ଗୌହ୍ବାଟୀ: ଆସାମ କାଜିରଙ୍ଗା ନ୍ୟାସନାଲ ପାର୍କରେ ଦେଶରେ ପ୍ରଥମ ତଥା ଏକମାତ୍ର ଗୋଲଡେନ(ସୁନେଲୀ ରଙ୍ଗ)ର ବାଘ ଦେଖିବାକୁ ମିଳିଛି । ବନ୍ୟଜନ୍ତୁ ଫଟୋଗ୍ରାଫି ସମୟରେ ଏହି ବାଘଟିର ଫଟୋ ନିଆଯାଇଛି । ଏହି ବାଘକୁ ଲୋକେ ଟ୍ୟାବି ଓ ଷ୍ଟ୍ରବେରୀ ନାମରେ ଡାକନ୍ତି। ଯିଏ ବି ଏହି ବାଘର ରଙ୍ଗ ଦେଖିବ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବ ।
ଏହି ଗୋଲଡେନ ବାଘ ଶରୀରରେ ଲାଲ ଓ ବାଦାମୀ ରଙ୍ଗର ଚିହ୍ନ ରହିଛି । କିନ୍ତୁ ସମ୍ପୂର୍ଣ୍ଣ ଶରୀର ଗୋଲଡେନ ରଙ୍ଗର । ଏହି ରଙ୍ଗ ଯୋଗୁଁ ବଙ୍ଗଳା ଟାଇଗର ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଛି। ବଙ୍ଗଳା ବାଘମାନଙ୍କ ଶରୀରରେ କଳା ରଙ୍ଗର ଚିହ୍ନ ଥାଏ।
ଆଇଏଫଏସ୍ ଅଧିକାରୀ ପରଭେନ କାସୱାନ୍ ଏହି ସୁନ୍ଦର ତଥା ବିରଳ ବାଘର ଚିତ୍ର ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ବାଘର ଫଟୋ ଉଠାଇଥିବା ମୟୂରେଶ ହେଣ୍ଡ୍ରୋଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ପରବିନ ଲେଖିଛନ୍ତି ଯେ, ବୋଧହୁଏ ଜିନ୍ସ ପରିବର୍ତ୍ତନ ହେତୁ ଏହାର ରଙ୍ଗ ଏପରି ହୋଇଛି । କିନ୍ତୁ ଏହା ଅତ୍ୟନ୍ତ ବିରଳ ହୋଇଥିବାବେଳେ ଏହା ସାଧାରଣତଃ ଦେଖାଯାଏ ନାହିଁ । ଦୁନିଆର କୌଣସି ପ୍ରାଣୀ ଉଦ୍ୟାନରେ ଏଭଳି ବାଘ ଦେଖିବାକୁ ମିଳିବେ । କିନ୍ତୁ ଏପରି ଜଙ୍ଗଲ ମୁକ୍ତ ଭାବରେ ବୁଲୁଥିବା ଦେଖିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ।