ETV Bharat / bharat

ଆସନ୍ତା ଜାନୁଆରୀରୁ ହେବ କୋରୋନା ଟିକାକରଣ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Dec 21, 2020, 9:01 AM IST

Updated : Dec 21, 2020, 9:52 AM IST

ଆସନ୍ତାମାସ ଠାରୁ ଭାରତରେ କୋଭିଡ-19 ଟିକାକରଣ ଆରମ୍ଭ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ । ଅଧିକ ପଢନ୍ତୁ...

ଜାନୁଆରୀରୁ ଭାରତରେ ଆରମ୍ଭ ହେବ କୋଭି଼ଡ-19 ଟୀକାକରଣ

ନୂଆଦିଲ୍ଲୀ:ଜାନୁଆରୀରୁ ଭାରତରେ ଆରମ୍ଭ ହେବ କୋଭି଼ଡ-19 ଟିକାକରଣ । ଟିକାକରଣର ନିରାପତ୍ତା ଏବଂ କାର୍ଯ୍ୟକାରିତା ସରକାରଙ୍କର ପ୍ରଥମ ପ୍ରାଥମିକତା ହେବ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ।

କୋରୋନା ଭାଇରସ୍ ବିରୋଧରେ ଭାରତର ଟିକାକରଣ ବିଷୟରେ ପଚରାଯିବାରୁ ଜାନୁଆରୀ ମାସର ଯେ କୌଣସି ପର୍ଯ୍ୟାୟ କିମ୍ବା ସପ୍ତାହରେ ଭାରତୀୟମାନଙ୍କୁ କୋଭିଡ-19 ଟିକାକରଣ ଦିଆଯିବା ନେଇ ଏକ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ । କୋଭିଡ-19 ଟିକା ଏବଂ ଅନୁସନ୍ଧାନରେ ଭାରତ କୌଣସି ଦେଶଠାରୁ କମ ନୁହେଁ । ଟିକାର ନିରାପତ୍ତା ଏବଂ କାର୍ଯ୍ୟକାରିତା ଆମର ପ୍ରଥମ ପ୍ରାଥମିକତା । ଏ ନେଇ ଆମ ବିଶେଷଙ୍କମାନେ ଗମ୍ଭୀରତାର ସହ ଗବେଷଣା ଜାରି ରଖିଛନ୍ତି ବୋଲି କହିଛନ୍ତି ହର୍ଷ ବର୍ଦ୍ଧନ ।

ସେ ଆହୁରି କହିଛନ୍ତି, ଆମ ଦେଶର ବୈଜ୍ଞାନିକ ତଥା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସ୍ବଦେଶୀ ଟିକାର ବିକାଶ କ୍ଷେତ୍ରରେ କାମ କରି ଆସୁଛନ୍ତି । ଆସନ୍ତା ଛଅରୁ ସାତ ମାସ ଭିତରେ ଭାରତରେ ପ୍ରାୟ 30କୋଟି ଲୋକଙ୍କୁ ଟିକା ଦେବାର କ୍ଷମତା ରହିଛି । ଏପର୍ଯ୍ୟନ୍ତ ଛଅଟି ଟିକା କ୍ଲିନିକାଲ ଟ୍ରାଏଲ ପର୍ଯ୍ୟାୟରେ ରହିଥିବା ବେଳେ ପ୍ରି-କ୍ଲିନିକାଲ ପର୍ଯ୍ୟାୟରେ ତିନିଟି ଟିକା ରହିଛି । କୋରୋନା ବିରୋଧରେ ଜଣେ ବ୍ୟକ୍ତିଙ୍କୁ ଦୁଇରୁ ତିନିଟି ଟିକା ଦିଆଯିବ । ଏହା ସହିତ ଟିକାକରଣ ପରେ ସ୍ବାସ୍ଥ୍ୟ ବିଶେଷଜ୍ଞଅଙ୍କ ପରାମର୍ଶ କ୍ରମେ କୋଭିଡ ନିୟମ ମାନିବାକୁ ପଡିବ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ । ବିଶ୍ବର ପ୍ରଥମ ଦେଶ ଭାବରେ ବ୍ରିଟେନର ଡିସେମ୍ଭର 2ତାରିଖରେ ଫାଇଜର ଏବଂ ବାୟେଟେକ ବ୍ୟବହାରକୁ ଅନୁମତି ମିଳିଥିଲା ।

ତେବେ ଭାରତରେ ଗତ 24ଘଣ୍ଟା ଭିତରେ ଦେଶରେ 26 ହଜାର 624ଟି କୋରୋନା ପଜିଟିଭ ସଂଖ୍ୟା ରିପୋର୍ଟ ହୋଇଛି । ନୂଆ ରିପୋର୍ଟକୁ ମିଶାଇ ଦେଶରେ 1 କୋଟି 31 ହଜାର 223ରେ ପହଞ୍ଚିଛି ମୋଟ ସଂକ୍ରମିତଙ୍କ ସଂଖ୍ୟା । ସେଥିମଧ୍ୟରୁ 95 ଲକ୍ଷ 80 ହଜାର 402 ଜଣ ଦେଶର ବିଭିନ୍ନ କୋଭିଡ କେୟାରରେ ରହି ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 21, 2020, 9:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.