ଟରନେଟ ୟୁଜର୍ସ

author img

By

Published : Jul 10, 2020, 4:57 PM IST

ପୋଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ମୃତ୍ୟୁ ହେବାପରେ ଏହାକୁ ନେଇ ବେଶ ଚର୍ଚ୍ଚା ଜାରିରହିଛି । ତେବେ ଏହାରି ମଧ୍ୟରେ ବହୁ ଇଣ୍ଟରନେଟ ୟୁଜର୍ସ ଏହି ସଂପର୍କିତ ତଥ୍ୟ ଗୁଗୁଲରେ ସର୍ଚ୍ଚ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ମୃତ୍ୟୁ ତଥ୍ୟ ସର୍ଚ୍ଚ କରୁଛନ୍ତି ଇଣ୍ଟରନେଟ ୟୁଜର୍ସ
ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ମୃତ୍ୟୁ ତଥ୍ୟ ସର୍ଚ୍ଚ କରୁଛନ୍ତି ଇଣ୍ଟରନେଟ ୟୁଜର୍ସ

ନୂଆଦିଲ୍ଲୀ: ପୋଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ମୃତ୍ୟୁ ହେବାପରେ ଏହାକୁ ନେଇ ବେଶ ଚର୍ଚ୍ଚା ଜାରି ରହିଛି । ତେବେ ଏହାରି ମଧ୍ୟରେ ବହୁ ଇଣ୍ଟରନେଟ ୟୁଜର୍ସ ଏହି ସଂପର୍କିତ ତଥ୍ୟ ଗୁଗୁଲରେ ସର୍ଚ୍ଚ କରୁଥିବା ଦେଖିବାକୁ ମିଳିଛି ।

ଶୁକ୍ରବାର ସକାଳେ ଏନକାଉଣ୍ଟର ଖବର ପ୍ରସାରିତ ହେବାପରେ ବିକାଶ ଦୁବେର ମୃତ୍ୟୁ ସଂପର୍କରେ ସର୍ଚ୍ଚ କରାଯାଉଥିବା ଜଣାପଡିଛି । ବିକାଶ ଦୁବେ ଏନକାଉଣ୍ଟର ଫଟୋ, ବିକାଶ ଦୁବେ ମୃତଦେହ, ବିକାଶ ଦୁବେ ଫେକ ଏନକାଉଣ୍ଟର, ବିକାଶ ଦୁବେ ବଡି ଆଦି ବିଭିନ୍ନ କି ୱାର୍ଡରେ ସର୍ଚ୍ଚ କରାଯାଇଛି । ବିକାଶ ଦୁବେର ମୃତଦେହ ଦେଖିବାକୁ ମଧ୍ୟ ୟୁଜର୍ସ ମାନେ ଉତ୍ସୁକତା ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଆଜି ସକାଳେ ବିକାଶ ଦୁବେକୁ କାନପୁରକୁ ଅଣାଯାଉଥିବା ବେଳେ ଏସଟିଏଫ କନଭେନର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ କାରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ବିକାଶ ଦୁବେ ପୋଲିସଠାରୁ ବନ୍ଧୁକ ଛଡ଼ାଇ ଖସି ପଳାଇ ଯିବାକୁ ପ୍ରୟାସ କରୁଥିବା ବେଳେ ତାକୁ ଏନକାଉଣ୍ଟର କରାଯାଇଛି ।

ଘଟଣାସ୍ଥଳରୁ ସାତରୁ ଆଠ କିଲୋମିଟର ଦୂରରେ ବିକାଶ ଦୁବେ ଏବଂ ପୋଲିସ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା । ଏହି ଏନକାଉଣ୍ଟରରେ ବିକାଶ ଦୁବେର ମୃତ୍ୟୁ ହୋଇଥିବା ଖବର ରହିଛି । ତେବେ ଏନେଇ କାନପୁର ଆଇଜି ଅନକାଉଣ୍ଟର ସଂପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି ।

ଖବର ଅନୁସାରେ, କାନପୁରକୁ ଗତ କିଛିଦିନ ଧରି ଦୋହଲାଇ ରଖିଦେଇଥିବା ଏହି ଗ୍ୟାଙ୍ଗଷ୍ଟର ସୁଟରକୁ ପୂର୍ବରୁ ମଧ୍ୟପ୍ରଦେଶର ଉଜୈନ ଜିଲ୍ଲାର ଏକ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା ଏହା ପରେ ଏସଟିଏଫ ଅଧିକାରୀମାନେ ତାକୁ କାନପୁର ଅଭିମୁଖେ ଛାଡିଥିଲେ। ଆଜି ସକାଳ ପ୍ରାୟ 10 ଟାରେ କୋର୍ଟରେ ଉପସ୍ଥିତ ହୋଇଥାନ୍ତା ଦୁବେ। ବିକାଶଙ୍କ ସହ ତାଙ୍କ ପତ୍ନୀ ରିଚାଙ୍କୁ ମଧ୍ୟ ପଚରାଉଚରା କରାଯାଇଥାନ୍ତା ।

ଉତ୍ତରପ୍ରଦେଶ ଏସଟିଏଫ ବିକାଶ ଦୁବେଙ୍କ ପତ୍ନୀ ରିଚା ଦୁବେ ଏବଂ ପୁଅକୁ ଲକ୍ଷ୍ନୌର କୃଷ୍ଣନଗରରୁ ଗିରଫ କରିଛି। ସ୍ବାମୀ ବିକାଶ ଦୁବେଙ୍କ ଅପରାଧରେ ରିଚା ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଅପରାଧିକ ଘଟଣାରେ ସେ ତାଙ୍କ ସ୍ବାମୀଙ୍କୁ ସମର୍ଥନ କରୁଥିଲେ । ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ସେ ଗତ ସପ୍ତାହରେ କାନପୁରର ବିକାରୁ ଗ୍ରାମରେ ଆଠ ଜଣ ପୋଲିସ ହତ୍ୟାରେ ମଧ୍ୟ ସମ୍ପୃକ୍ତ ଥିଲେ । ଘଟଣା ପରେ ସେ ତୁରନ୍ତ ନିଖୋଜ ହୋଇଯାଇଥିଲେ ।

ତେବେ କାନପୁରର ଏହି ଏନକାଉଣ୍ଟର ଗତ ସପ୍ତାହରେ ଉତ୍ତରପ୍ରଦେଶର ବିକ୍ରୁ ଗାଁର ଚୈବେପୁର ଅଞ୍ଚଳରେ ଘଟିଥିଲା । ଯେଉଁଥିରେ 8 ଜଣ ପୋଲିସ କର୍ମଚାରୀଙ୍କ ଉପରକୁ ଆଖିବୁଜା ଗୁଳିଚଳାଇବା ପରେ ସେମାନେ ଘଟଣାସ୍ଥଳରେ ଶହୀଦ ହୋଇଥିଲେ । ସେବେ ଠାରୁ ଦୁବେକୁ ଫେରାର ରହିଥିବାବେଳେ ତାକୁ ଧରିବାକୁ 5 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ମୋଷ୍ଟ ୱାଣ୍ଟେଡ ବିକାଶ ଦୁବେଙ୍କ ଏନକାଉଣ୍ଟରରେ ମୃତ୍ୟୁକୁ ନେଇ ୟୁପି ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା । ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଟ୍ବିଟରରେ ଲେଖିଛନ୍ତି ଯେ, ପ୍ରକୃତରେ ତାଙ୍କ କାରଟି ଓଲଟି ପଡିନାହିଁ କିନ୍ତୁ ସରକାରଙ୍କ ରହସ୍ୟ ପର୍ଦ୍ଦାଫାଶରୁ ରକ୍ଷା ପାଇଛନ୍ତି ।

ସେହିପରି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଯୋଗୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଅପରାଧୀ ତ ମୃତ କିନ୍ତୁ ସେମାନଙ୍କର କ'ଣ ହେବ ଯେଉଁମାନେ ଅପରାଧୀକୁ ସାହାଯ୍ୟ କରୁଥିଲେ ?

ଏହାଛଡା ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ନେତା ଜୟନ୍ତ ଚୌଧୁରୀ ମଧ୍ୟ ବିଜେପି ସରକାରଙ୍କୁ ରାଜ୍ୟରେ ଏନକାଉଣ୍ଟର ନିୟମକୁ ନେଇ ଟାର୍ଗେଟ କରି କହିଛନ୍ତି । ଏଥିସହ ସେ ଦେଶର ସମସ୍ତ ବିଚାରପତିଙ୍କୁ ଇସ୍ତଫା ଦେବାକୁ ଅନୁରୋଧ କରିଛନ୍ତି । ବିଜେପି ଏନକାଉଣ୍ଟର ନିୟମରେ କୋର୍ଟର କୌଣସି ଆବଶ୍ୟକତା ନାହିଁ ବୋଲି ଚୌଧୁରୀ ଟ୍ବିଟ୍ କରି କହିଛନ୍ତି। ଏଥିସହ ସେ ଟ୍ବିଟରେ କହିଛନ୍ତି, ‘ଏହି ସବୁ ଡ୍ରାମା, ଆଠ ଜଣ ପୋଲିସ କର୍ମଚାରୀଙ୍କ ପ୍ରକୃତ ଦୋଷୀମାନଙ୍କୁ ବଞ୍ଚାଇବା ପାଇଁ ଏହି ଏନକାଉଣ୍ଟର କରାଯାଇଛି’ ।

ଗତବର୍ଷ ମଧ୍ୟ ହାଇଦ୍ରାବାଦରେ ଜଣେ ପ୍ରାଣୀ ଚିକିତ୍ସକଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣା ସାମ୍ନାକୁ ଆସିଲାପରେ, ସେତେବେଳେ ଗୁଗୁଲରେ ତାଙ୍କ ଆକ୍ରମଣ ଭିଡିଓକୁ ବହୁ ସଂଖ୍ୟାରେ ଭାରତୀୟ ଖୋଜିଥିଲେ । ଦୁଷ୍କର୍ମ ଓ ହତ୍ୟା ପରେ ପୀଡିତାଙ୍କ ନାମ ଏବଂ ପରିଚୟ ସହିତ ବହୁ ସଂଖ୍ୟକ ଲୋକ ‘ହାଇଦ୍ରାବାଦ ଦୁଷ୍କର୍ମ ଭିଡିଓ’, ‘ହାଇଦ୍ରାବାଦ ଗଣଦୁଷ୍କର୍ମ ଭିଡିଓ’ ଭଳି କି ୱାର୍ଡରେ ସର୍ଚ୍ଚ କରୁଥିବା ଦେଖିବାକୁ ମିଳିଥିଲା । ଯାହା ସେତେବେଳେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.