ETV Bharat / bharat

15 ହଜାର ଫୁଟ ଉର୍ଦ୍ଧ୍ବରେ ଚୀନ ସହ ଲଢିବାକୁ ପ୍ରସ୍ତୁତ ଭାରତୀୟ ସେନା

ପ୍ରାୟ ପାଞ୍ଚ ମାସ ଧରି ଚୀନ ସହ ବିବାଦ ଜାରି ରହିଛି । ଭାରତୀୟ ସେନାର ସଶସ୍ତ୍ର ରେଜିମେଣ୍ଟ 14,500 ଫୁଟରୁ ଅଧିକ ଉଚ୍ଚତାରେ ଚୀନ ସେନା ସହ ଲଢିବାକୁ ପ୍ରସ୍ତୁତ ।

ଭାରତୀୟ ସେନା
ଭାରତୀୟ ସେନା
author img

By

Published : Sep 27, 2020, 5:00 PM IST

ହାଇଦ୍ରାବାଦ: ପ୍ରାୟ ପାଞ୍ଚ ମାସ ଧରି ଚୀନ ସହ ବିବାଦ ଜାରି ରହିଛି । ଭାରତୀୟ ସେନାର ସଶସ୍ତ୍ର ରେଜିମେଣ୍ଟ 14,500 ଫୁଟରୁ ଅଧିକ ଉଚ୍ଚତାରେ ଚୀନ ସେନାକୁ ସହ ଲଢିବାକୁ ପ୍ରସ୍ତୁତ । ଏଥିପାଇଁ ଟ୍ୟାଙ୍କ୍ ଏବଂ ପଦାତିକ ଯୁଦ୍ଧ ଯାନ ପାଇଁ ବିଶ୍ବର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ପୂର୍ବ ଲଦାଖରେ ନିୟୋଜିତ କରାଯାଇଛି । ସୀମାରେ ଥିବା ଶତ୍ରୁମାନଙ୍କ ସହିତ ଭାରତୀୟ ସେନା ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛି ଏବଂ ଯବାନଙ୍କ ପାଇଁ ନୂତନ ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି, ଯାହା କଠିନ ଶୀତରୁ ରକ୍ଷା ଦେବ ।

ପୂର୍ବାଞ୍ଚଳ ଲଦାଖର ଚୁମାର-ଡେମୋକୋକ ଅଞ୍ଚଳରେ ଥିବା ଏଲଏସି ନିକଟରେ ଏକ ପରିଦର୍ଶନରୁ ଜଣାପଡିଛି ଯେ ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମିକୁ ପ୍ରତିହତ କରିବା ପାଇଁ ଭାରତୀୟ ସେନା ଏହାର T-90 ଏବଂ T-72 ଟ୍ୟାଙ୍କ ସହିତ ଚୀନ୍ ସେନାକୁ ମୁକାବିଲା କରିବାକୁ ପ୍ରସ୍ତୁତ। BMP-2 ଯୁଦ୍ଧ ଯାନ ରହିଛି, ଯାହା ମାଇନସ୍ 40 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରାରେ କାର୍ଯ୍ୟ କରିପାରିବ ।

ପୂର୍ବାଞ୍ଚଳ ଲଦାଖରେ ଅତ୍ୟଧିକ ଶୀତ ପଡିଥାଏ । ଏଠାରେ ଶୀତ ସାଧାରଣତଃ ରାତିରେ ମାଇନସ୍ 35 ଡିଗ୍ରୀକୁ ଖସିଯାଏ ଓ ଶୀତ ସମୟରେ ଉଚ୍ଚ ବେଗରେ ପବନ ବହିଥାଏ । ଟ୍ୟାଙ୍କ, ଯୁଦ୍ଧ ଯାନ ଏବଂ ଭାରୀ ବନ୍ଧୁକ ଚଲାଇବା ଏହି ଅଞ୍ଚଲରେ ଏକ ଚ୍ୟାଲେଞ୍ଜ । ମେଜର ଜେନେରାଲ୍ ଅରବିନ୍ଦ କପୁର କହିଛନ୍ତି ଯେ, ଏଥିପାଇଁ ଯବାନ ଓ ଯୁଦ୍ଧ ସାମଗ୍ରୀ ପ୍ରସ୍ତୁତ ଅଛି ।

ନଦୀ ପାର ହେବା ଏବଂ ଅନ୍ୟାନ୍ୟ ବାଧାବିଘ୍ନକୁ ଦୂର କରିବା ପାଇଁ ଭାରତୀୟ ଟ୍ୟାଙ୍କ ରେଜିମେଣ୍ଟର ପୂର୍ବାଞ୍ଚଳ ଲଦାଖ ସେକ୍ଟରର ସିନ୍ଧୁ ନଦୀ ପ୍ରବାହିତ ହେଉଥିବା ଅଞ୍ଚଳରେ ପ୍ରଦର୍ଶିତ ହୋଇଥିଲା। ବୈଷୟକି ଯନ୍ତ୍ରପାତି ଭାରତୀୟ ସେନାର ଉନ୍ନତ ଅଂଶ ଅଟେ। ଏହା କୌଣସି ପାଣିପାଗ ଅବସ୍ଥାରେ ବି କାର୍ଯ୍ୟ କରିପାରିବ । ଉଚ୍ଚ ଗତିଶୀଳ ଗୁଳି ଏବଂ କ୍ଷେପଣାସ୍ତ୍ର ସଂରକ୍ଷଣର ବୈଶିଷ୍ଟ୍ୟ ଥିବା କାରଣରୁ ଏହାର ଦୀର୍ଘ ସମୟ ପାଇଁ ଲଢିବାର କ୍ଷମତା ରଖିଛି।

ଭାରତୀୟ ସଶସ୍ତ୍ର ରେଜିମେଣ୍ଟଗୁଡିକର ଯଦି ଆବଶ୍ୟକ ପଡେ ତେବେ କିଛି ମିନିଟ୍ ମଧ୍ୟରେ ଏଲଏସିରେ ପହଞ୍ଚିବାର କ୍ଷମତା ଅଛି । ନିକଟରେ ଯେତେବେଳେ ଅଗଷ୍ଟ 29-30ରେ ଚୀନ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା ସେତେବେଳେ ସେ ଟାଙ୍କ୍ ଗୁଡିକୁ ସକ୍ରିୟ କରିଥିଲା । ଭାରତ ସେତେବେଳେ ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଅନେକ ଉଚ୍ଚତା ଦଖଲ କରିଥିଲା । ପୂର୍ବାଞ୍ଚଳ ଲଦାଖରୁ ଚୀନ୍ ବାହିନୀ ଦ୍ବାରା ଅଧିକୃତ ତିବ୍ଦତୀୟ ମାଳଭୂମି ପର୍ଯ୍ୟନ୍ତ ବ୍ୟାପିଥିବା ସମସ୍ତ ଅଞ୍ଚଳରେ ଟାଙ୍କର ନିୟୋଜନ କରିବା ଉଚିତ୍ ପଦକ୍ଷେପ ଅଟେ । ଅନ୍ୟପକ୍ଷେ ଶୀତଦିନିଆ ପୋଷାକ ଏବଂ ଅନ୍ୟାନ୍ୟ ସୁବିଧା ସହିତ ସେନାକୁ ପ୍ରସ୍ତୁତ କରାଯାଇଛି।

ଏହାସହ ଇନସୁଲେସନ୍, ଖାଦ୍ୟ ସାମଗ୍ରୀ, ଔଷଧ, ଲାବ୍ରୋଟାରୀ, ରୋଷେଇ ଘରର ବ୍ୟବସ୍ଥା କରାଯାଇଛି । ଏପରିକି ଟେଲିଭିଜନ ଓ ସେଟ୍-ଅପ୍ ବକ୍ସର ବି ବ୍ୟବସ୍ଥା କରାଯାଇଛି । ଭାରତ-ଚୀନ୍ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ଚୀନ୍ ଦ୍ବାରା ଦେଖାଯାଇଥିବା ଆକ୍ରୋଶର ଜବାବରେ ଭାରତୀୟ ସେନା ଶତ୍ରୁ ସୈନ୍ୟବାହିନୀର ମୁକାବିଲା ପାଇଁ ଆର୍ଟିଲେରି ଏବଂ ଟାଙ୍କ୍ ରେଜିମେଣ୍ଟ ସମେତ 50,000 ରୁ ଅଧିକ ସୈନ୍ୟ ନିୟୋଜିତ କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.