ETV Bharat / bharat

କୋଭିଡ-19: ଭାରତରେ ଆବଶ୍ୟକ ବ୍ୟାପକ ପରୀକ୍ଷଣ - କୋରୋନା ଭୟ

କୋରୋନା ଭାଇରସ ଧୀରେଧୀରେ ଲୁଚିଛପି ବ୍ୟାପୁଛି । ଏନେଇ ସଠିକ କିଛି କହିହେବ ନାହିଁ । ଏହି ରୋଗର ଏଭଳି ଅନିଶ୍ଚିତ ସ୍ୱଭାବ ଯୋଗୁଁ ହିଁ ଏହାର ବିସ୍ତାର ସଂପର୍କରେ ସଠିକ ଅନୁଧ୍ୟାନ ପାଇଁ ବ୍ୟାପକ ପରୀକ୍ଷଣ ଉପରେ ଜୋର୍ ଦିଆଯାଉଛି ।

India need more Covid-19 testing
କୋଭିଡ-19: ଭାରତରେ ଆବଶ୍ୟକ ବ୍ୟାପକ ପରୀକ୍ଷଣ
author img

By

Published : Apr 22, 2020, 5:23 PM IST

ମାନବ ସମାଜ ପ୍ରତି ସବୁଠାରୁ ବଡ ଆହ୍ୱାନ ସୃଷ୍ଟି କରିଥିବା କୋରୋନା ମହାମାରୀ ଏ ଯାଏଁ ବିଶ୍ୱବ୍ୟାପୀ ୨୫ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିବା ସହ ୧ ଲକ୍ଷ ୭୦ ହଜାର ଲୋକଙ୍କ ଜୀବନ ନେଇସାରିଲାଣି । କୋରୋନା ସଂକ୍ରମିତଙ୍କଠାରେ ଦୁଇ ସପ୍ତାହ ପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖାଯାଏ ନାହିଁ । ଆଉ ଲକ୍ଷଣ ଚିହ୍ନଟ ହେଲାବେଳକୁ ଭାଇରସ ଅନ୍ୟମାନଙ୍କୁ ବ୍ୟାପିଯାଇଥାଏ ।

ନେଚର ମେଡିସିନ ନାମକ ଏକ ଜର୍ନାଲ୍‌ରେ ପ୍ରକାଶିତ ଏକ ଗବେଷଣାତ୍ମକ ଲେଖା ଅନୁସାରେ କୋଭିଡ-୧୯ ଭାଇରସ ଦ୍ୱାରା ସଂକ୍ରମିତ ଲୋକେ ସେମାନଙ୍କଠାରେ କୋରୋନା ଲକ୍ଷଣ ଦେଖାଦେବାର କିଛି ଦିନ ପୂର୍ବରୁ ହିଁ ଭାଇରସ୍‌ର ସୁପର ସ୍ପ୍ରେଡର ହୋଇଯାଆନ୍ତି । ବର୍ତ୍ତମାନ ୪୪ ପ୍ରତିଶତ ରୋଗୀ ଏଭଳି ଭାବେ ହିଁ ସଂକ୍ରମିତ ହୋଇଛନ୍ତି ବୋଲି ନେଚର ମେଡିସିନ ଜର୍ନାଲରେ କୁହାଯାଇଛି । ଆଉ ଏକ ଅଧ୍ୟୟନ ଅନୁସାରେ ଚୀନର ୭୯ ଓ ସିଙ୍ଗାପୁରର ୪୮ ପ୍ରତିଶତ ମାମଲା ଥିଲା ଲକ୍ଷଣ ବିହୀନ । କିଛି ରିପୋର୍ଟ ଅନୁସାରେ ୨୦୦୨ ମସିହାରେ ସାର୍ସ ରୋଗକୁ ଫ୍ଲୁ ସଦୃଶ ସଂଙ୍କେତ ଓ ଲକ୍ଷଣ ଦ୍ୱାରା ଚିହ୍ନଟ କରାଯାଇପାରୁଥିଲା । ବହୁସଂଖ୍ୟକ ଲୋକଙ୍କଠାରେ ନିର୍ଦ୍ଦିଷ୍ଟ ଲକ୍ଷଣ ଦେଖାଦେଲା ପରେ ହିଁ ସାର୍ସକୁ ମହାମାରୀ ଘୋଷଣା କରାଯାଇଥିଲା । କିନ୍ତ ଏହାର ବିପରୀତ ଭାବେ କୋରୋନା ଭାଇରସ ଧୀରେ ଧୀରେ ଲୁଚିଛପି ବ୍ୟାପୁଛି । ଦିଲ୍ଲୀରେ ୧୮୬ ଜଣ ଲୋକ କୋଭିଡ-୧୯ ପଜିଟିଭ ବୋଲି ଜଣାପଡିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କାହାଠାରେ ବି କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥିଲା । ସେହିଭଳି ମହାରାଷ୍ଟ୍ରରେ ୬୫ ପ୍ରତିଶତ ଓ ୟୁପିରେ ୭୫ ପ୍ରତିଶତ ଆକ୍ରାନ୍ତ ଥିଲେ ଲକ୍ଷଣ ବିହୀନ । କେତେକ ମାମଲାରେ ୧୪ ଦିନିଆ କ୍ୱାରେଣ୍ଟାଇନ ପିରିୟଡ ଶେଷ ହେଲା ପରେ ଲକ୍ଷଣ ଦେଖାଯାଇଛି ।

ଏସବୁ ଉଦାହରଣରୁ ସ୍ପଷ୍ଟ ଯେ, କୋରୋନା ଭାଇରସ ନେଇ ସଠିକ କିଛି କହିହେବ ନାହିଁ । ଏହି ରୋଗର ଏଭଳି ଅନିଶ୍ଚିତ ସ୍ୱଭାବ ଯୋଗୁଁ ହିଁ ଏହାର ବିସ୍ତାର ସଂପର୍କରେ ସଠିକ ଅନୁଧ୍ୟାନ ପାଇଁ ବ୍ୟାପକ ପରୀକ୍ଷଣ ଉପରେ ଜୋର୍ ଦିଆଯାଉଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଶ୍ୱାସନା ଦେଇ କହିଛି ଯେ, ଦେଶବ୍ୟାପୀ ଲକଡାଉନ ଯୋଗୁଁ ସଂକ୍ରମଣ ନିୟନ୍ତ୍ରଣାଧୀନ ରହିପାରିଛି । ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଗର୍ବର ସହ କହିଛନ୍ତି ଯେ, ତାଙ୍କ ଦେଶରେ ୪୩ ଲକ୍ଷ ଲୋକଙ୍କ ଟେଷ୍ଟିଂ କରାଯାଇଛି, ଯାହା କି ଭାରତ ସମେତ ୧୦ଟି ଦେଶଠାରୁ କାହିଁ କେତେ ଅଧିକ । ଟ୍ରମ୍ପଙ୍କ ଏହି ଦାବି ସତ୍ତ୍ୱେ ଆମେରିକାରେ କୋରୋନାଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । କୋଭିଡ-୧୯ ମହାମାରୀକୁ ନିୟନ୍ତ୍ରଣ କରିବାରେ ଆମେରିକା ଭଳି ଦେଶ ବିଫଳ ହୋଇଥିବାରୁ ଭାରତ ବେଶ୍ ସତର୍କତାର ସହ ଆଗକୁ ବଢିବା ଜରୁରୀ ହୋଇପଡିଛି ।

ଇଣ୍ଡିଆନ କାଉନସିଲ୍ ଫର୍ ମେଡିକାଲ୍ ରିସର୍ଚ୍ଚ-ଆଇସିଏମଆର୍ ଅନୁସାରେ ଭାରତ ମାତ୍ର ୪ ଲକ୍ଷ ଲୋକଙ୍କ ଟେଷ୍ଟିଂ ହୋଇଛି । ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଏହି ସଂଖ୍ୟା ଅତି ନିରାଶାଜନକ । ଇସ୍ରାଏଲର ଏକ ଅଧ୍ୟୟନ ଅନୁସାରେ ୯ ବର୍ଷରୁ କମ୍ ବୟସ୍କ ଶିଶୁଙ୍କ ମଧ୍ୟରୁ ୨୭ ପ୍ରତିଶତଙ୍କଠାରେ କୋଭିଡ-୧୯ର କୌଣସି ଲକ୍ଷଣ ଦେଖାଯାଏ ନାହିଁ । ଏଥିରୁ ଜଣାପଡୁଛି ଯେ, ଶିଶୁମାନଙ୍କ ଦ୍ୱାରା ବି ଭୟଙ୍କର ଭାବେ କୋରୋନା ଭାଇରସ ସଂକ୍ରମିତ ହୋଇପାରିବ । ଭାଇରସ ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ଭାରତ ବିଦେଶରୁ ଫେରିଥିବା ଲୋକ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପ୍ରଥମେ କ୍ୱାରେଣ୍ଟାଇନରେ ରଖି ସେମାନଙ୍କୁ ଟେଷ୍ଟିଂ କରିଥିଲା । ଦ୍ୱିତୀୟ ପଦକ୍ଷେପ ଭାବେ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଏବେ ବ୍ୟାପକ ଟେଷ୍ଟିଂ ଉପରେ ଜୋର୍ ଦେଉଛନ୍ତି ଭାରତ ସରକାର । ଏଥିସକାଶେ ବିଦେଶରୁ ରାପିଡ୍ ଆଂଟିବଡି ଟେଷ୍ଟିଂ କିଟ୍ ଆମଦାନୀ କରାଯାଉଛି । ସରକାରଙ୍କ କହିବା ଅନୁସାରେ ଆସନ୍ତାମାସରୁ ଭାରତର ଦେଶୀ କମ୍ପାନୀମାନେ ମାସିକ ୨୦ ଲକ୍ଷ କିଟ୍ ଉତ୍ପାଦନ କରିପାରିବେ । ଭାରତୀୟ ଫାର୍ମାସ୍ୟୁଟିକାଲ କଂପାନିମାନେ ବି ଟେଷ୍ଟିଂ କିଟ୍ ବିକଶିତ କରିବା ଉପରେ ଧ୍ୟାନ ଦେଉଛନ୍ତି ।

ରିହାତି ସତ୍ତ୍ୱେ ଫାର୍ମା ଇଣ୍ଡଷ୍ଟ୍ରି ମାତ୍ର ୫୦ ପ୍ରତିଶତ ସାମର୍ଥ୍ୟରେ କାମ କରୁଛି । ଏଠାରେ ମନେ ରଖିବାକୁ ହେବ ଯେ, ଆମ ପାଖରେ ଟେଷ୍ଟିଂ କିଟ୍ ଅଭାବ ରହିଥିବାରୁ ଦେଶରେ କେତେ କୋଭିଡ-୧୯ ରୋଗୀ ଅଛନ୍ତି, ତାହା ସଠିକ୍ ଜଣାପଡୁନାହିଁ । ଆବଶ୍ୟକ ସଂଖ୍ୟକ ଟେଷ୍ଟିଂ କିଟ୍ ଉପଲବ୍ଧ ହେବାଯାଏଁ , ଆମକୁ ସାମାଜିକ ଦୂରତ୍ୱ ରଖିବା ସହ ବ୍ୟକ୍ତିଗତ ସଫାସୁତୁରା ନିୟମ ମାନି ଚଳିବା ଛଡା ଅନ୍ୟ କୌଣସି ବିକଳ୍ପ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.